ବ୍ୟୁରୋ ରିପୋର୍ଟ: ବିରାଟ କୋହଲି ନିଜ କ୍ୟାପଟେନସିରେ ସୁନ୍ଦର ବଡ଼ ବଡ଼ ରେକର୍ଡ ନିଜ ନାମରେ ଏବଂ ଟିମ ନାମରେ କରିଥିବା ବେଳେ ଆଉ ଏକ ରେକର୍ଡ ତାଙ୍କୁ ଅପେକ୍ଷା କରିଛି। ବିରାଟ କୋହଲି ନିଜର ୧୦୦ ତମ ଟେଷ୍ଟ ମ୍ୟାଚର ପ୍ରସ୍ତୁତି ପାଇଁ ପିସିଏ ଷ୍ଟାଡିୟମରେ ନେଟରେ ଜୋରଦାର ଅଭ୍ୟାସ କରୁଛନ୍ତି। କୋହଲି ମ୍ୟାଚ ପୂର୍ବରୁ କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହା ସହିତ ଅଧିନାୟକ ରୋହିତ ମଧ୍ୟ ବହୁତ ଅଭ୍ୟାସ କରିଛନ୍ତି। ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ ସ୍ପିନର, ପେସର ଆଦିଙ୍କ ବଲରେ ଜୋରଦାର ଅଭ୍ୟାସ କରିଛନ୍ତି। ରୋହିତ ଶର୍ମା ମହମ୍ମଦ ସାମିଙ୍କ ବଲରେ ଶର୍ଟ ଖେଳିଲେ ସେହିପରି କୋହଲି ୧୦୦ ତମ ଟେଷ୍ଟର ୪୮ ଘଣ୍ଟା ପୂର୍ବରୁ ମହମ୍ମଦ ସିରାଜଙ୍କ ବଲରେ କଭର ଡ୍ରାଇଭ ମାରିଛନ୍ତି। ବିରାଟ ଅନେକ ଥର ଏହିପରି ଆଉଟ ହୋଇସାରିଛନ୍ତି। ତେଣୁ ସେ ପ୍ଲାନ ଅନୁସାରେ ପ୍ରସ୍ତୁତି କରୁଛନ୍ତି। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୪ ମାର୍ଚ୍ଚରୁ ଆରମ୍ଭ ହେବ।

ଦୁହେଁ ଅଲଗା ଅଲଗା ସମୟରେ ନେଟସ୍ ରେ ବ୍ୟାଟିଙ୍ଗ କରିଛନ୍ତି। ପୁର୍ବରୁ ଉପ ଅଧିନାୟକ ଥିବା ରୋହିତ ପାଖାପାଖି ୩୦ ମିନିଟ ପର୍ଯ୍ୟନ୍ତ ବିରାଟଙ୍କ ବ୍ୟାଟିଙ୍ଗ ଉପରେ ନଜର ରଖିଥିଲେ। ରୋହିତ ପାଖାପାଖି ୪୫ ମିନିଟ ଅଭ୍ୟାସ କରିବା ପରେ ଟିମ ଉପରେ ନଜର ରଖିଥିଲେ।ଏହି ସମୟରେ ସେ ଦୁଇଥର ବାମହାତୀ ସ୍ପିନର ସୌରଭ କୁମାରଙ୍କୁ ଶର୍ଟ ମାରୁଥିବାର ଦେଖାଯାଇଛି। ଯେବେ ରୋହିତ ବ୍ୟାଟିଙ୍ଗ କରୁଥିଲେ କୋହଲି ବ୍ୟାଟିଙ୍ଗ କୋଚ ବିକ୍ରମ ରାଠୋଡ଼ ଓ ରବିନ୍ଦ୍ର ଜାଡେଜାଙ୍କ ସହ କଥା ହେଉଥିଲେ।
ବୁମରା ଓ ସାମୀଙ୍କ ବଲରେ କଲେ ଅଭ୍ୟାସ:
ରୋହିତ ବ୍ୟାଟିଙ୍ଗ ଅଭ୍ୟାସ କରିବା ସମୟରେ ଯଶପ୍ରୀତ ବୁମରାଙ୍କ କିଛି ବଲ ଓ ମହମ୍ମଦ ସାମୀଙ୍କ କିଛି ଅଫ ଷ୍ଟମ୍ପ ବାହାରକୁ ଯାଉଥିବା ବଲକୁ ଛାଡିଥିଲେ। ଏହା ପୂର୍ବରୁ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ରୋହିତ ଭଲ ବ୍ୟାଟିଙ୍ଗ କରିଥିଲେ। କିନ୍ତୁ ଶେଷ ଦୁଇଟି ମ୍ୟାଚରେ ସେ କିଛି ଖାସ କରିପାରିନଥିଲେ। ପ୍ରଥମ ଟେଷ୍ଟରେ ମୟଙ୍କ ଅଗ୍ରୱାଲଙ୍କ ସହ ଓପନର ରୂପରେ ଓହ୍ଲାଇପାରନ୍ତି।
💬 💬 We want to make the occassion special for @imVkohli: #TeamIndia Captain @ImRo45 #INDvSL | @Paytm | #VK100 pic.twitter.com/NOxk0bTRr8
— BCCI (@BCCI) March 3, 2022
ଶ୍ରୀଲଙ୍କା ଟିମର ରେକର୍ଡ ଭାରତରେ ଭଲ ନୁହେଁ। ଟିମ ଏଠାରେ ଏବେ ପର୍ଯ୍ୟନ୍ତ ଗୋଟେ ମଧ୍ୟ ଟେଷ୍ଟ ମ୍ୟାଚ ଜିତିପାରିନାହିଁ। ଏହା ପୂର୍ବରୁ ଟି-୨୦ ସିରିଜରେ ଶ୍ରୀଲଙ୍କାକୁ ୩-୦ରେ ପରାଜୟ ମିଳିଥିଲା। ରୋହିତ ସିରିଜରେ ଅଧିନାୟକ ରୂପରେ ପ୍ରଥମ ଟେଷ୍ଟ ସିରିଜ ଖେଳିବାର ଅଛି।ରୋହିତଙ୍କର ନଜର ବିଶ୍ୱଟେଷ୍ଟ ଚମ୍ପିୟାନସିପର ପଏଣ୍ଟ ଟେବୁଲ ଉପରେ ମଧ୍ୟ ରହିପାରେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।