କୋହଲିଙ୍କ ରେକର୍ଡ ଭାଙ୍ଗିବାରେ ବିଫଳ ରହିଲେ ପାକିସ୍ତାନ କ୍ୟାପଟେନ ବାବର ଆଜମ, ରେକର୍ଡ ତାଲିକାରେ ଟପରେ କୋହଲି

ଟି-୨୦ ବିଶ୍ୱକପରେ ଭାରତ ଲିଗ ମ୍ୟାଚରୁ ବାହାର ହୋଇଯାଇଛି ସତ କିନ୍ତୁ ବିରାଟ କୋହଲିଙ୍କ ରେକର୍ଡ଼ ଭାଙ୍ଗିନାହିଁ। ବିରାଟ କୋହଲି ଓ ବାବର ଆଜମଙ୍କ ମଧ୍ୟରେ ରନର ଯୁଦ୍ଧ ସବୁବେଳେ ଚାଲିଥାଏ ଓ ଏଥର ବିରାଟ କୋହଲି ଜିତିଯାଇଛନ୍ତି। ସବୁବେଳେ ବାବର ଓ କୋହଲିଙ୍କ ମଧ୍ୟରୁ କିଏ ସର୍ବଶ୍ରେଷ୍ଠ ଏହାକୁ ନେଇ ଚର୍ଚ୍ଚା ହୋଇଥାଏ। ପୂର୍ଵ କିଛି ସମୟରୁ ବାହାର ଆଇସିସି ତିନୋଟି ଯାକ ଫର୍ମାଟରେ କୋହଲିଙ୍କୁ ଟକକର ଦେଉଛନ୍ତି। ଟି-୨୦ ବିଶ୍ୱକପରେ କୋହଲି ପାକିସ୍ତାନ ବିପକ୍ଷ ପାରି ଛାଡି କିଛି ଖାସ କରିପାରିନଥିବା ବେଳେ ବାବର ସୁନ୍ଦର ବ୍ୟାଟିଙ୍ଗ ପାଇଁ ଚର୍ଚ୍ଚାକୁ ଆସିଥିଲେ।

Google

ଏହି ଟି-୨୦ ବିଶ୍ୱକପରେ ଭଲ ପ୍ରଦର୍ଶନ କରି ମଧ୍ୟ ବାବର କୋହଲିଙ୍କ ରେକର୍ଡ ଭାଙ୍ଗିପାରିଲେ ନାହିଁ। ଏହି ଟି-୨୦ ବିଶ୍ୱକପରେ ସବୁଠୁ ଅଧିକ ରନ କରି ମଧ୍ୟ ବାବର କୋହଲିଙ୍କ ରେକର୍ଡ ଭାଙ୍ଗିପାରିନାହାନ୍ତି। କହିରଖିବୁ ଟି-୨୦ ବିଶ୍ୱକପର ଗୋଟେ ସିଜନରେ ସବୁଠୁ ଅଧିକ ରନ କରିବାର ରେକର୍ଡ କୋହଲିଙ୍କ ନାମରେ ଅଛି। ସେ ବର୍ଷ ୨୦୧୪ ଟି-୨୦ ବିଶ୍ୱକପରେ ୬ ଟି ମ୍ୟାଚରେ ୧୦୬.୩୩ ଔସତରେ ୩୧୯ ରନ କରିଥିଲେ। ସେବେ ସେ ଚାରିଟି ଅର୍ଦ୍ଧଶତକ ମଧ୍ୟ ଲଗାଇଥିଲେ। ୭୮ ରନ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ଥିଲା।

ବର୍ଷ ୨୦୨୧ ଟି-୨୦ ବିଶ୍ୱକପରେ ପାକିସ୍ତାନର ଅଧିନାୟକ ବାବର ଆଜମ ୬ ମ୍ୟାଚରେ ସୁନ୍ଦର ବ୍ୟାଟିଙ୍ଗ କରି ୬୦.୬୦ ଔଶତରେ ୩୦୩ ରନ କରିଛନ୍ତି। ସେ ମଧ୍ୟ ୪ ଟି ଅର୍ଦ୍ଧଶତକ ମାରିଛନ୍ତି ଓ ୭୦ ରନର ସ୍କୋର ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ। ବାବର ଏଥର ବିରାଟ କୋହଲିଙ୍କ ରେକର୍ଡର ବହୁତ ପାଖକୁ ଆସିଯାଇଥିଲେ କିନ୍ତୁ ବିରାଟଙ୍କର ରେକର୍ଡ଼ ଭାଙ୍ଗିପାରିଲେ ନାହିଁ। ବିରାଟ କୋହଲିଙ୍କର ପ୍ରଦର୍ଶନ ଏହି ଟି-୨୦ ବିଶ୍ୱକପରେ ବହୁତ ଖରାପ ରହିଲା କାରଣ ସେ ୫ ଟି ମ୍ୟାଚରେ ମାତ୍ର ୬୮ ରନ କରିଥିଲେ।

Google

ଭାରତ ଏହି ଟି-୨୦ ବିଶ୍ୱକପରେ ଲିଗ ମ୍ୟାଚରୁ ବାହାର ହୋଇଯାଇଥିଲା କିନ୍ତୁ ପାକିସ୍ତାନ ସେମିଫାଇନାଲ ପର୍ଯ୍ୟନ୍ତ ଯାଇଥିଲା ଓ ସେମିଫାଇନାଲରେ ପାକିସ୍ତାନ ହାତରୁ ହାରିଯାଇଥିଲା। ବାବର ଏହି ଟି-୨୦ ବିଶ୍ୱକପରେ ସବୁଠୁ ଅଧିକ ରନ କରିଥିଲେ କିନ୍ତୁ କମ ରନ କରିଥିବା ଅଷ୍ଟ୍ରେଲିଆର ଡେଭିଡ ୱାରନରଙ୍କୁ ମ୍ୟାନ ଅଫ ଦି ସିରିଜ କରାଯାଇଥିଲା।

ଟି-୨୦ ବିଶ୍ୱକପରେ ଗୋଟେ ସିଜନରେ ସବୁଠୁ ଅଧିକ ରନ ବିରାଟ କୋହଲିଙ୍କ ନାମରେ ଅଛି ସେ ବର୍ଷ ୨୦୧୪ରେ ୩୧୯ ରନ କରିଥିଲେ। ଦ୍ୱିତୀୟ ନମ୍ବରରେ ଶ୍ରୀଲଙ୍କାର ତିଲକରତ୍ନ ଦିଲସାନ ଅଛନ୍ତି ଯିଏକି ୨୦୦୯ରେ ୩୧୭ ରନ କରିଥିଲେ। ତୃତୀୟ ନମ୍ବରରେ ପାକିସ୍ତାନର ବାବର ଆଜମ ଅଛନ୍ତି ଯିଏକି ଏହି ବର୍ଷ ୩୦୩ ରନ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *