ଆରସିବି ପାଇଁ ଜରୁରୀ ଜିତିବା ଥିଲା ଏହି ମ୍ୟାଚରେ ସେ ରନ ମଧ୍ୟ କଲେ। ସମସ୍ତ ଆଇପିଏଲ ସିଜନ ୧୫ ରେ ବିରାଟ କୋହଲିଙ୍କ ବ୍ୟାଟ ଏମିତି ପାରି ଆସିନଥିଲା। କିନ୍ତୁ ଗତ କାଲିର ଅତ୍ୟନ୍ତ ଜରୁରୀ ମ୍ୟାଚରେ ସେ ରନ ମଧ୍ୟ କଲେ ନିଜ ଦଳକୁ ବିଜୟ ମଧ୍ୟ କରାଇଲେ ଏଥି ସହ ସେ ବହୁତ ରେକର୍ଡ ମଧ୍ୟ ନିଜ ନାମରେ ସୃଷ୍ଟି କଲେ। ଆସନ୍ତୁ ଜାଣିବା ବିରାଟ କୋହଲି ତାଙ୍କ ନାମରେ କଣ କଣ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି।

ଗତ କାଲିର ରୟାଲ ଚ୍ୟାଲେଞ୍ଜର୍ସ ଵାଙ୍ଗାଲାର ଏବଂ ଗଜୁରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ ବାଙ୍ଗାଲାର ପାଇଁ ଅତ୍ୟନ୍ତ ଗୁରୁତ୍ବ ପୂର୍ଣ୍ଣ ଥିଲା ଏବଂ ଏହି ମ୍ୟାଚରେ କିଙ୍ଗ କୋହଲି ନିଜର ଚମତ୍କାର ଫର୍ମ ଦେଖାଇଲେ। ସେ ଦୀର୍ଘ ବର୍ଷ ଧରି ନିଜର ଯେଉଁ ରୂପ ନେଇ ଜଣା ଶୁଣା ଥିଲେ ସେହି ରୂପର ସେ ଏକ ଝଲକ ଗତ କାଲି ଦେଖାଇ ଥିଲେ। ସେ ୫୪ ଟି ବଲ ଖେଳି ୭୩ ରନ ସଂଗ୍ରହ କରିଥିଲେ ଯେଉଁଥିରେ ସେ ୮ଟି ଚୌକା ଏବଂ ୨ଟି ଛକା ମାରିଥିଲେ। ମ୍ୟାଚ ପରେ ସେ କହିଥିଲେ କି ଏହି ମ୍ୟାଚ୍ ଅତ୍ୟନ୍ତ ଜରୁରୀ ଥିଲା ମୁଁ ମଧ୍ୟ ଏହି ମ୍ୟାଚରେ ଭଲ ଭାବରେ ଖେଳିବାକୁ ଚାହୁଁଥିଲି ତାହା ମଧ୍ୟ ହେଲା।
ଏହା ଛଡା ସେ କହିଲେ କି ଆଜିର ମ୍ୟାଚରେ ବହୁତ ଲୋକଙ୍କର ବହୁତ ଭାବନା ଜଡ଼ିତ ହୋଇ ରହିଥିଲା ମୁଁ ଖୁସି ଅଛି କି ଏହି ମ୍ୟାଚରେ ମୁଁ ଭଲ ଭାବରେ ଖେଳି ପାରିଲି।ଆପଣଙ୍କୁ କେବଳ ନିଜ ଉପରେ ବିଶ୍ୱାସ ରଖି ପରିଶ୍ରମ କରିବା ଦରକାର। ଏତେ ବର୍ଷ ପର୍ଯ୍ୟନ୍ତ ଆପଣ ଭଲ କରିଚନ୍ତି ଆଗକୁ ମଧ୍ୟ ଭଲ କରି ପାରିବେ ବାସ ନିଜ କୌଶଳ ଉପରେ ଚାଲିବାକୁ ପଡିବ। ମୁଁ ନେଟରେ ୯୦ ମିନିଟ ପର୍ଯ୍ୟନ୍ତ ଅଭ୍ୟାସ କରିଥିଲି ସବୁ ପ୍ରକାର ସର୍ଟସ ଏବଂ ବଲକୁ ଭଲ ଭାବରେ ଅନୁଧ୍ୟାନ କରିଛି। ଆରମ୍ଭରୁ ହିଁ ମୋର ଏହି ଲକ୍ଷ୍ୟ ଥିଲା କି ନିଜର ଫର୍ମ ଫେରି ପାଇବା।
Patience & Belief. @RCBTweets pic.twitter.com/b2FK2qZEwo
— Virat Kohli (@imVkohli) May 20, 2022
ଏହା ସହ ବିରାଟ କୋହଲି କୌଣସି ଗୋଟିଏ ଦଳ ତରଫରୁ ୭୦୦୦ ରନ ବନାଇ ଥିବା ପ୍ରଥମ ଖେଳାଳି ହୋଇଛନ୍ତି।ସେ ୭୦୦୦ ରନ ଆରସିବି ପାଇଁ ବନାଇଛନ୍ତି। ସେ ଆଇପିଏଲ ରେ ୨୨୧ ଟି ମ୍ୟାଚ ଖେଳି ୬୫୯୨ ରନ ସଂଗ୍ରହ କରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।