ବ୍ୟୁରୋ ରିପୋର୍ଟ: ପ୍ରଥମେ ODI ସିରିଜ ହାତେଇବା ପରେ ଟି-୨୦ ସିରିଜ ମଧ୍ୟ ଟିମ ଇଣ୍ଡିଆ ନିଜ ନାମରେ ନାମିତ କରିଦେଇଛି। ବିରାଟ କୋହଲି ଅର୍ଦ୍ଧଶତକ ମାରି ଫର୍ମକୁ ଫେରିବାର ସଂକେତ ଦେଇଦେଇଛନ୍ତି। ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଦ୍ୱିତୀୟ ଟି-୨୦ରେ ସେ ୫୨ ରନ କରିଛନ୍ତି। ସେ ଟି-୨୦ କ୍ରିକେଟରେ ସେ ସବୁଠୁ ଅଧିକ ରନ କରିବାର ମାତ୍ର ୪ ରନ ଦୂରରେ ରହିଗଲେ। ଏହା ତାଙ୍କର ଟି-୨୦ ଇଣ୍ଟରନେସନାଲର ୩୦ ତମ ଅର୍ଦ୍ଧଶତକ ଅଟେ। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜର ଅଧିନାୟକ କାୟରନ ପୋଲାଡ଼ ଟସ୍ ଜିତି ପ୍ରଥମେ ବୋଲିଙ୍ଗର ନିସ୍ପତି ନେଇଥିଲେ। ତିନୋଟି ମ୍ୟାଚର ସିରିଜରେ ଭାରତ ୧-୦ରେ ଆଗୁଆ ଥିଲା ଏବଂ ଦ୍ୱିତୀୟ ଟି-୨୦ ମ୍ୟାଚ ଜିତି ସିରିଜ ଭାରତ ହାତେଇନେଲା।

ବିରାଟ କୋହଲି ୪୧ ବଲରେ ୫୨ ରନ କରି ଅଫ ସ୍ପିନର ରୋଷ୍ଟନ ଚେଜଙ୍କ ବଲରେ ବୋଲ୍ଡ ହୋଇଥିଲେ। ସେ ନିଜ ପାରିରେ ୭ ଟି ଚୌକା ଓ ଗୋଟେ ଛକା ମାରିଛନ୍ତି। ସେ ସୁନ୍ଦର ବ୍ୟାଟିଂର ପ୍ରଦର୍ଶନ କରିଥିଲେ। ବିରାଟ କୋହଲିଙ୍କର ଏହା ଟି-୨୦ ଇଣ୍ଟରନେସନାଲରେ ୮୯ତମ ପାରି ଅଟେ। ସେ ଏଯାଏ ୩୦ ଅର୍ଦ୍ଧଶତକ ମାରିଛନ୍ତି। ସେ ୯୪ ରନର ସର୍ବଶ୍ରେଷ୍ଠ ପାରି ଖେଳିଛନ୍ତି। ତାଙ୍କର ଔସତ ୫୨ ଓ ଷ୍ଟାଇକ ରେଟ ୧୩୮ର ରହିଛି। ଏହା ସହସେ ୩୨୯୬ ରନ କରିଛନ୍ତି। ନ୍ୟୁଜିଲାଣ୍ଡର ବ୍ୟାଟ୍ସମ୍ୟାନ ମାର୍ଟିନ ଗପଟିଲ ଏଯାଏ ମଧ୍ୟ ସବୁଠୁ ଆଗରେ ଅଛନ୍ତି। ସେ ୧୦୮ ପାରିରେ ୩୩ ଔସତରେ ୩୨୯୯ ରନ କରିଛନ୍ତି। ଏହି ସମୟରେ ସେ ୨ ଟି ଶତକ ଓ ୨୦ ଅର୍ଦ୍ଧଶତକ ମାରିଛନ୍ତି ଓ ତାଙ୍କ ଷ୍ଟାଇକରେଟ ମଧ୍ୟ ୧୩୭ର ରହିଛି।
ରୋହିତ ଶର୍ମା ତୃତୀୟ ନମ୍ବରରେ:
ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ୩୨୫୬ ରନ ସହ ତୃତୀୟ ନମ୍ବରରେ ଅଛନ୍ତି। ସେ ୪ଟି ଶତକ ଓ ୨୬ ଅର୍ଦ୍ଧଶତକ ମାରିଛନ୍ତି। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୩ହଜାର ରନ ପର୍ଯ୍ୟନ୍ତ ପହଁଚିପାରି ନାହାଁନ୍ତି। କୋହଲି ଏହା ପୂର୍ବରୁ ତିନୋଟି ଏକଦିବସିୟ ଓ ପ୍ରଥମ ଟି-୨୦ରେ ଅସଫଳ ରହିଥିଲେ। ଏହା ପୂର୍ବରୁ ତାଙ୍କ ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠୁଥିଲା। ସେ ଏବେ ଅର୍ଦ୍ଧଶତକ ମାରି ଆଲୋଚକଙ୍କୁ ଜବାବ ଦେଇଛନ୍ତି।

ଏହା ମଧ୍ୟରେ ଖବର ଆସୁଛିକି ବିରାଟ କୋହଲି ୨୪ ଫେବୃଆରୀ ଶ୍ରୀଲଙ୍କା ବିରୁଦ୍ଧରେ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜରୁ ବାହାର ହୋଇପାରନ୍ତି। ତାଙ୍କୁ ଆରାମ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ସେ ଦୁଇଟି ମ୍ୟାଚର ଟେଷ୍ଟ ସିରିଜ ଖେଳିବାର ସମ୍ଭାବନା ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।