ବିରାଟ କୋହଲି ଭାରତୀୟ ଟେଷ୍ଟ ଟିମର ଅଧିନାୟକତ୍ୱ ମଧ୍ୟ ଛାଡିଦେଇଛନ୍ତି। ଭାରତୀୟ ଷ୍ଟାର ଖେଳାଳି କୋହଲି ଶନିବାରକୁ ଏହି ସୂଚନା ଦେଇଛନ୍ତି। କୋହଲି ସୋସିଆଲ ମିଡ଼ିଆରେ ଏକ ଲମ୍ବା ପୋଷ୍ଟ ଲେଖି ଅଧିନାୟକତ୍ୱ ଛାଡିବାର ଫଇସଲା ବିଷୟରେ କହିଛନ୍ତି। ଏହା ସହିତ ଭାରତୀୟ କ୍ରିକେଟରେ ବିରାଟ କୋହଲିଙ୍କ କ୍ୟାପଟେନ ଭାବରେ ଖେଳିବାର ଅନ୍ତ ହୋଇଗଲା।

ସେ ନିଜର ୭ ବର୍ଷର ଅଧିନାୟକତ୍ୱରେ ଭାରତକୁ ଅନେକ ସଫଳତା ଦେଇଥାନ୍ତି ଯାହା ଭାରତ ଆଗରୁ ହାସଲ କରିପାରିନଥିଲା। ସେ ନିଜ ଆକ୍ରାମକତା ଅଧିନାୟକତ୍ୱ ପାଇଁ ଅନେକ ଥର ଆଲୋଚନାର ସାମ୍ନା କରିଛନ୍ତି କିନ୍ତୁ ଆଜି ଯେବେ ଆମେ ବୁଲିକି ଦେଖିବା ଏହା ସତକି ସେ ଭାରତର ଏକ ମହାନ ଅଧିନାୟକ ଥିଲେ। ଭାରତର ସବୁଠୁ ମହାନ ଅଧିନାୟକଙ୍କ ନାମରେ ସୌରଭ ଗାଙ୍ଗୁଲି ଓ ମହେନ୍ଦ୍ର ସିଂହ ଧୋନିଙ୍କ ସହ କୋହଲିଙ୍କ ନାମ ବି ଆସିବ। ଟେଷ୍ଟ କ୍ରିକେଟରେ କୋହଲିଙ୍କ ନାମ ଆଗ ଆସିବ।
କୋହଲିଙ୍କ କ୍ୟାପଟେନସିରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ଯାଇ ଅଷ୍ଟ୍ରେଲିଆକୁ ହରାଇଥିଲା। ଏହା ବଡ଼ କୀର୍ତ୍ତିମାନ ମଧ୍ୟରୁ ଗୋଟିଏ ଅଟେ। ଅନ୍ୟପକ୍ଷରେ WTC ଫାଇନାଲକୁ ମଧ୍ୟ କୋହଲିଙ୍କ କ୍ୟାପଟେନସିରେ ଟିମ ଇଣ୍ଡିଆ ଯାଇଥିଲା। ଦଳକୁ ଗଢି ତୋଳିବାରେ କୋହଲି ଏବଂ କୋଚ୍ ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଟେଷ୍ଟରେ ଟିମ ଇଣ୍ଡିଆ ନମ୍ବର ୧ ପୋଜିସନରେ ମଧ୍ୟ କୋହଲିଙ୍କ କ୍ୟାପଟେନସିରେ ରହିଥିଲା। ଅଧିନାୟକ ଭାବରେ ଟେଷ୍ଟରେ ବିଜୟ ପ୍ରତିଶତ କହିବା ତ ଗାଙ୍ଗୁଲିଙ୍କର ୪୨.୮୫% ଥିବା ବେଳେ ଧୋନିଙ୍କର ୪୫% ଅଟେ। ଯେବେକି କ୍ୟାପଟେନ ହିସାବରେ କୋହଲିଙ୍କ ବିଜୟ ପ୍ରତିଶତ ୫୮.୮୨% ଅଟେ। ଏଥିରୁ ଆପଣ ଅନୁମାନ କରିପାରୁଥିଲେ କୋହଲିଙ୍କ କ୍ୟାପଟେନସିରେ ଟିମ ଇଣ୍ଡିଆ ଟେଷ୍ଟରେ ସୁପର ଟିମ ବନିଛି। ଦଳ ଦେଶରେ ଏବଂ ଦେଶ ବାହାରେ ମଧ୍ୟ ବିଜୟ ଲାଭ କରି ଇତିହାସ ରଚିଛି।
Kohli's stats as a captain (win/loss ratio & win %) are way ahead than other Indian captains and these records will remain for time to come.
Who will replace Kohli as Test captain? High chances are for Rohit to lead in all three formats.
Indian Test Captain stats (min 10 tests) pic.twitter.com/7Xv0XK6KrK
— Pradeep John (Tamil Nadu Weatherman) (@praddy06) January 15, 2022
ତାଙ୍କର ଖେଳ ମନୋଭାବ ଏବଂ ସୁନ୍ଦର କ୍ୟାପଟେନସି ଖେଳପ୍ରେମୀଙ୍କ ମନରେ ରହିବ ବୋଲି ଅନୁମାନ। ସେ ୬୮ ଟି ଟେଷ୍ଟ ମ୍ୟାଚରେ କ୍ୟାପଟେନସି କରିଥିବା ବେଳେ ୪୦ ଟିରେ ବିଜୟ ଟିମ ଇଣ୍ଡିଆ ହୋଇଥିଲା।
ବିରାଟ କୋହଲି ଏବେ ପୂର୍ଵ ଅଧିନାୟକ ହୋଇଯାଇଛନ୍ତି ତାଙ୍କ ତୁଳନା ପୂର୍ଵ ଅଧିନାୟକଙ୍କ ସହ କରିବା ସ୍ବଭାବିକ କଥା। ଯେବେବି ଭାରତର ମହାନ ଅଧିନାୟକଙ୍କ କଥା ଉଠେ ସୌରଭ ଗାଙ୍ଗୁଲି ଓ ମହେନ୍ଦ୍ର ସିଂହ ଧୋନିଙ୍କ ନାମ ଆସିଥାଏ। ଧୋନିଙ୍କ ଅଧିନାୟକତ୍ୱରେ ଭାରତ ଦୁଇ ଥର ବିଶ୍ୱକପ ଜିତିଲା। ଅନ୍ୟ ପଟେ ଏହା କୁହାଯାଇଥାଏ କି କୋହଲିଙ୍କ ଅଧିନାୟକତ୍ୱରେ ଭାରତ କୌଣସି ICC ଟ୍ରଫି ଜିତିନାହିଁ। ଏପରି କୁହାଯାଇ କୋହଲିଙ୍କୁ ଗାଙ୍ଗୁଲି ଓ ଧୋନିଙ୍କ ଠୁ ନିମ୍ନସ୍ତରର ଅଧିନାୟକ କୁହାଯାଇଥାଏ।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।