କୋହଲିଙ୍କୁ କ୍ୟାପଟେନ ପଦରୁ ହଟାଇବା ପାଇଁ BCCI କୁ ଲାଗିଲା ୪ ମାସ! ଜୋର ଧରିଲା ଖବର

ପୂର୍ଵ କିଛି ସପ୍ତାହରୁ ବିରାଟ କୋହଲି ଚର୍ଚ୍ଚାରେ ଅଛନ୍ତି। ପ୍ରଥମେ ଟି-୨୦ ଅଧିନାୟକ ପଦ ଛାଡିବା, ଏକଦିବସିୟ ଅଧିନାୟକ ପଦରୁ ହଟାଯିବା ଓ ତାଙ୍କ ପ୍ରେସ କନ୍ଫରେନ୍ସ ପରେ ପ୍ରାୟ କ୍ରିକେଟ ପ୍ରେମୀଙ୍କ ଧ୍ୟାନ ତାଙ୍କ ଆଡ଼କୁ ଆଣିଛି। ଏହି ବିଷୟରେ ବହୁତ କିଛି ଲେଖାଯାଇଛି ଓ କୁହାଯାଇଛି। ଏକ ମିଡ଼ିଆ ରିପୋର୍ଟରେ ଦାବି କରାଯାଇଛି କି ବିରାଟ କୋହଲି ଙ୍କୁ ଏକଦିବସିୟ ଅଧିନାୟକ ପଦରୁ ବାହାର କରିବା ପାଇଁ ବିସିସିଆଇ କର୍ମଚାରୀଙ୍କ ମନରେ ଅନେକ ଦିନରୁ ଯୋଜନା ଚାଲିଥିଲା।

Google

ବିରାଟ କୋହଲି ନିଜ କାମ ପ୍ରେସରକୁ ଦେଖି ଟି-୨୦ ଅଧିନାୟକ ପଦ ଛାଡିବାର ଫଇସଲା କରିଥିଲେ। କିନ୍ତୁ ସେ ଟେଷ୍ଟ ଓ ଏକଦିବସିୟ ଅଧିନାୟକ ପଦ ସମ୍ଭାଳିବା ପାଇଁ ଚାହୁଁଥିଲେ। BCCI ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟେଷ୍ଟ ଦଳ ଘୋଷଣା ସମୟରେ ରୋହିତଙ୍କୁ ଏକଦିବସିୟର ନୂତନ ଅଧିନାୟକ ଘୋଷଣା କରିଥିଲା। ପରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଥିଲେ କି କୋହଲି ଟି-୨୦ ଅଧିନାୟକ ପଦ ନ ଛାଡିବାର ବିସିସିଆଇର ଫଇସଲାକୁ ଗ୍ରହଣ କରିନଥିଲେ।

ବିରାଟ କୋହଲି ଦକ୍ଷିଣ ଆଫ୍ରିକା ଗ୍ରସ୍ତକୁ ଯିବା ପୂର୍ବରୁ ପ୍ରେସ କନ୍ଫରେନ୍ସରେ ସାର୍ଵଜନିକ ଭାବେ ସୌରଭ ଗାଙ୍ଗୁଲିଙ୍କ ସେହି କଥାକୁ ଅସ୍ବୀକାର କରିଥିଲେ। କୋହଲି ଦକ୍ଷିଣ ଆଫ୍ରିକା ଗ୍ରସ୍ତ ପୂର୍ବରୁ ପ୍ରେସ କନ୍ଫରେନ୍ସରେ କହିଥିଲେ,”୮ ଡିସେମ୍ବରକୁ ଟେଷ୍ଟ ଟିମ ଘୋଷଣା ର ଦେଢ଼ ଘଣ୍ଟା ପୂର୍ବରୁ ମତେ ସମ୍ପର୍କ କରାଯାଇଥିଲା। ଯେବେ ମୁଁ ଟି-୨୦ ଅଧିନାୟକ ପଦ ଛାଡିବାର ଘୋଷଣା କରି ଥିଲି ସେବେ ଠୁ ୮ ଡିସେମ୍ବର ପର୍ଯ୍ୟନ୍ତ ମୋ ସହ କେହି ସମ୍ପର୍କ କରିନଥିଲା”।

Google

କ୍ରିକଟ୍ରେକରର ଏକ ରିପୋର୍ଟ ଅନୁସାରେ,ଏହି କଥା ଏହାର ସଂକେତ ଦେଉଛିକି କୋହଲିଙ୍କୁ ଏକଦିବସିୟ ଅଧିନାୟକ ପଦରୁ ବାହାର କରିବା ପାଇଁ ବିସିସିଆଇ ଅଧିକାରୀଙ୍କ ମନରେ ପୂର୍ବରୁ ଏହି କଥା ଚାଲୁଥିଲା। ରିପୋର୍ଟରେ କୁହାଯାଇଛି କି ଏହା ପାଇଁ ଲଗାତର ଏପରି କଷ୍ଟକର ଫଇସଲା ବୋର୍ଡ ଗୋଟେ ପରେ ଗୋଟେ ନେଇଛି। ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଭାରତକୁ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ଖେଳିବାର ଅଛି। ରୋହିତ ଶର୍ମା ଙ୍କୁ ପୂର୍ବରୁ ଟେଷ୍ଟର ଉପ ଅଧିନାୟକ କରାଯାଇଥିଲା କିନ୍ତୁ ସେ ଆଘାତ ହୋଇ ଟେଷ୍ଟ ସିରିଜରୁ ବାହାରିଯିବା ଦ୍ଵାରା କେ ଏଲ ରାହୁଲଙ୍କୁ ଏହି ପଦ ଦିଆଯାଇଛି। ତେବେ ରାହୁଲଙ୍କ କଥା କହିବା ତ ସେ ପଞ୍ଜାବ କିଙ୍ଗସର କ୍ୟାପଟେନ ରହିଥିଲେ ଏବଂ ତାଙ୍କର ଅନୁଭବ ବି ଥାଇପାରେ। ହେଲେ ପଞ୍ଜାବ ଦଳରେ ସେ ରିଟେନ ହୋଇନାହାନ୍ତି ଆଗାମୀ ସଂସ୍କରଣ ପାଇଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *