ଭାରତୀୟ ଟିମର ଅଧିନାୟକ ବିରାଟ କୋହଲି ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ଦ୍ୱିତୀୟ ଟେଷ୍ଟରେ ଜିରୋରେ ଏଲବିଡବ୍ଲୁ ଆଉଟ ହୋଇଯାଇଛନ୍ତି। ମୁମ୍ବାଇର ୱାନଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଟିମ ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗ କରିଥିଲା। ବିରାଟ କୋହଲି ୪ ନମ୍ବରରେ ବ୍ୟାଟିଙ୍ଗ କରିବାକୁ ଆସିଥିଲେ ମାତ୍ର ଚାରିଟି ବଲ ଖେଳି ଆଉଟ ହୋଇଗଲେ। ତେବେ ଏହି ଆଉଟକୁ ନେଇ ସୋସିଆଲ ମିଡିଆରେ ହଲଚଲ ସୃଷ୍ଟି ହୋଇଯାଇଥିଲା।
#Kohli decision was definitely not out. Yes, NZ has made a terrific comeback in this session but they also benefited from ‘VIRAT’LBW verdict. #INDvsNZTestSeries #NZvInd
— parthiv patel (@parthiv9) December 3, 2021
ମୟଙ୍କ ଅଗ୍ରୱାଲ ଓ ଶୁଭମନ ଗିଲ ଭାରତକୁ ଭଲ ଆରମ୍ଭ ଦେଇଥିଲେ। ଦୁହେଁ ପ୍ରଥମ ୱିକେଟ ପାଇଁ ୮୦ ରନର ପାର୍ଟନରସିପ କରିଥିଲେ। ଏହା ପରେ ଏଯାଜ ପଟେଲ କମାଲ କରିଥିଲେ ଓ ଭାରତର ସ୍କୋର ୮୦ ରେ ୩ ଟି ୱିକେଟ ଗଳିପଡିଥିଲା। ସେ ୨୮ ତମ ଓଭରର ତୃତୀୟ ବଲରେ ଶୁଭମନ ଗିଲଙ୍କୁ ରସ ଟେଲରଙ୍କ ହାତରେ କ୍ୟାଚ କରାଇ ଦେଇଥିଲେ। ଗିଲ ୭୧ ବଲରେ ୭ ଟି ଚୌକା ଓ ଗୋଟେ ଛକା ସହ ୪୪ ରନ କରିଥିଲେ। ଏହା ପରେ ସେ ନିଜ ପର ଓଭରରେ ଚେତେଶ୍ୱର ପୂଜାରା ଓ ବିରାଟ କୋହଲିଙ୍କୁ ଆଉଟ କରିଦେଇଥିଲେ। ପୂଜାରା ୫ ବଲ ଖେଳି ବୋଲ୍ଡ ହେଲେ ଓ ଖାତା ଖୋଲିପାରିଲେନି ଓ ବିରାଟ କୋହଲି ମଧ୍ୟ ଖାତା ନଖୋଲି ପାରି ଆଉଟ ହେଲେ।
ବିରାଟ ଆଉଟ ହେବା ପରେ ଡିଆରଏସ ନେଇଥିଲେ। ରିଭ୍ୟୁରେ ମଧ୍ୟ ଦେଖାଗଲାକି ବଲ ପ୍ୟାଡ଼ ଓ ବ୍ୟାଟରେ ଏକାସାଥିରେ ବାଜିଥିଲା। କିନ୍ତୁ ଥାର୍ଡ ଅମ୍ପାୟାର ଫିଲ୍ଡ ଅମ୍ପାୟାରଙ୍କ ନିସ୍ପତି ସହ ଗଲେ ଓ ବିରାଟଙ୍କୁ ଆଉଟ ହେବକୁ ପଡିଲା। ଏଯାଜ ପଟେଲ ପାରିର ୩୦ ତମ ଓଭରର ଶେଷ ବଲରେ କୋହଲିଙ୍କୁ ଏଲବୀଡବ୍ଲୁ କରିଦେଲେ।
How the hell is this LBW when ball is clearly edging the bat first?🤔
It was clearly a Bat-first@WasimJaffer14 well said that – "This was an instance where common sense should have prevailed. But as they say common sense is not so common"💯#ViratKohli #IndvsNZtest pic.twitter.com/NHhqGPEioZ
— Siddhartha🇮🇳🕉 (@Kohli_believer) December 3, 2021
ଅନେକ ସମୟ ପର୍ଯ୍ୟନ୍ତ ଅମ୍ପାୟାର ରିପ୍ଲାଏକୁ ଦେଖିଥିଲେ ଓ ଶେଷରେ ଥାର୍ଡ ଅମ୍ପାୟାର ଗ୍ରାଉଣ୍ଡ ଅମ୍ପାୟାରଙ୍କ ସହିତ ହିଁ ଯାଇଥିଲେ। ବିରାଟ ୪ ଟି ବଲ ଖେଳିଥିଲେ ଓ ଖାତା ନଖୋଲି ଆଉଟ ହୋଇଥିଲେ। ସେ ଆଉଟ ହେବା ପରେ ସୋସିଆଲ ମିଡ଼ିଆରେ ଅନେକ ପ୍ରସଂସକ ନିରାଶ ଦେଖାଗଲେ। ବିରାଟଙ୍କର ଆଉଟର କିଛି ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ସେୟାର ହେଉଛି। କିଛି ଟିଭି କମେଣ୍ଟର ମଧ୍ୟ ବିରାଟଙ୍କୁ ସପୋର୍ଟ କଲେ ଓ ଏହା ଉପରେ ନିରାଶ ହେଲେ।
ତେବେ ଏହାକୁ ନେଇ କଣ ଆପଣଙ୍କ ମତ ତାହା କମେଣ୍ଟ ବିଭାଗରେ କମେଣ୍ଟ କରି ଜଣାନ୍ତୁ। ଆପଣଂକୁ କଣ ଲାଗୁଛି କୋହଲିଙ୍କର ସେଇଟା ଆଉଟ ଥିଲା ନା ନଟ ଆଉଟ?
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।