20-20 ଏବଂ ଦିନିକିଆ ପରେ କଣ ଟେଷ୍ଟରୁ ଚାଲିଯିବ ବିରାଟ କୋହଲିଙ୍କ କ୍ୟାପଟେନସି!

ଭାରତୀୟ କ୍ରିକେଟରେ ଏବେ ନୂତନ ଆରମ୍ଭ ହୋଇଛି। ଆପଣଙ୍କୁ କହିରଖିବୁ ଅଧିନାୟକ ଧୋନିଙ୍କ ପରେ ତିନୋଟି ଯାକ ଫର୍ମାଟର ଅଧିନାୟକତ୍ୱ ପଦ ବିରାଟ କୋହଲିଙ୍କୁ ଦିଆଯାଇଥିଲା ଓ ସେ ଏହି ଦାୟୀତ୍ୱକୁ ସୁନ୍ଦର ଭାବେ ତୁଲାଉଥିଲେ। ଏହା ସତ କି ତାଙ୍କ ଅଧିନାୟକତ୍ୱରେ ଭାରତ କୌଣସି ଆଇସିସି ଟ୍ରଫି ଜିତିପାରିନାହିଁ କିନ୍ତୁ ବ୍ୟକ୍ତିଗତ ରୂପରେ ଓ ଟିମ ରୂପରେ ତାଙ୍କ ରେକର୍ଡ ଚମତ୍କାର ଅଟେ।

Google

ସେ ଜଣେ ଭଲ ଅଧିନାୟକ ଓ ଭଲ ବ୍ୟାଟ୍ସମ୍ୟାନ ଅଟନ୍ତି। ଟିମ ଇଣ୍ଡିଆର ଅନେକ ବିଜୟରେ ତାଙ୍କ ଯୋଗଦାନ ସୁନ୍ଦର ଅଟେ। କିନ୍ତୁ ଏହା ମଧ୍ୟରେ ସେ ଏବେ କେବଳ ଟେଷ୍ଟରେ ଅଧିନାୟକ ରହିଛନ୍ତି। କହିରଖିବୁ ସେ ଆଇସିସି ଟ୍ରଫି ଟିମକୁ ଜିତାଇପାରୁନଥିବାରୁ ତାଙ୍କୁ ନେଇ ଅନେକ ଆଲୋଚନା ହେଉଥିଲା। ତାଙ୍କ ଉପରେ କାମର ଅଧିକ ଭାର ପଡୁଥିଲା ଯାହା ଦ୍ୱାରା ସେ ନିଜ ବ୍ୟାଟିଙ୍ଗ ଉପରେ ଧ୍ୟାନ ଲଗାଇପାରୁ ନଥିଲା। ଏହା ପରେ ସେ ICC ଟି-୨୦ ବିଶ୍ୱକପ ୨୦୨୧ ପୂର୍ବରୁ ଭାରତୀୟ ଟି-୨୦ ଅଧିନାୟକତ୍ୱ ପଦ ଛାଡିବାର ଘୋଷଣା କରିଦେଇଥିଲେ।

ଏହା ପରେ ଟି-୨୦ର ଅଧିନାୟକତ୍ୱ ପଦ ରୋହିତ ଶର୍ମାଙ୍କୁ ଦିଆଯାଇଥିଲା। ଏହା ସହିତ ଟି-୨୦ ବିଶ୍ୱକପ ପରେ ହେର୍ଡ କୋଚ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଥିଲା ଓ ତାଙ୍କ ଜାଗାରେ ରାହୁଲ ଦ୍ରାଭିଡଙ୍କୁ ନୂତନ କୋଚ କରାଯାଇଥିଲା। ଏବେ ଦକ୍ଷିଣ ଆଫ୍ରିକା ଗ୍ରସ୍ତ ପୂର୍ବରୁ କୋହଲିଙ୍କ ଠୁ ଏକଦିବସିୟ ଅଧିନାୟକ ପଦ ମଧ୍ୟ ଛଡାଇନିଆଯାଇଛି ଓ ଏହି ପଦ ଏବେ ରୋହିତ ଶର୍ମାଙ୍କୁ ଦିଆଯାଇଛି। ମାନେ କୋହଲି ଏବେ କେବଳ ଟେଷ୍ଟର ଅଧିନାୟକ ରହିଛନ୍ତି।

Google

କୋହଲିଙ୍କ ଠୁ ଏକଦିବସିୟ ପଦ ଛଡାଇନିଆଯିବା ପରେ ସୋସିଆଲ ମିଡ଼ିଆରେ ଏହାକୁ ନେଇ ଅନେକ ଆଲୋଚନା ହୋଇଥିଲା। ବିସିସିଆଇ ଉପରେ ଲୋକ କିଛି ପ୍ରଶ୍ନ ଉଠାଇଥିଲେ। ତେବେ ଏବେ ପ୍ରଶ୍ନ ଉଠୁଛି କଣ କୋହଲିଙ୍କ ଠୁ ଟେଷ୍ଟ ଅଧିନାୟକତ୍ୱ ପଦ ମଧ୍ୟ ଛଡାଇନିଆଯାଇପାରେ କି ନାହିଁ? ତେବେ କଣ ଚାହୁଁଛନ୍ତି ପୁଣି କୋହଲିଙ୍କୁ ଅଧିନାୟକତ୍ୱ ମିଳୁ? ଆପଣଙ୍କ ମତ ଆମକୁ କମେଣ୍ଟରେ ଜଣାଇବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *