ICC ଟେଷ୍ଟ ରାଙ୍କିଙ୍ଗସ: ବିରାଟ ଓ ରୋହିତଙ୍କୁ କାନପୁର ଟେଷ୍ଟରେ ଆଉଟ ହେବାର ଡରନାହିଁ! ଅଶ୍ୱିନୀ ବି ଟପ ୫ରେ..

ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲିଙ୍କୁ କାନପୁର ଟେଷ୍ଟରେ ନଖେଳିବାର କ୍ଷତି ହୋଇନାହିଁ। ବୁଧବାରକୁ ଆଇସିସି ଦ୍ଵାରା ଜାରି ଟେଷ୍ଟ ବ୍ୟାଟିଙ୍ଗ ରାଙ୍କିଙ୍ଗରେ ସେ ଷଷ୍ଠ ସ୍ଥାନରେ ଅଛନ୍ତି। ସେହିପରି ରୋହିତ ଶର୍ମା ୫ ମ ସ୍ଥାନରେ ରହିଛନ୍ତି। ରୋହିତଙ୍କୁ ମଧ୍ୟ ଟେଷ୍ଟ ସିରିଜରେ ଆରାମ ଦିଆଯାଇଛି। ବୋଲିଙ୍ଗରେ ଅଶ୍ୱିନୀ ନିଜ ସ୍ଥାନରେ ପୂର୍ଵ ପରି ଅଛନ୍ତି। ସେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ପ୍ରେସର ଯଶପ୍ରୀତ ବୁମରା ୧୦ମ ସ୍ଥାନରେ ପହଁଚିଛନ୍ତି। ଅଶ୍ୱିନୀଙ୍କୁ ଛାଡି ଏହି ତିନି ଖେଳାଳି କାନପୁର ଟେଷ୍ଟରେ ଉପସ୍ଥିତ ନଥିଲେ।

Google

ପ୍ରଥମ ଟେଷ୍ଟରେ ମ୍ୟାନ ଅଫ ଦି ମ୍ୟାଚ ରହିଥିବା ଶ୍ରେୟସ ଅୟର ୧୦୫ ଓ ୬୫ ରନର ପାରି ଖେଳି ବ୍ୟାଟିଙ୍ଗ ଲିଷ୍ଟରେ ୭୫ ସ୍ଥାନରେ ଅଛନ୍ତି। ଓପନର ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ୬ ସ୍ଥାନ ଉପରକୁ ଯାଇ ୬୭ ସ୍ଥାନରେ ଅଛନ୍ତି। ସେହିପରି ରିଧିମାନ ସାହା ୯ ସ୍ଥାନ ଉପରକୁ ଯାଇ ୯୯ ସ୍ଥାନରେ ରହିଛନ୍ତି। ରବିନ୍ଦ୍ର ଜାଡେଜା ମଧ୍ୟ କାନପୁର ଟେଷ୍ଟର ଦ୍ୱିତୀୟ ପାରିରେ ସୁନ୍ଦର ବୋଲିଙ୍ଗର ପୁରସ୍କାର ମିଳିଲା। ସେ ବୋଲିଙ୍ଗ ସୁଚିରେ ଦୁଇ ସ୍ଥାନ ଉପରକୁ ଯାଇ୧୯ ସ୍ଥାନରେ ପହଁଚିଯାଇଛନ୍ତି। ସେହିପରି ଅଲରାଉଣ୍ଡର ଲିଷ୍ଟରେ ସେ ଓ ଅଶ୍ୱିନୀ ଦୁହେଁ ଟପ ୫ ରେ ସାମିଲ ଅଛନ୍ତି। ଅଲରାଉଣ୍ଡର ଲିଷ୍ଟରେ ଜାଡେଜା ୨ୟ ଓ ଅଶ୍ୱିନୀ ୩ୟ ସ୍ଥାନରେ ଅଛନ୍ତି।

ପାକିସ୍ତାନ ଓ ବଙ୍ଗଳାଦେଶ ମଧ୍ୟରେ ଟତଗାମରେ ଶେଷ ହୋଇଥିବା ପ୍ରଥମ ଟେଷ୍ଟ ପରେ ପ୍ରେସର ସାହିନ ଅଫରିଦି ଟେଷ୍ଟ ବୋଲିଙ୍ଗ ଲିଷ୍ଟରେ ପ୍ରଥମ ଥର ଟପ ୫ ରେ ସାମିଲ ହୋଇଯାଇଛନ୍ତି। ପାକିସ୍ତାନ ପ୍ରଥମ ଟେଷ୍ଟରେ ୭ ୱିକେଟରେ ଜିତିଥିଲା। ଆଫ୍ରିଦି ଏହି ଟେଷ୍ଟରେ ୭ ଟି ୱିକେ ଟ ନେଇଥିଲେ ଓ ସେ ତିନୋଟି ସ୍ଥାନ ଉପରକୁ ଉଠି ୫ ମ ସ୍ଥାନରେ ପହଁଚିଯାଇଛନ୍ତି। ପ୍ରେସର ହସନ ଅଲ୍ଲୀ ମଧ୍ୟ ୫ ସ୍ଥାନ ଉପରକୁ ଉଠି ୧୧ ତମ ସ୍ଥାନରେ ପହଁଚିଯାଇଛନ୍ତି।

ବ୍ୟାଟିଙ୍ଗରେ ଆବିଦ ଅଲ୍ଲୀ ଟତଗାମ ଟେଷ୍ଟର ଦୁଇଟି ଯାକ ପାରିରେ ଶତକ କରିବାରେ ବଂଚିଗଲେ କିନ୍ତୁ ସେ ୧୩୩ ଓ ୯୧ ରନର ପାରି ଖେଳି ୨୦ ତମ ସ୍ଥାନରେ ଅଛନ୍ତି। ସେ ୨୦ ତମ ସ୍ଥାନ ଉପରକୁ ଆସିଛନ୍ତି। ବଙ୍ଗଳାଦେଶ ପାଇଁ ମୁସଫିକୁର ରହିମ ଚାରି ସ୍ଥାନ ଉପରକୁ ଆସି ୧୯ ତମ ସ୍ଥାନ ଓ ଲିଟନ ଦାସ ୨୬ ସ୍ଥାନ ଉପରକୁ ଆସି ୩୧ ତମ ସ୍ଥାନରେ ପହଁଚିଯାଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *