ଭାରତୀୟ ଟେଷ୍ଟ ଟିମର ଅଧିନାୟକ ବିରାଟ କୋହଲି ସ୍ପଷ୍ଟ କରିଛନ୍ତିକି ତାଙ୍କର ଓ ନୂତନ ଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ କୌଣସି ସମସ୍ୟା ନାହିଁ। ଆଗାମୀ ତିନୋଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଯିବା ପୂର୍ବରୁ ଭରଚୁଆଲ ପ୍ରେସ କନ୍ଫରେନ୍ସ ସମୟରେ ମିଡ଼ିଆ ସହ କଥା ହେବା ସମୟରେ କୋହଲି ଏକ ନେତା ରୂପରେ ରୋହିତ ଶର୍ମାଙ୍କ କ୍ଷମତା ବିଷୟରେ କହିଛନ୍ତି। ସେ କହିଛନ୍ତି ସେ ନୂତନ କୋଚ ଓ ନୂତନ ଅଧିନାୟକଙ୍କର ପୁରା ସମର୍ଥନ କରିବେ।

ବିରାଟ କୋହଲି କହିଛନ୍ତି,”ମୋର ଓ ରୋହିତ ଶର୍ମାଙ୍କ ମଧ୍ୟରେ କୌଣସି ସମସ୍ୟା ନାହିଁ ଏହି କଥା ମୁଁ ପୂର୍ବ ଦୁଇ ବର୍ଷ ହେବ କହି କହି ଥକିଗଲେଣି।ମୁଁ ଏହା ମଧ୍ୟ କହିରଖିବି ମୋର କୌଣସି କାର୍ଯ୍ୟକଳାପ ଟିମକୁ ଛୋଟ ଦେଖାଇବା ପାଇଁ ହେବ ନାହିଁ”। ସେ ଆଗକୁ କହିଛନ୍ତି,”ମୋର ଦାଇତ୍ୱ ଟିମକୁ ଆଗକୁ ନେବା ଉପରେ ହେବ। ରୋହିତ ଜଣେ ବହୁତ କ୍ଷମତାଯୁକ୍ତ ଅଧିନାୟକ ଅଟନ୍ତି ଓ ବହୁତ ମଜବୁତ ଅଟନ୍ତି। ରାହୁଲ ଭାଇ ଜଣେ ଭଲ ମ୍ୟାନେଜର ଅଟନ୍ତି ,ତାଙ୍କୁ ଏକଦିବସିୟ ଓ ଟି-୨୦ରେ ମୋର ପୁରା ସମର୍ଥନ ମିଳିବ”।
ଭାରତକୁ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ତିନୋଟି ଟେଷ୍ଟ ମ୍ୟାଚ ଓ ତିନୋଟି ଏକଦିବସିୟ ମ୍ୟାଚ ଖେଳିବାର ଅଛି। ଆଘାତ କାରଣରୁ ରୋହିତ ଶର୍ମା ଟେଷ୍ଟ ସିରିଜରୁ ବାହାର ହୋଇଯାଇଛନ୍ତି। ବିରାଟ କୋହଲି ଏକଦିବସିୟ ସିରିଜ ପାଇଁ କହିଛନ୍ତି ମୁଁ କେବେବି ବିସିସିଆଇକୁ ବିଶ୍ରାମ ପାଇଁ କହିନାହିଁ ଓ ମୁଁ ଏକଦିବସିୟ ସିରିଜ ପାଇଁ ଉପଲବ୍ଧ ରହିବି।
💬 💬 @ImRo45 and Rahul Dravid have my absolute support: @imVkohli #TeamIndia #SAvIND pic.twitter.com/jXUwZ5W1Dz
— BCCI (@BCCI) December 15, 2021
କୋହଲି କହିଛନ୍ତି,”ମୁଁ ସବୁ ବେଳେ ଚୟନ ପାଇଁ ଉପଲବ୍ଧ ଥିଲି ଓ ଉପଲବ୍ଧ ରହିବି। ବିସିସିଆଇକୁ କେବେବି ବିଶ୍ରାମ ପାଇଁ ସମ୍ପର୍କ କରିନି। ମୁଁ ଦକ୍ଷିଣ ଆଫ୍ରିକା ସହ ଏକଦିବସିୟ ସିରିଜ ପାଇଁ ପୂର୍ବରୁ ଉପଲବ୍ଧ ଥିଲି ଓ ରହିବି”। ସେ ଆଗକୁ କହିଛନ୍ତି,”ଏହା ସେହି ଲୋକଙ୍କୁ ପଚାରିବା ଉଚିତ ଯେଉଁମାନେ ଭୁଲ ଲେଖିଛନ୍ତି। ଏହି ବିଷୟରେ ମୋର ବିସିସିଆଇ ସହିତ ସମ୍ପର୍କ ହୋଇନିକି ମୁଁ ବିଶ୍ରାମ ନେବି”।
କହିରଖିବୁକି ପୂର୍ଵ ଦୁଇ ଦିନ ହେବ ଏହା କୁହାଯାଉଥିଲାକି ଟେଷ୍ଟ ଅଧିନାୟକ କୋହଲି ଓ ରୋହିତ ଶର୍ମାଙ୍କ ମଧ୍ୟରେ କିଛି ସମସ୍ୟା ଅଛି। ରୋହିତ ଆଘାତ କାରଣରୁ ଟେଷ୍ଟ ସିରିଜରୁ ବାହାର ହୋଇଯାଇଛନ୍ତି। କୋହଲି ନିଜ ପରିବାର ସହିତ ସମୟ ବିତାଇବା ପାଇଁ ଏକଦିବସିୟ ସିରିଜରେ ଉପଲବ୍ଧ ହେବେ ନାହିଁ ହୋଲି କୁହାଯାଉଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।