ଟି-୨୦ ବିଶ୍ୱକପ ୨୦୨୧ ଶେଷ ପୂର୍ବରୁ ପରେ ଭାରତ ପାଖରେ ତିନୋଟି ଯାକ ଫର୍ମାଟରେ ମାତ୍ର ଗୋଟେ ଅଧିନାୟକ ଥିଲେ ବିରାଟ କୋହଲି କିନ୍ତୁ ଏବେ ବିରାଟଙ୍କୁ ଦୁଇଟି ଫର୍ମାଟରୁ ଅଧିନାୟକ ପଦରୁ ହଟାଯାଇଛି। ବିରାଟ ମାତ୍ର ଟେଷ୍ଟ ଟିମର ଅଧିନାୟକ ଅଟନ୍ତି କିନ୍ତୁ ତାଙ୍କୁ ଯେଉଁ ଭଳି ଅଧିନାୟକ ପଦରୁ ହଟାଗଲା ଏହା ପ୍ରଶଂସା ହେବା ବଦଳରେ ବିବାଦ ଘେରକୁ ଆସିଯାଇଛି। ବିରାଟଙ୍କୁ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟେଷ୍ଟ ଟିମ ଘୋଷଣା କରାଯିବର ମାତ୍ର ପ୍ରାୟ ଦେଢ଼ ଘଣ୍ଟା ପୂର୍ବରୁ ସୂଚନା ଦିଆଯାଇଥିଲାକି ତାଙ୍କୁ ଏକଦିବସିୟ ଅଧିନାୟକ ପଦରୁ ହଟାଯାଇଛି।

ଏହି ଘଟଣାକୁ ନେଇ ସୌରଭ ଗାଙ୍ଗୁଲି ଓ ବିରାଟ କୋହଲିଙ୍କର ଦୁଇଟି ଭିନ୍ନ ଭିନ୍ନ ବୟାନ ମଧ୍ୟ ଆସିଥିଲା। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଥିଲେକି ସେ ବିରାଟଙ୍କ ସହ ବ୍ୟକ୍ତିଗତ ରୂପରେ କଥା ହୋଇଥିଲେ ଯେବେ ବିରାଟ ଟି-୨୦ ଅଧିନାୟକ ପଦ ଛାଡିବାକୁ ଘୋଷଣା କରିଥିଲେ କିନ୍ତୁ ବିରାଟ କୋହଲି କହିଥିଲେକି ବୋର୍ଡର କୌଣସି ସଦସ୍ୟ ଏହା ବିଷୟରେ ତାଙ୍କ ସହ କଥା ହୋଇନାହାଁନ୍ତି।
ଆଜାଦ ନ୍ୟୁଜ ୧୮ ସହ କଥା ହୋଇ କହିଛନ୍ତି,”ଅନେକ ଦିନରୁ ଚାଲୁଥିବା ଏହି ପରମ୍ପରାକୁ ବୋର୍ଡର ମଞ୍ଜୁରୀ ମିଳିବା ଜରୁରୀ ଫାଇଦାପୁର୍ଣ ଅଟେ। ଯଦି ଏହା ଚୟନକର୍ତାଙ୍କ ଦ୍ଵାରା ନିଧାରଣ କରାଯିବାର ଥିଲା ତେବେ ତାଙ୍କୁ ବୋର୍ଡର ଅଧକ୍ଷଙ୍କ ପାଖୁ ଯିବାର ଥିଲା। ସାଧାରଣ ଭାବେ ଯେବେ ଏକ ଟିମର ଚୟନ ହୋଇଥାଏ ଆମେ ଅଧ୍ୟକ୍ଷଙ୍କ ପାଖୁ ଯାଇଥାଉ। ସେ ଦେଖିଥାନ୍ତିକି ଏହା ଠିକ କି ନାହିଁ ଓ ମଞ୍ଜୁରୀ ଦେଇଥାନ୍ତି ଓ ଘୋଷଣା କରିଥାନ୍ତି”।

ଆଜାଦ ନିଜ ଚୟନ ସମୟର କଥା କହିଛନ୍ତି,”ଯେବେ ମୁଁ ମଧ୍ୟ ଜଣେ ଚୟନକର୍ତା ଥିଲି ସେବେ ମଧ୍ୟ ଏପରି ହେଉଥିଲା। ମୋର ବୟାନର ମାନେ ଚୟନକର୍ତାଙ୍କ ଅପମାନ କରିବା ଭଳି ନୁହେଁ,କିନ୍ତୁ କୋହଲିଙ୍କୁ କ୍ରିକେଟ ଖେଳିବାର ଅନୁଭବ ତାଙ୍କଠୁ ଅଧିକ ଅଟେ”।
ସେ ଆଗକୁ କହିଛନ୍ତି,”ଯଦି ଆପଣ କୌଣସି ଫର୍ମାଟର ଅଧିନାୟକ ବଦଳାଇବା ପାଇଁ ଚାହୁଁଛନ୍ତି ତେବେ ଆପଣ ଅଧକ୍ଷଙ୍କୁ ଲେଖିକି ଦେବା ଆବଶ୍ୟକ। ବିରାଟ ଦୁଃଖୀତ ନାହାନ୍ତି କିନ୍ତୁ ଯେଉଁଭଳି ତାଙ୍କୁ ସୂଚନା ଦିଆଗଲା ସେଥିରେ ସେ ମର୍ମାହିତ ଅଛନ୍ତି। ଆପଣ ଜାଣିପାରୁଥିବେ ମୁଁ ଏହା କହୁନାହିଁକି ସବୁ ଚୟନକର୍ତା ମହାନ ଅଟନ୍ତି କିନ୍ତୁ ଯଦି ଆପଣ ତାଙ୍କ ମ୍ୟାଚ ସଂଖ୍ୟା ଦେଖିବେ ତେବେ ତାହା କୋହଲିଙ୍କ ମ୍ୟାଚର ଅଧେ ମଧ୍ୟ ନୁହେଁ”।

ବିରାଟ କୋହଲି ଦକ୍ଷିଣ ଆଫ୍ରିକା ସହ ଟେଷ୍ଟ ସିରିଜ ପାଇଁ ଦକ୍ଷିଣ ଆଫ୍ରିକାରେ ଅଛନ୍ତି। ଯେଉଁଠି ଟିମ ଇଣ୍ଡିଆକୁ ତିନୋଟି ମ୍ୟାଚର ଟେଷ୍ଟ ସିରିଜ ଖେଳିବାର ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।