କୋହଲିଙ୍କୁ ପୂର୍ବ ଭାରତୀୟ କ୍ରିକେଟରଙ୍କ ବଡ଼ ବୟାନ! କଣ କୋହଲି ପାଇବେନି ଟି-୨୦ ରେ ଜାଗା?

ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆର ପୂର୍ଵ ଅଧିନାୟକ ବିରାଟ କୋହଲିଙ୍କ ଏବେ ଫର୍ମ ଖରାପରେ ଅଛନ୍ତି। ଇଂଲଣ୍ଡ ବିରୁଦ୍ଧରେ ଦ୍ୱିତୀୟ ଟି-୨୦ରେ କୋହଲି ମାତ୍ର ୧ ରନ କରି ଆଉଟ ହୋଇଗଲେ, ଯାହା ପରେ ଭାରତୀୟ ଟି-୨୦ ଦଳରେ ତାଙ୍କ ଜାଗାକୁ ନେଇ ଲଗାତର ପ୍ରଶ୍ନ ଉଠୁଛି। ଦୀପକ ହୁଡ୍ଡା ଓ ସୂର୍ଯ୍ୟ କୁମାର ଯାଦବଙ୍କ ଭଳି ଖେଳାଳି ବିରାଟ କୋହଲିଙ୍କ ଜାଗା ପାଇଁ ଅସୁବିଧା ହୋଇ ଅଛନ୍ତି। ଆଗାମୀ ସମୟରେ ମଧ୍ୟ ଯଦି କୋହଲିଙ୍କର ଏପରି ଫର୍ମ ରୁହେ ତେବେ ତାଙ୍କୁ ଭାରତୀୟ ଟି-୨୦ ଦଳରୁ ଡ୍ରପ କରାଯାଇପାରେ।

Google

ଜାଡେଜା ଏହି ବୟାନରେ ରାଗିଗଲେ:

ଏହା ମଧ୍ୟରେ ବିରାଟ କୋହଲିଙ୍କୁ ନେଇ ଜଣେ ପୂର୍ଵ ଭାରତୀୟ ଖେଳାଳି ବଡ଼ ବୟାନ ଦେଇଛନ୍ତି। ପୂର୍ଵ କ୍ରିକେଟର ଓ କମେଣ୍ଟେଟର ଅଜୟ ଜାଡେଜାଙ୍କ ଅନୁସାରେ ଯଦିସେ ଚୟନକର୍ତ୍ତାଇଥାନ୍ତେ ବିରାଟ କୋହଲିଙ୍କୁ ଟି-୨୦ ଟିମରୁ ବାହାର କରିଦେଇଥାନ୍ତେ। ଅଜୟ ଜାଡେଜା କହିଛନ୍ତି କୋହଲିଙ୍କୁ ଟି-୨୦ରେ ଖେଳାଇବା ଉଚିତ ନୁହେଁ। ସେ କହିଛନ୍ତି ଯଦି ମୁଁ ଟିମର ଚୟନକର୍ତା ହୋଇଥାନ୍ତି କୋହଲିଙ୍କୁ ଟିମରେ ସାମିଲ କରିନଥାନ୍ତି।

ଅଜୟ ଜାଡେଜାଙ୍କ ଅନୁସାରେ ଭାରତୀୟ ଟିମ ମ୍ୟାନେଜମେଣ୍ଟ ଓ ଅଧିନାୟକ ରୋହିତ ଶର୍ମାଙ୍କ ପାଖରେ ଦୁଇଟି ଅପ୍ସନ ଅଛି। ସେ ଆକ୍ରାମକ ପ୍ରଣାଳୀରେ ଖେଳାନ୍ତୁ ନଚେତ ପୁରୁଣା ଶୈଳୀରେ ଖେଳନ୍ତୁ।ବିରାଟ କୋହଲିଙ୍କୁ ନେଇ ତାଙ୍କ କଡା ଫଇସଲା ନେବାକୁ ପଡିପାରେ। ଅଜୟ ଜାଡେଜା ଆଗକୁ କହିଛନ୍ତି,”ଯିଏ କେହିବି ଟିମର ଲିଡ଼ କରିବ ତା ପାଖରେ ଦୁଇଟି ଚାନ୍ସ ଅଛି। ପ୍ରଥମ ଆପଣ ଏହିପରି ଖେଳନ୍ତୁ ଯୁବ ଖେଳାଳିଙ୍କୁ ମୌକା ଦିଅନ୍ତୁ ନଚେତ ଅନ୍ୟ ହେଉଛି ପୁରୁଣା ଟିମ ପାଖୁ ଯାଆନ୍ତୁ ଯିଏକି ଆପଣଙ୍କ ଠୁ ପୂର୍ଵରୁ ଖେଳିଥିଲେ।

Google

ଚୟନକର୍ତ୍ତା ହେଇଥିଲେ କୋହଲିଙ୍କୁ ଟି-୨୦ ଟିମରୁ ବାହାର କରିଦେଇଥାନ୍ତି:

ଅଜୟ ଜାଡେଜା କହିଛନ୍ତି,”କୋହଲି ଜଣେ ଖାସ ଖେଳାଳି ଅଟନ୍ତି। ଯଦି ସେ କୋହଲି ହୋଇନଥାନ୍ତେ ସେ ଟେଷ୍ଟ ଟିମର ଅଂଶ ମଧ୍ୟ ହୋଇପାରିନଥାନ୍ତେ।କିନ୍ତୁ ଏବେ ତାଙ୍କୁ ନେଇ ଆପଣଙ୍କୁ ଫଇସଲା ନେବାକୁ ପଡିବ। କଣ ଆପଣ ଟପ ଅର୍ଡରରେ ଯୁବ ଖେଳାଳିଙ୍କୁ ଖେଳାଇବେ ନା ପୁରୁଣା ଖେଳାଳି କୋହଲି ଓ ରୋହିତଙ୍କ ସହିତ ଯିବେ ଟପ ଅର୍ଡରରେ। ଯଦି ମତେ ଟିମ ବାଛିବାକୁ ପଡିଥାନ୍ତା ମୁଁ କୋହଲିଙ୍କୁ ଚୟନ କରିନଥାନ୍ତି”।

ତେବେ ଆପଣଙ୍କ ଅନୁମାନ କଣ ତାହା କମେଣ୍ଟ ମାଧ୍ୟମରେ ଜଣେଇପାରିବେ। କଣ କୋହଲିଙ୍କୁ ଦରକାର ନମ୍ବର ୩ ରେ ଖେଳିବା? କମେଣ୍ଟରେ ଜଣେଇପାରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *