ବ୍ୟୁରୋ ରିପୋର୍ଟ: ଭାରତ ଏବଂ ଶ୍ରୀଲଙ୍କା ଭିତରେ ଏକ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ମ୍ୟାଚ ସିରିଜ ଖେଳାଯିବାକୁ ଯାଉଛି ଯାହାର ପ୍ରଥମ ଟେଷ୍ଟ ମ୍ୟାଚ ପଞ୍ଜାବ କ୍ରିକେଟ ଆସୋସିଏସନ ମୋହାଲି ଠାରେ ଅଛି ଏବଂ ଏହି ଟେଷ୍ଟ ମ୍ୟାଚ ୩ଟି ଫର୍ମାଟର ଅଧିନାୟକ ଭାବେ ରୋହିତ ଶର୍ମାଙ୍କର ପ୍ରଥମ ଟେଷ୍ଟ ମ୍ୟାଚ ଅଟେ।

ଏହା ସହ ହିଁ ଏହି ମ୍ୟାଚ ପୂର୍ବ ଅଧିନାୟକ ବିରାଟ କୋହଲିଙ୍କର ୧୦୦ ତମ ଟେଷ୍ଟ ମ୍ୟାଚ ଅଟେ ଯାହା କି ଏକ ଖାସ ଉପଲବ୍ଧି ଅଟେ। ବିରାଟ କୋହଲି ୧୨ ତମ ଭାରତୀୟ ହେଲେ ଯିଏ କି ଭାରତ ପାଇଁ ୧୦୦ ଟେଷ୍ଟ ମ୍ୟାଚ ଖେଳିଛନ୍ତି। ତେବେ ଏହି ଖାସ ଅବସରରେ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ଫଇସଲା କଲେ ଆଉ ଏହି ଖାସ ଅବସରରେ ରାହୁଲ ଦ୍ରାଭିଡ ବିରାଟ କୋହଲିଙ୍କୁ ଏକ ଖାସ କ୍ୟାପ ଦେଇଛନ୍ତି ଯାହା ଉପରେ ୧୦୦ ଲେଖା ଯାଇଛି। ଏହି ସୁଯୋଗରେ ପତ୍ନୀ ଅନୁଷ୍କା ଶର୍ମା ବି ସେଠାରେ ମହଜୁଦ ଥିଲେ। ବିରାଟ କୋହଲି ନିଜର ଖେଳ ଶୈଳୀ ଯୋଗୁଁ କ୍ରିକେଟ ଜଗତରେ ନାମ ଅର୍ଜନ କରିବାରେ ସମର୍ଥ ହୋଇଛନ୍ତି।
ହେଡ କୋଚ୍ ରାହୁଲ ଦ୍ରଭିଡଙ୍କ ଠାରୁ ଏହି ଖାସ କ୍ୟାପ ପାଇବା ପରେ କୋହଲି କହିଲେ କି, ” ଏହା ମୋ ପାଇଁ ବହୁତ ଖାସ ସମୟ ଅଟେ ଏବଂ ମୋ ପତ୍ନୀ ଓ ମୋ ଭାଇ ମଧ୍ୟ ଏଠାରେ ଉପସ୍ଥିତ ଅଛନ୍ତି। ମୁଁ ବିସିସିଆଇ ଏବଂ ମୋର ସମସ୍ତ ସମର୍ଥକ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବାକୁ ଚାହେଁ।” ଆମର ଉପସ୍ଥିତ ଖେଳାଳି ମାନଙ୍କ ଭିତରେ ଇଶାନ୍ତ ଶର୍ମାଙ୍କ ପରେ ବିରାଟ କୋହଲି ଦ୍ୱିତୀୟ ଏପରି ପ୍ଲେୟର ଯିଏ କି ୧୦୦ ତମ ଟେଷ୍ଟ ମ୍ୟାଚ ଖେଳିଛନ୍ତି।
What a moment to commemorate his 100th Test appearance in whites 🙌🏻
Words of appreciation from the Head Coach Rahul Dravid and words of gratitude from @imVkohli👏🏻#VK100 | #INDvSL | @Paytm pic.twitter.com/zfX0ZIirdz
— BCCI (@BCCI) March 4, 2022
ସେ ୨୦ ଜୁନ ୨୦୧୧ ମସିହାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ନିଜର ଟେଷ୍ଟ ଡେବ୍ୟୁ କରିଥିଲେ। ଏଯାଏ ସେ ୯୯ ଟେଷ୍ଟ ମ୍ୟାଚରେ ୧୦ ଥର ନଟ ଆଉଟ ରହିଛନ୍ତି ଆଉ ୧୬୮ ଇନିଂସରେ ୭୯୬୨ ରନ କରିଛନ୍ତି। ସେ ୨୭ଟି ଶତକ ସହ ୨୮ଟି ଅର୍ଦ୍ଧଶତକ ମାରିଛନ୍ତି। କ୍ରିକେଟର ସବୁଠୁ ବଡ଼ ଫର୍ମାଟରେ ତାଙ୍କର ସର୍ବୋଚ୍ଚ ସ୍କୋର ୨୫୪ ଅଛି।
ସେ ଲମ୍ବା ସମୟରୁ ଏ ଯାଏ ଗୋଟେ ବି ଶତକ ମାରି ପାରିନାହାନ୍ତି। ସେ ପ୍ରାୟ ୨୦୧୯ ମସିହାରୁ ଏଯାଏ ୭୦ଟି ଇନିଂସ ଖେଳି ସାରିଛନ୍ତି ମାତ୍ର ଏଯାଏ ଗୋଟେ ବି ଶତକ ମାରି ପାରିନାହାନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।