Virat Kohli controversy: ବିରାଟ କୋହଲି ସବୁଠୁ ସଫଳ ଅଧିନାୟକଙ୍କ ମଧ୍ୟରେ ଜଣେ,ଏହା ପରେ ମଧ୍ୟ ଅଛି କେତୋଟି ବିବାଦ

ବିରାଟ କୋହଲିଙ୍କୁ ସବୁଠୁ ସଫଳ ଭାରତୀୟ ଅଧିନାୟକଙ୍କ ମଧ୍ୟରେ ଗଣାଯାଏ। ସେ ଟି-୨୦ ଅଧିନାୟକ ପଦ ଛାଡିବା ପରେ ଦକ୍ଷିଣ ଆଫ୍ରିକା ସିରିଜ ପୂର୍ବରୁ ତାଙ୍କୁ ଏକଦିବସିୟ ଅଧିନାୟକ ପଦରୁ ହଟାଇଦିଆଯାଇଛି। କୋହଲି ଅନେକ ମ୍ୟାଚ ଭାରତକୁ ଏକାକୀ ଜିତାଇଛନ୍ତି। ଅନେକ ସୁନ୍ଦର ପାରି ଖେଳିଛନ୍ତି କିନ୍ତୁ ତାଙ୍କ ସହିତ ମଧ୍ୟ ଅନେକ ବିବାଦ ଯୋଡିହୋଇ ରହିଛି। ଆସନ୍ତୁ ଜାଣିବା ତାଙ୍କ ସହ ଜଡିତ କେତୋଟି ବିବାଦ ବିଷୟରେ।

Google

ଭାରତୀୟ ପୂର୍ଵ ହେର୍ଡ କୋଚ ଅନୀଲ କୁମ୍ବଲେଙ୍କ ସହିତ ତାଙ୍କ ସମ୍ପର୍କ ଭଲ ରହିନଥିଲା। ବର୍ଷ ୨୦୧୭ ଏହି ମାମଲାରେ ଜଡିତ ରହିଥିଲା। ସେବେ ମିଡ଼ିଆ ରିପୋର୍ଟରେ ଏହା କୁହାଯାଇଥିଲାକି କୁମ୍ବଲେଙ୍କୁ ପଦରୁ ହଟାଇବା ପାଇଁ ବିରାଟଙ୍କ ହାତ ଅଛି। କେବଳ ଏତିକି ନୁହେଁ ଏହା ମଧ୍ୟ କୁହାଯାଇଛି ବିରାଟ ବିସିସିଆଇକୁ ଅନେକ ଇମେଲ ପଠାଇଥିଲେ ଯେଉଁଥିରେ ସେ ଅନୀଲ କୁମ୍ବଲେଙ୍କ କୋଚିଙ୍ଗରେ ନିରାଶ ଥିବା କହିଥିଲେ। ପରେ ଅନୀଲ କୁମ୍ବଲେ ନିଜ ପଦ ଛାଡିଥିଲେ ଓ ରବି ଶାସ୍ତ୍ରୀଙ୍କୁ ଏହି ପଦ ଦିଆଯାଇଥିଲା।

ବିରାଟ କୋହଲିଙ୍କ ଆକ୍ରାମକ ରୂପ ଗ୍ରାଉଣ୍ଡରେ ମଧ୍ୟ ଦେଖାଯାଇଛି। ଅନେକ ଥର ଏହି କାରଣରୁ ବିବାଦ ମଧ୍ୟ ଦେଖାଯାଇଛି। ବର୍ଷ ୨୦୧୮-୧୯ ରେ ଅଷ୍ଟ୍ରେଲିଆ ଗ୍ରସ୍ତ ସମୟରେ କୋହଲି ଓ ଟିମ ପେନଙ୍କ ମଧ୍ୟରେ ଶବ୍ଦ ଦ୍ଵନ୍ଦ ଦେଖିବାକୁ ମିଳିଲା। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଟିମର ଅନେକ ଖେଳାଳିଙ୍କ ସହ ବିରାଟ କୋହଲିଙ୍କ ସଂପର୍କ ଭଲ ରହିନାହିଁ।କେବଳ ଏତିକି ନୁହେଁ ଥରେ ଆଇପିଏଲରେ ବିରାଟ କୋହଲି ଓ କେକେଆରର ପୂର୍ଵ ଅଧିନାୟକ ଗୌତମ ଗମ୍ଭୀରଙ୍କ ମଧ୍ୟରେ ମଧ୍ୟ ଝଗଡା ଦେଖିବାକୁ ମିଳିଥିଲା।

Google

ବର୍ଷ ୨୦୧୫ରେ ବିରାଟ କୋହଲି ନିଜ ବ୍ୟବହାର କାରଣରୁ ଚର୍ଚ୍ଚାରେ ଆସିଥିଲେ। ଗୋଟେ ଆର୍ଟିକିଲକୁ ନେଇ ସେ ଏୟାରପୋର୍ଟରେ ଜଣେ ପତ୍ରକାରଙ୍କୁ ଗାଳି ଦେଇଥିଲେ। ପରେ ଜଣାପଡିଥିଲାକି ସେ ଭୁଲ ପତ୍ରକାରଙ୍କୁ ଗାଳି ଦେଇଛନ୍ତି ଓ ସେ ଏହା ପରେ କ୍ଷମା ମଧ୍ୟ ମାଗିଥିଲେ।

ଅନେକ ଥର ଭିଡ଼ିଓ ରିପୋର୍ଟରେ ମଧ୍ୟ ରୋହିତ ଓ ବିରାଟଙ୍କ ସମ୍ପର୍କ ଭଲ ନଥିବା କୁହାଯାଇଛି। କିନ୍ତୁ ଦୁହେଁ ଏହାକୁ ନେଇ କୌଣସି ବୟାନ ଦେଇନଥିଲେ। ଏହାର ଆରମ୍ଭ ସେବେ ହୋଇଥିଲେ ଯେବେ ରୋହିତ ବିରାଟ ଓ ଅନୁଷ୍କାଙ୍କୁ ଇଂଷ୍ଟାଗ୍ରାମରେ ଅନଫଲୋ କରିଦେଇଥିଲେ।

Google

ବିରାଟ କୋହଲି ନିଜ ପତ୍ନୀ ଅନୁଷ୍କାଙ୍କୁ ନେଇ ମଧ୍ୟ ବିବାଦକୁ ଆସିଥିଲେ। ଅନୁଷ୍କା ଅନେକ ସମୟରେ ଷ୍ଟାଡିୟମକୁ ଆସିଥାନ୍ତି ଯେବେ ବିରାଟ ଖେଳିଥାନ୍ତି। ତାଙ୍କୁ ଭାରତର ପରାଜୟକୁ ନେଇ ଟ୍ରୋଲ କରାଯିବା ଦ୍ଵାରା କୋହଲି ଏହାର ଜବାବ ଦେଇଥିଲେ। ଥରେ ତ ଅନୁଷ୍କା ମ୍ୟାଚ ମଧ୍ୟରେ ହିଁ ଗ୍ରାଉଣ୍ଡକୁ ପହଁଚିଯାଇଥିଲେ ଓ ବିବାଦ ହୋଇଥିଲା।ବିସିସିଆଇର ନିୟମ ଅନୁସାରେ ଖେଳାଳି, ସପୋର୍ଟ ଷ୍ଟାପ , ଅଧିକାରୀଙ୍କ ଛଡା ଅନ୍ୟ କେହି ମ୍ୟାଚ ସମୟରେ ଗ୍ରାଉଣ୍ଡକୁ ଯାଇପାରିବେ ନାହିଁ। ତେଣୁ ଅନୁଷ୍କା ନିୟମ ଭାଙ୍ଗିବା ଦ୍ଵାରା ବିରାଟଙ୍କୁ ଟାର୍ଗେଟ କରାଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *