ଚିନ୍ତାରେ ଚୟନକର୍ତ୍ତା! ଜିମ୍ବାୱେ ଗ୍ରସ୍ତରେ ଯିବେ ବିରାଟ କୋହଲି!

ବ୍ୟୁରୋ ରିପୋର୍ଟ: ଭାରତୀୟ କ୍ରିକେଟ ଟିମର ପୂର୍ଵ ଅଧିନାୟକ ବିରାଟ କୋହଲି ନିଜର ହରାଇଥିବା ଫର୍ମ ହାସଲ ପାଇଁ ଜିମ୍ବାୱେ ଗ୍ରସ୍ତରେ ଯାଇପାରନ୍ତି। ଟିମ ଇଣ୍ଡିଆକୁ ଆଗାମୀ ମାସରେ ଜିମ୍ବାୱେ ଗ୍ରସ୍ତରେ ଯିବାର ଅଛି। ଭାରତୀୟ ଟିମ ୬ ବର୍ଷ ପରେ ଜିମ୍ବାୱେ ଗ୍ରସ୍ତ କରିବ। ଭାରତୀୟ ଚୟନକର୍ତାଙ୍କୁ ଲାଗୁଛି ଜିମ୍ବାୱେ ଗ୍ରସ୍ତରେ ଲୟ ହାସଲ ପାଇଁ ବିରାଟ କୋହଲିଙ୍କୁ ସହାୟକ ହେବ। ବିରାଟ ଏବେ ବିଶ୍ରାମ ପାଇଁ ଟିମ ଇଣ୍ଡିଆରୁ ବାହାର ଅଛନ୍ତି।

Google

ଏସିଆ କପର ଆୟୋଜନ ଅଗଷ୍ଟ ଶେଷ ସପ୍ତାହରେ ହେବାର ଅଭି। ତେଣୁ ଭାରତୀୟ ଚୟନକର୍ତା ଚାହୁଁଛନ୍ତି କୋହଲି ଜିମ୍ବାୱେ ବିରୁଦ୍ଧରେ ତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜ ଖେଳି ଏସିଆ କପରେ ଅଂଶ ଗ୍ରହଣ କରନ୍ତୁ। ଜିମ୍ବାୱେ ବିରୁଦ୍ଧରେ ତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜର ପ୍ରଥମ ମ୍ୟାଚ ୧୮ ଅଗଷ୍ଟରୁ ଖେଳାଯିବ। ଏହି ସିରିଜରେ କେଏଲ ରାହୁଲ ଅଧିନାୟକତ୍ୱ କରିପାରନ୍ତି। ରାହୁଲ ବର୍ତ୍ତମାନ ଏନସିଏରେ ଅଭ୍ୟାସ କରୁଛନ୍ତି। ପୂର୍ଵ ମାସରେ ଜର୍ମାନୀର ତାଙ୍କର ସର୍ଜରି ହୋଇଥିଲା।

“ଲୟ ହାସଲ ପାଇଁ ବିରାଟ ଜିମ୍ବାୱେ ଗ୍ରସ୍ତ କରନ୍ତୁ”:

ବିସିସିଆଇର ଜଣେ ସୂତ୍ର କହିଛନ୍ତି,”ଜିମ୍ବାୱେ ଗ୍ରସ୍ତ ପାଇଁ ଟିମ ଚୟନ ପାଇଁ ବୈଠକକୁ ଆହୁରି କିଛି ସମୟ  ଅଛି। ଆମେ ଚାହୁଁଛୁ କି ବିରାଟ ଲୟ ହାସଲ ପାଇଁ ଜିମ୍ବାୱେ ଗ୍ରସ୍ତ କରନ୍ତୁ। ଏହା କୋହଲିଙ୍କର ମନପସନ୍ଦର ଫର୍ମାଟ ଅଟର ଓ ସେ ଜିମ୍ବାୱେ ଗ୍ରସ୍ତ କରି ଏସିଆ କପ ପୂର୍ବରୁ ଫର୍ମ ହାସଲ କରନ୍ତୁ”। ଜିମ୍ବାୱେ ଗ୍ରସ୍ତ ପାଇଁ ଭାରତ ନିଜର ଅନ୍ୟ ଏକ ଟିମ ପଠାଇପାରେ।

Google

ବିରାଟ କୋହଲିଙ୍କୁ ୱେଷ୍ଟଇଣ୍ଡିଜ ଗ୍ରସ୍ତରେ ଆରାମ ଦିଆଯାଇଛି:

ବିରାଟ କୋହଲିଙ୍କୁ ବର୍ତ୍ତମାନ ୱେଷ୍ଟଇଣ୍ଡିଜ ଗ୍ରସ୍ତରେ ବିଶ୍ରାମ ଦିଆଯାଇଛି। ୱେଷ୍ଟଇଣ୍ଡିଜ ଗ୍ରସ୍ତରେ ଭାରତ ଧାୱନଙ୍କ ଅଧିନାୟକତ୍ୱରେ ତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜ ଖେଳିବାର ଅଛି। ପ୍ରଥମ ଏକଦିବସିୟ ୨୨ ଜୁଲାଇରୁ ଆରମ୍ଭ ହେବାର ଅଛି। ଏହା ପରର ଦୁଇ ଦେଶ ମଧ୍ୟରେ ୫ ଟି ମ୍ୟାଚର ଟି-୨୦ ସିରିଜ ଖେଳାଯିବାର ଅଛି ଓ ରେଗୁରାଲ ଅଧିନାୟକ ରୋହିତ ଶର୍ମା ଏହି ସିରିଜରେ ଅଧିନାୟକ ରହିବେ।

ବିରାଟ କୋହଲି ଏହି ସମୟରେ ଖରାପ ଫର୍ମରେ ଅଛନ୍ତି। ଇଂଲଣ୍ଡ ଗ୍ରସ୍ତରେ ସେ ଟେଷ୍ଟ, ଟି-୨୦ ଓ ଏକଦିବସିୟରେ ରନ ପାଇଁ ସଂଘର୍ଷ କରିଥିଲେ। ଇଂଲଣ୍ଡ ବିରୁଦ୍ଧରେ ୫ ମ ବା ଶେଷ ଟେଷ୍ଟରେ କୋହଲି ଦୁଇଟି ଯାକ ପାରିରେ ମୋଟ ୩୧ ରନ କରିଥିଲେ। ଏହା ଛଡା ଦୁଇଟି ଟି-୨୦ ରେ ୧୨ ଓ ଦୁଇଟି ଏକଦିବସିୟରେ ୩୩ ରନ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *