ବ୍ୟୁରୋ ରିପୋର୍ଟ: ସଦ୍ୟ ଆଧୁନିକ କ୍ରିକେଟ ଜଗତରେ ଭାରତୀୟ ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ପାକିସ୍ତାନର ଅଧିନାୟକ ବାବର ଆଜମ ବହୁତ ଚର୍ଚ୍ଚିତ। ଅଧିକାଂଶ ସମୟରେ ଆମେ ଏହି ଦୁହିଁଙ୍କ ତୁଳନା କରିଥାଉ। ଉଭୟଙ୍କ ବ୍ୟାଟିଂ ଶୈଳୀ ଏବଂ ଖେଳିବା ତରିକାରେ ବହୁତ ସାମଞ୍ଜସ୍ୟ ରହିଥାଏ। ତେଣୁ ସେମାନଙ୍କ ରେକର୍ଡ ଏବଂ ଫର୍ମକୁ ନେଇ ଅନେକ ତୁଳନା କରାଯାଇଥାଏ। ଅନେକ ଖେଳାଳିଙ୍କ ମତରେ ବାବର ଆଜମ ସର୍ବଶ୍ରେଷ୍ଠ ଅଟନ୍ତି, ମାତ୍ର ଅନେକଙ୍କ ମତରେ ବିରାଟ ବାବରଙ୍କ ଠାରୁ ଶ୍ରେଷ୍ଠ ଅଟନ୍ତି।

ତେବେ ଏହି ଦୁଇ ମହାନ ଖେଳାଳିଙ୍କ ମଧ୍ୟରେ କିଏ ସର୍ବଶ୍ରେଷ୍ଠ ସେ ସମ୍ପର୍କରେ କହିଛନ୍ତି ଅଷ୍ଟ୍ରେଲିଆର ଟେଷ୍ଟ ଦଳର ଅଧିନାୟକ ପ୍ୟାଟ କମିନ୍ସ। ଅଷ୍ଟ୍ରେଲିଆର ଏହି ପେସ ବୋଲର ଭାରତୀୟ ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ପାକିସ୍ତାନର ଅଧିନାୟକ ବାବର ଆଜମଙ୍କୁ ଏକ ପରିପୂର୍ଣ୍ଣ ବ୍ୟଟ୍ସମ୍ୟାନ୍ ଭାବେ ଗଣନା କରିଛନ୍ତି। ସୂଚନାଯୋଗ୍ୟ ଯେ,ବାବର ଆଜମ ଅଷ୍ଟ୍ରେଲିଆ ବିପକ୍ଷରେ ଥିବା ଟେଷ୍ଟ ମ୍ୟାଚରେ ୧୯୬ ରନ୍ ର ଏକ ବିଶାଳ ସ୍କୋର କରି ଇତିହାସ ରଚିଥିଲେ ଏବଂ ନିଜ ଏହି ଟେଷ୍ଟ ମ୍ୟାଚକୁ ଡ୍ର କରିବାରେ ସଫଳ ହୋଇଥିଲେ। ସେହିପରି ବିରାଟ କୋହଲି ଏହି କିଛି ଦିନ ତଳେ ନିଜ ୧୦୦ତମ ଟେଷ୍ଟ ଖେଳିଛନ୍ତି।
ଗତ ଦୁଇ ବର୍ଷ ହେବ ବିରାଟ କୋହଲିଙ୍କ ବବ୍ୟାଟିଂରୁ ଗୋଟିଏ ମାତ୍ର ଶତକୀୟ ପାରି ଦେଖିବାକୁ ମିଳି ନ ଥିଲେ ମଧ୍ୟ ସେ ପ୍ରତିଭାଶାଳୀ ଖେଳାଳି ଅଟନ୍ତି। ସେଥିପାଇଁ ବେଳେ ବେଳେ ସେ ସମାଲୋଚନାର ଶିକାର ମଧ୍ୟ ହେଉଛନ୍ତି। ଯେତେବେଳେ ଏହି ଦୁଇ ଜଣଙ୍କୁ ତୁଳନା କରି କମିନ୍ସଙ୍କୁ ପଚାରା ଯାଇଥିଲା, ସେତେବେଳେ ସେ କହିଥିଲେ ଯେ, ଯେ କୌଣସି ଫର୍ମାଟ ହେଉ, ଏହି ଦୁଇ ଖେଳାଳି ଅତି ଚାମତ୍କାର ଖେଳାଳି ଅଟନ୍ତି। ଜୋ ରୁଟ, ବିରାଟ କୋହଲି, ବାବର ଆଜମ, କେନ ୱିଲିୟମସନ ସମସ୍ତେ ଉଚ୍ଚକୋଟିର ଖେଳାଳି ଅଟନ୍ତି। ସେମାନଙ୍କୁ ନିଜ ଦଳରେ ନିଜ କାର୍ଯ୍ୟ ସଠିକ ଭାବରେ ଜଣା ଥାଏ। ସେମାନେ କେବଳ ଉଚିତ ସମୟ ଦେଖି ନିଜ ଖେଳ ପ୍ରଦର୍ଶନ କରିଥାନ୍ତି।

ସୂଚନାଯୋଗ୍ୟ ଯେ, ପ୍ୟାଟ କମିନ୍ସ ବର୍ତ୍ତମାନ ପାକିସ୍ତାନ ବିପକ୍ଷରେ ପାକିସ୍ତାନରେ ଟେଷ୍ଟ ସିରିଜ ଖେଳୁଛନ୍ତି। ଏହା ପରେ ସେ ଶ୍ରେୟସ ଅୟରଙ୍କ ଅଧିନାୟକରେ କେକେଆର ତରଫରୁ ଆଇପିଏଲ ଖେଳିବାର ଅଛି। କେକେଆର ଦଳ କମିନ୍ସଙ୍କୁ ୭ କୋଟି ମୂଲ୍ୟରେ ନିଜ ଦଳରେ ସାମିଲ କରିଛି। ଏଥି ସହିତ କମିନ୍ସ ଅୟରଙ୍କ ପ୍ରଶଂସା ମଧ୍ୟ କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।