ବ୍ୟୁରୋ ରିପୋର୍ଟ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୪ ମାର୍ଚ୍ଚକୁ ଆରମ୍ଭ ହେବାକୁଯାଉଥିବା ଟେଷ୍ଟ ମ୍ୟାଚ ପାଇଁ ପ୍ରସଂସକ ଉତ୍ସାହିତ ଅଛନ୍ତି। ଏହି ମ୍ୟାଚ ପୂର୍ଵ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଖାସ ଅଟେ। ଏହା କୋହଲିଙ୍କର ଟେଷ୍ଟ କ୍ୟାରିଅରର ୧୦୦ ତମ ମ୍ୟାଚ ହେବ ତେଣୁ ବିସିସିଆଇ ମ୍ୟାଚ ପାଇଁ ୫୦% ଦର୍ଶକଙ୍କୁ ଆସିବାକୁ ଅନୁମତି ଦେଇଛନ୍ତି। ପ୍ରସଂସକଙ୍କ ମନରେ ପ୍ରାୟ ଏହି ପ୍ରଶ୍ନ ଉଠୁଛିକି କଣ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏହି ମ୍ୟାଚରେ ସାମିଲ ହେବେ ନା ନାହିଁ।

ପୂର୍ଵ କିଛି ସମୟରୁ କୋହଲି ଓ ବିସିସିଆଇ ଅଧକ୍ଷଙ୍କ ମଧ୍ୟରେ ଚାଲୁଥିବା ମତଭେଦ ସମସ୍ତଙ୍କ ସାମ୍ନାକୁ ଆସିଥିଲା। କୋହଲି ଅଧିନାୟକତ୍ୱକୁ ନେଇ ସୌରଭଙ୍କ ବୟାନକୁ ଖାରଜ କରିଦେଇଥିଲେ। ତେଣୁ ପ୍ରସଂସକଙ୍କ ମନରେ ପ୍ରଶ୍ନ ଉଠୁଥିଲା କୋହଲିଙ୍କ ୧୦୦ ତମ ଟେଷ୍ଟରେ ବିସିସିଆଇ ଅଧକ୍ଷ ସାମିଲ ହେବେ ନା ନାହିଁ। ଏହା ଉପରେ ବଡ଼ ଅପଡେଟ ଆସିଛି।
କୋହଲିଙ୍କର ୧୦୦ ତମ ଟେଷ୍ଟ ପୂର୍ବରୁ ଭାରତ ପହଁଚିଯିବେ ସୌରଭ:
ଅଳ୍ପଦିନ ତଳେ ନିଜ ପରିବାର ସହିତ ଛୁଟି କଟାଇବା ପାଇଁ ସୌରଭ ଗାଙ୍ଗୁଲି ଲଣ୍ଡନ ଯାଇଥିଲେ କିନ୍ତୁ ସେ ଗୁରୁବାରକୁ ଚଣ୍ଡୀଗଡ ପହଁଚିଯିବେ। ସେ ଇଂଷ୍ଟାଗ୍ରାମରେ ନିଜର କିଛି ଫଟୋସେୟାର କରି ଏହାର ସୂଚନା ଦେଇଛନ୍ତି। ମିଡ଼ିଆ ରିପୋର୍ଟ ଅନୁସାରେ ଗାଙ୍ଗୁଲି ମୋହାଲିରେ କୋହଲିଙ୍କ ୧୦୦ ତମ ଟେଷ୍ଟ ମ୍ୟାଚରେ ସାମିଲ ହେବେ। ଜାନୁଆରୀରେ ଅଧିନାୟକତ୍ୱକୁ ନେଇ ବିବାଦ ସେତେବେଳେ ହୋଇଥିଲା ଯେବେ କୋହଲି ଟି-୨୦ ଅଧିନାୟକତ୍ୱ ଛାଡିବା ପରେ ଦକ୍ଷିଣ ଆଫ୍ରିକା ଗ୍ରସ୍ତ ପୂର୍ବରୁ ତାଙ୍କୁ ଏକଦିବସିୟ ଅଧିନାୟକତ୍ୱ ପଦରୁ ହଟାଯାଇଥିଲା।
While congratulating @imVkohli ahead of his 100th Test appearance, batting legend @sachin_rt recalled an interesting anecdote back from 2008.
READ: https://t.co/K0yaBNBvAz#SachinTendulkar #ViratKohli #INDvSL #cricket pic.twitter.com/0sC8w042Cl
— TOI Sports (@toisports) March 3, 2022
ବିସିସିଆଇ ଅଧକ୍ଷ କହିଥିଲେକି ସେ କୋହଲିଙ୍କୁ ଟି-୨୦ ଅଧିନାୟକତ୍ୱ ପଦ ନଛାଡିବା ପାଇଁ କହିଥିଲେ,କିନ୍ତୁ ପ୍ରେସ କନ୍ଫରେନ୍ସରେ ବିସିସିଆଇ ଅଧ୍ୟକ୍ଷଙ୍କ ଏହି ବୟାନକୁ ଖାରଜ କରିଥିଲେ କୋହଲି। କୋହଲି ଏହା ମଧ୍ୟ କହିଥିଲେ କି ତାଙ୍କୁ ଏକଦିବସିୟ ଅଧିନାୟକ ପଦରୁ ହଟାଯାଇଥିବା ଖବର ସେ ଦକ୍ଷିଣ ଆଫ୍ରିକା ଗ୍ରସ୍ତର କିଛି ସମୟ ପୂର୍ବରୁ ଜାଣିଲେ। କୋହଲିଙ୍କ ଏହି କଥାରୁ ସଫା ହୋଇଯାଇଥିଲାକି କୋହଲି ଓ ବୋର୍ଡ ମଧ୍ୟରେ ସବୁକିଛି ଠିକ ଚାଲୁନାହିଁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।