Virat kohli vs BCCI: କୋହଲି ଏବଂ BCCI ମାମଲାରେ ସୁନୀଲ ଗାଭାସ୍କର ଦେଲେ ଆଶ୍ଚର୍ଯ୍ୟକର ବୟାନ! ଜୋର ଧରିଲା ଖବର

ମହାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର କହିଛନ୍ତି ଅଧିନାୟକତ୍ୱ ମାମଲାରେ କୋହଲିଙ୍କ ବୟାନ ଉପରେ ସୌରଭ ଗାଙ୍ଗୁଲି ହିଁ ସ୍ପଷ୍ଟ କଥା କହିପାରିବେ। ସେ କହିଛନ୍ତି ବିସିସିଆଇ ଅଧ୍ୟକ୍ଷଙ୍କୁ ପଚରାଯିବା ଉଚିତ କି ଏହି ବିରୋଧ କଥା କିପରି ଆସିଲା। କୋହଲି ଟି-୨୦ ଅଧିନାୟକତ୍ୱ ପଦ ଛାଡିବା ପରେ ବିସିସିଆଇ ଅଧ୍ୟକ୍ଷ ଏହା ଉପରେ ଆଉଥରେ ବିଚାର କରିବାକୁ କହିଥିଲେ ବୋଲି କହିଥିଲେ। କିନ୍ତୁ ଦକ୍ଷିଣ ଆଫ୍ରିକା ଗ୍ରସ୍ତ ପୂର୍ବରୁ ହୋଇଥିବା ପ୍ରେସ କନ୍ଫରେନ୍ସରେ କୋହଲି ଏହାକୁ ଖଣ୍ଡନ କରିଛନ୍ତି।

Google

ଗାଭାସ୍କର କହିଛନ୍ତି,”କୋହଲିଙ୍କ ବୟାନ ବୋଧେ ବିସିସିଆଇ ପାଇଁ ନୁହେଁ। ମତେ ଲାଗୁଛି କି ସେହି ବ୍ୟକ୍ତିଙ୍କୁ ପ୍ରଶ୍ନ ପଚରାଯିବା ଉଚିତ କି କୋହଲିଙ୍କର ଏପରି ସନ୍ଦେଶ କଣ ପାଇଁ ଆସିଲା। ସେ ହିଁ ଏହା ଉପରେ ଉତ୍ତର ଦେଇପାରିବେ”। କୋହଲି ଏହା ମଧ୍ୟ କହିଥିଲେକି ଚୟନ ସମିତିର ଅଧକ୍ଷ ଚେତନ ଶର୍ମା ଦକ୍ଷିଣ ଆଫ୍ରିକା ଗ୍ରସ୍ତ ପାଇଁ ଟିମ ଚୟନର ୯୦ ମିନିଟ ପୂର୍ବରୁ ତାଙ୍କୁ କହିଥିଲେକି ସେ ଏକଦିବସିୟ ଟିମର ଅଧିନାୟକ ନୁହେଁ। ଗାଭାସ୍କର କହିଛନ୍ତି ଚୟନ ସମିତିର ଆଡ଼ଙ୍କର କୌଣସି ଭୁଲ ନାହିଁ।

ଗାଭାସ୍କର କହିଛନ୍ତି,”ଏଠାରେ କଣ ବିବାଦ,ଚୟନ ସମିତିର ଅଧକ୍ଷ ତାଙ୍କୁ ସଫା କହିଦେଇଥିଲେ କି ଏକଦିବସିୟ ଟିମର ଅଧିନାୟକ ପଦ ତାଙ୍କ ପାଖରେ ନାହିଁ। ଏଥିରେ ତାଙ୍କର କଣ ଭୁଲ ରହିଲା।ଅଧିନାୟକଙ୍କ ପାଖରେ ମତଦାନର ଅଧିକାର ନଥାଏ”। ସେ କହିଛନ୍ତି,”ଏପରିତ ନୁହେଁକି ମିଡ଼ିଆଠୁ ତାଙ୍କୁ ଜଣାପଡିଲା ଜଣେ ବିମାନ କମାଣ୍ଡର ଏହାର ଘୋଷଣା କରିଛନ୍ତି। ସେହି ଚୟନ ସମିତିର ଅଧକ୍ଷ ତାଙ୍କୁ କହିଥିଲେକି ସେ ଏବେ ଅଧିନାୟକ ନୁହଁନ୍ତି, ଏଥିରେ ଭୁଲ କଣ। ଚୟନ ସମିତିର ଅଧ୍ୟକ୍ଷ ଓ ତାଙ୍କ ମଧ୍ୟରେ କଥାବାର୍ତ୍ତା ହେଲା ଓ ଏପରି ହେବା କଥା”।

Google

ଗାଭାସ୍କର କହିଛନ୍ତି ବିସିସିଆଇକୁ ଭବିଷ୍ୟତରେ ଏହିପରି ବୟାନକୁ ନେଇ ସ୍ପଷ୍ଟ ଖବର ରହିବା ଆବଶ୍ୟକ। ସେ କହିଛନ୍ତି,”ସ୍ପଷ୍ଟ ଖବର କହିବା ଉଚିତ ଯାହା ଦ୍ୱାରା ଅସନ୍ତୋଷ ଯେପରି ନହେଉ।ଚୟନ ସମିତି ଅଧକ୍ଷ କହିପାରିବେ କି କାହାର ଚୟନ ହେଲା ଓ କାହାର ନୁହେଁ। ଅନେକ ଥର ଆବଶ୍ୟକ ନଥାଇ ମଧ୍ୟ ପ୍ରେସ ରିଲିଜ ଜାରିକରାଯାଇପାରେ ଯେଉଁଥିରେ ସବୁ କାରଣ କୁହାଯାଇଥିବ”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *