କୋହଲି କ୍ୟାପଟେନ ପଦ ହରାଇବା ପରେ ଗମ୍ଭୀର ଦେଲେ ବଡ଼ ବୟାନ, କହିଲେ ଆହୁରି ଭୟଙ୍କର ହେବେ କୋହଲି! ପଢନ୍ତୁ ପୁରା ଖବର

BCCI ଦକ୍ଷିଣ ଆଫ୍ରିକା ସହ ହେବାକୁ ଥିବା ଏକଦିବସିୟ ସିରିଜ ପୂର୍ବରୁ କୋହଲିଙ୍କ ଜାଗାରେ ରୋହିତ ଶର୍ମାଙ୍କୁ ଅଧିନାୟକତ୍ୱ ଦେଇଛି। ଏହାକୁ ନେଇ ଲଗାତର ଆଲୋଚନା ହେଉଛିକି ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ କୋହଲିଙ୍କର ଭୂମିକା କଣ ହେବ? କଣ ତାଙ୍କର ଖେଳିବାର ଶୈଳୀ ବଦଳିଯିବ? ଏହାକୁ ନେଇ ପୂର୍ଵ ଭାରତୀୟ ଓପନର ଗୌତମ ଗମ୍ଭୀର ରାୟ ଦେଇଛନ୍ତି। ସେ କହିଛନ୍ତି ଏକଦିବସିୟ ଅଧିନାୟକ ପଦ ହରାଇବା ପରେ କୋହଲି ପୂର୍ଵ ଅପେକ୍ଷା ଅଧିକ ଭୟାନକ ହୋଇଯିବେ।

Google

ଗମ୍ଭୀର ଷ୍ଟାର ସ୍ପୋର୍ଟର ସୋ ଫଲୋ ଦି ବ୍ଲୁରେ କହିଛନ୍ତି,”ଏହି କଥା ସତକି କୋହଲି ପୂର୍ଵ ଦୁଇ ବର୍ଷ ହେବ ଭଲ ଫର୍ମରେ ନାହାନ୍ତି। ସେ ଶେଷ ଶତକ ୨୦୧୯ରେ ମାରିଥିଲେ କିନ୍ତୁ ୩୩ ବର୍ଷୀୟ କୋହଲି ଏହି ସମୟରେ ସବୁଠୁ ଅଧିକ ଫିଟ ହେଳାଳୀ ଅଟନ୍ତି। ତାଙ୍କର ଖେଳ ପ୍ରତି ସମର୍ପଣ ଓ ତ୍ୟାଗ ଓ ନିଷ୍ଠା ଯାହା ତାଙ୍କୁ ସବୁଠୁ ଅଲଗା କରିଥାଏ। ଏବେ ଅଧିନାୟକତ୍ୱ ନରହିବା ଦ୍ଵାରା ସେ ଚାପ ମୁକ୍ତ ହୋଇଯିବେ। ଏହି ତିନୋଟି କାରଣ ତାଙ୍କୁ ଏକଦିବସିୟରେ ଅଧିକ ଭୟାନକ କରିଦେବ”।

କୋହଲି ଅଧିନାୟକ ଚାଲିଯିବା ଚାପ ମୁକ୍ତ ହେବେ:ଗମ୍ଭୀର: ପୂର୍ଵ ଭାରତୀୟ ଓପନର କହିଛନ୍ତି,”ଏକଦିବସିୟ ଅଧିନାୟକତ୍ୱ ଚାଲିଯିବା ଦ୍ଵାରା କୋହଲି ପୁରା ଚାପ ମୁକ୍ତ ହୋଇଯିବେ ଓ ସିମିତ ଓଭର କ୍ରିକେଟରେ ଖୋଲିଲି ଖେଳିବେ। ମତେ ଆଶା ଅଛିକି ସେ ଆଗକୁ ସବୁ ଫର୍ମାଟରେ ଭାରତ ପାଇଁ ଭଲ ରନ କରିବେ। ଏହା ଦ୍ଵାରା ଟିମକୁ ହିଁ ଫାଇଦା ହେବ କାରଣ ଗୋଟେ ସମୟରେ ଟିମକୁ ଅଲଗା ଦୃଷ୍ଟିକୋଣ ,ଭାବନା ଓ ବିଜୟ ଆସିବ”।

Google

ବିରାଟଙ୍କର ଏକାଗ୍ରତାରେ କୌଣସି କମିଆସିବ ନାହିଁ: ଗମ୍ଭୀର କହିଛନ୍ତି” ଏକଦିବସିୟ ଅଧିନାୟକ ପଦ ଯିବା ପରେ ମଧ୍ୟ ଲୋହଲି ଯେଉଁ ପ୍ରକାର ଶୈଳୀରେ ଖେଳିଥାନ୍ତି ସେହି ଅଗ୍ରସରତାରେ କୌଣସି କମି ଆସିବନି। ମତେ ଆଶା ଅଛିକି ଭାରତ ବିରାଟ କୋହଲିଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଖିବ ସେ ଟେଷ୍ଟ ହେଉ ବା ଏକଦିବସିୟ। ସେ ଏତେ ବର୍ଷରୁ ଯେଉଁ ପ୍ରଦର୍ଶନ ଦେଖାଇଆସିଛନ୍ତି ସେଥିରେ କୌଣସି କମିଆସିବନି ତାଙ୍କ ଅଧିନାୟକ ପଦ ଗଲେ ମଧ୍ୟ”।

ବିରାଟ କୋହଲି ୯୫ ଟି ଏକଦିବସିୟରେ ଟିମ ଇଣ୍ଡିଆର ଅଧିନାୟକତ୍ୱ କରିଛନ୍ତି ଯେଉଁଥିରୁ ୬୫ ଟି ମ୍ୟାଚରେ ଭାରତ ଜିତିଛି। ମାନେ କୋହଲିଙ୍କ ଅଧିନାୟକତ୍ୱରେ ଭାରତ ୭୦% ଏକଦିବସିୟ ମ୍ୟାଚ ଜିତିଛି। ସେ ମ୍ୟାଚ ବିଜୟୀ ରେଟରେ ଧୋନି ଓ ଗାଙ୍ଗୁଲିଙ୍କ ଠୁ ଆଗରେ ଅଛନ୍ତି। ଧୋନି ନିଜ ଏକଦିବସିୟ ଅଧିନାୟକତ୍ୱରେ ୨୦୦ ମ୍ୟାଚରୁ ଭାରତ ୧୧୦ ମ୍ୟାଚ ଜିତିଛନ୍ତି। ମାନେ ତାଙ୍କ ବିଜୟୀ ରେଟ ୫୯.୫୨% ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *