ବ୍ୟୁରୋ ରିପୋର୍ଟ: ଭାରତର ପୂର୍ବ ଅଧିନାୟକ ବିରାଟ କୋହଲି ନିଜର ଫିଟନେସ ପାଇଁ ବହୁତ ପରିଚିତ ଅଟନ୍ତି। ସେ ନିଜର ଫିଟ ତଥା ଅତ୍ୟନ୍ତ ଦ୍ରୁତ ଶରୀର ପାଇଁ କ୍ରିକେଟ ଦୁନିଆରେ ଭାରତୀୟ କ୍ରିକେଟର ଏକ ନୂତନ ସ୍ତର ସୃଷ୍ଟି କରିଛନ୍ତି। ତେବେ ଜଣେ ମହାନ କ୍ରିକେଟର ତଥା ଜଣେ ମହାନ ଅଧିନାୟକ ଭାବେ ସେ ସାରା ଭାରତରେ ଏକ ପରିଚୟ ସୃଷ୍ଟି କରିଛନ୍ତି। ତେବେ ତାଙ୍କ ନେତୃତ୍ୱରେ ଭାରତ ଅନେକ ସାରା ମ୍ୟାଚ ଜିତିବା ସହ ଅନେକ ସ୍ଥାନରେ ସଫଳତା ଲାଭ କରିଛି। ତେବେ ଭାରତର ପୂର୍ବ ଫିଜିଓ ଆଶିଷ କହିଲେ କିପରି ଭାବେ ୨୦୧୧ ବିଶ୍ୱକପ ସେମି ଫାଇନାଲରେ ବିରାଟ କୋହଲି ଦରଜରେ ପୁରା ବାଧା ପାଉଥିଲେ ତଥାପି ସେ ମ୍ୟାଚ ଖେଳିବାକୁ ଯାଇଥିଲେ।

ବିରାଟ କୋହଲି ଭାରତର ଅଧିନାୟକ ନାହାନ୍ତି ମାତ୍ର ନିଜର ଅଧିନାୟକତ୍ତ୍ୱ ସମୟରେ ସେ ବହୁତ ସଫଳତା ଲାଭ କରିଛନ୍ତି। ତାଙ୍କରି ହିଁ ନେତୃତ୍ୱରେ ଭାରତ ପ୍ରଥମ ଥର ପାଇଁ ବିଶ୍ୱକପ ସେମି ଫାଇନାଲରେ ଯାଇଥିଲା ଏବଂ ବିଶ୍ୱ ଟେଷ୍ଟ ଚାମ୍ପିୟାନଶିପରେ ଉପ ବିଜେତା ହେଇଥିଲା। ଆଶିଷ କୁହନ୍ତି କି ବିରାଟ କୋହଲିଙ୍କ ଭିତରେ ଦରଜ ସହ୍ୟ କରିବାର ଅଦ୍ଭୁତ କ୍ଷମତା ଅଛି। କାରଣ ଆଶିଷ ୨୦୧୧ ବିଶ୍ୱକପରେ ଭାରତୀୟ ଟିମ ସହ ଯୋଡ଼ା ଥିଲେ।
ସେ କ୍ରିକବଜକୁ କହିଲେ, ” କିଛି ଖେଳାଳି ଥାଆନ୍ତି ଯାହାଙ୍କ ଭିତରେ କି ଦରଜ ସହ୍ୟ କରିବାର ଅଦ୍ଭୁତ କ୍ଷମତା ଥାଏ ଆଉ ବିରାଟ କୋହଲି ସେମାନଙ୍କ ଭିତରୁ ଜଣେ ଅଟନ୍ତି। ସେମି ଫାଇନାଲ ଆଗରୁ ତାଙ୍କ ମାଢି ଆଉ ତାଙ୍କ ବେକରେ ଦରଜ ଥିଲା ତଥାପି ସେହି ଅସହନୀୟ ଦରଜ ସହିତ ସେ ଗ୍ରାଉଣ୍ଡ ଭିତରକୁ ଓଲ୍ହାଇଥିଲେ।

୨୦୧୧ ମସିହାର ସେମି ଫାଇନାଲ ପଂଜାବର ମୋହାଲି କ୍ରିକେଟ ଗ୍ରାଉଣ୍ଡରେ ଖେଳା ଯାଉଥିଲା ଯାହା କି ପାକିସ୍ତାନ ବିପକ୍ଷରେ ଥିଲା। ତେବେ ସେହି ମ୍ୟାଚରେ ବିରାଟ କୋହଲି ମାତ୍ର ୯ ରନ ବନେଇ ପାରିଥିଲେ ମାତ୍ର ଏତେ ଚେଷ୍ଟା ତାଙ୍କର କ୍ଷମତା ଦର୍ଶାଇଥାଏ। ଭାରତ ୨୯ ରନରେ ଜିତିଥିଲା ଏବଂ ପରେ ବିଶ୍ୱକପ ମଧ୍ୟ ନିଜ ନାମରେ କରିଥିଲା।”
ତେବେ ସେ କହିଲେ, “ବିରାଟ କୋହଲି ନିଜକୁ ବିଶ୍ୱର କିଛି ସବୁଠୁ ବଡ଼ ଆଥଲେଟ ମାନଙ୍କ ସହ ତୁଳନା କରିବା ପାଇଁ ପ୍ରସ୍ତୁତ ଥିଲେ। ବେଳେବେଳେ ଆମେ ଭୁଲି ଯାଇଥାଉ କି ଆମ ଆଘାତ କେତେ ବଡ଼ ବରଂ ଆମେ କିଛି ପାଇବା ପାଇଁ ଏତେ ଅଧିକ ଚେଷ୍ଟା କରୁ କି ତାହା ଆମ ଦରଜ ଭୁଲେଇ ଦେଇଥାଏ।”
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।