ବ୍ୟୁରୋ ରିପୋର୍ଟ: ପୂର୍ଵ ଭାରତୀୟ ଅଧିନାୟକ ବିରାଟ କୋହଲି ପୂର୍ଵ କିଛି ମାସରୁ ଶତକ ପାଇଁ ପ୍ରାୟ ସଂଘର୍ଷ କରୁଛନ୍ତି। କୋହଲି ଇଣ୍ଟରନେସନାଲ କ୍ରିକେଟରେ ପ୍ରାୟ ପୂର୍ଵ ଦୁଇ ବର୍ଷରୁ କୌଣସି ଶତକ ଲଗାଇନାହାଁନ୍ତି।

କୋହଲିଙ୍କ ଖରାପ ଫର୍ମ ଉପରେ ଅନେକ ମହାନ ଖେଳାଳି ନିଜ ରାୟ ଦେଇଛନ୍ତି। ଏହି ରାୟରେ ପୂର୍ଵ ପାକିସ୍ତାନି ଅଧିନାୟକ ରାଶିଦ ତଲିଫ ମଧ୍ୟ ସାମିଲ ଅଛନ୍ତି। କିନ୍ତୁ କୋହଲିଙ୍କ ଖରାପ ଫର୍ମକୁ ନେଇ ସେ ଆଶ୍ଚର୍ଯ୍ୟକର ବୟାନ ଦେଇଛନ୍ତି।
ତଲିଫଙ୍କ କହିବା ଅନୁସାରେ କୋହଲିଙ୍କ ଖରାପ ଫର୍ମ ପାଇଁ ପୂର୍ଵ ଭାରତୀୟ କୋଚ ରବି ଶାସ୍ତ୍ରୀ ଦାୟୀ। ତଲିଫ ଏହି ବୟାନ ଏକ ୟୁଟୁବ ଚ୍ୟାନେଲରେ ଦେଇଛନ୍ତି। କହିରଖିବୁ କୋହଲିଙ୍କ ଖରାପ ଫର୍ମ ଯୋଗୁ ରବି ଶାସ୍ତ୍ରୀ ତାଙ୍କୁ ବ୍ରେକ ନେବାକୁ କହିଥିଲେ। ଏହାକୁ ନେଇ ପୁର୍ବ ପାକିସ୍ତାନି ୱିକେଟ କିପର ବ୍ୟାଟ୍ସମ୍ୟାନ ବୈଣ୍ଟରଙ୍କୁ ପ୍ରଶ୍ନ ପଚରାଯାଇଥିଲା।

“ରବି ଶାସ୍ତ୍ରୀଙ୍କର କୋଚିଂରେ କୌଣସି ଦେବା ନେବା ନଥିଲା”:
ଏହାର ଜବାବରେ ତଲିଫ କହିଛନ୍ତି,”ଏହି ସବୁ ତାଙ୍କ ଯୋଗୁ ହୋଇଛି (ରବି ଶାସ୍ତ୍ରୀ)। ୨୦୧୯ରେ ଆପଣ ଅନୀଲ କୁମ୍ବଲେଙ୍କ ଭଳି ଖେଳାଳିଙ୍କୁ ସାଇଡ଼ଲାଇନ କରି ରବି ଶାସ୍ତ୍ରୀଙ୍କୁ କୋଚ କରିଥିଲେ। ମତେ ଜଣାନାହିଁ କି ତାଙ୍କ ପାଖରେ ମାନ୍ୟତା ଥିଲା କି ନାହିଁ। ସେ ଏକ କମେଣ୍ଟେଟର ଥିଲେ ତାଙ୍କର କୋଚିଂରେ କୌଣସି ଦେବା ନେବା ନଥିଲା”।
ତଲିଫ ଆଗକୁ କହିଛନ୍ତି,”ମତେ ଲାଗୁନାହିଁ ରବି ଶାସ୍ତ୍ରୀଙ୍କ ଛଡା ଅନ୍ୟ କୌଣସି ଖେଳାଳିଙ୍କର ବିରାଟ କୋହଲିଙ୍କୁ ଭିତରକୁ ଆଣିବାରେ ଭୂମିକା ଅଛି। କିନ୍ତୁ ଏହି ଦାବି ଏବେ ଓଲଟା ପଡୁଛି,ଏହା ସଠିକ ଅଟେନା? ଯଦି ଶାସ୍ତ୍ରୀ କୋଚି ନଥାନ୍ତେ କୋହଲି ଆଉଟ ଅଫ ଫର୍ମ ହୋଇନଥାନ୍ତେ”।

୨୦୧୭ରେ ଶାସ୍ତ୍ରୀଙ୍କୁ କରାଯାଇଥିଲା କୋଚ:
କହିରଖିବୁ ରବି ଶାସ୍ତ୍ରୀ ପ୍ରଥମ ଥର ଟିମ ଇଣ୍ଡିଆ ସହିତ ୨୦୧୪ରେ ଡ଼ାଇରେକ୍ଟର ହିସାବରେ ଜଏନ କରିଥିଲେ। ଏହି ସମୟରେ ତାଙ୍କର କାର୍ଯ୍ୟକାଳ ଟି-୨୦ ବିଶ୍ୱକପ ୨୦୧୬ ପର୍ଯ୍ୟନ୍ତ ଥିଲା। ଏହାପରେ ଅନୀଲ କୁମ୍ବଲେ ଗୋଟେ ବର୍ଷ ପାଇଁ କୋଚ ଥିଲେ କିନ୍ତୁ ଭାରତ ୨୦୧୭ ଚମ୍ପିୟାନସ ଟ୍ରଫି ହାରିଯିବା ପରେ ରବି ଶାସ୍ତ୍ରୀଙ୍କୁ କୋଚ କରାଯାଇଥିଲା। ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳରେ ଭାରତ ଅଷ୍ଟ୍ରେଲିଆରେ ଦୁଇଟି ଟେଷ୍ଟ ସିରିଜ ଜିତିଛି।
ଶାସ୍ତ୍ରୀ କୋଚ ଥିବା ଅବସ୍ଥାରେ ଭାରତ ବିଶ୍ୱ ଟେଷ୍ଟ ଚମ୍ପିୟାନସିପର ଫାଇନାଲରେ ପହଁଚିଥିଲା। କିନ୍ତୁ ରବି ଶାସ୍ତ୍ରୀଙ୍କ କୋଚିଙ୍ଗ ସମୟରେ ଭାରତ କୌଣସି ଆଇସିସି ଟ୍ରଫି ଜିତି ନାହିଁ । କୋଚ ରୂପରେ ଶାସ୍ତ୍ରୀଙ୍କର କୋହଲିଙ୍କ ସହ ତାଳମେଳ ଭଲ ଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।