IND vs ENG: ପାଖପାଖି ୫ ମାସ ପରେ ଟି-୨୦ କୁ ଫେରିବେ କୋହଲି! ଦେଖନ୍ତୁ ଭିଡିଓ

ବ୍ୟୁରୋ ରିପୋର୍ଟ: ଭାରତ ଓ ଇଂଲଣ୍ଡ ମଧ୍ୟରେ ବର୍ମୀଂହମର ଏଜବେଷ୍ଟନରେ ଦ୍ୱିତୀୟ ଟି-୨୦ ମ୍ୟାଚ ଶନିବାର ୯ ଜୁଲାଇକୁ ଖେଳାଯିବାର ଅଛି। ଏହି ଗ୍ରାଉଣ୍ଡରେ ଇଂଲଣ୍ଡ ଅଳ୍ପଦିନ ତଳେ ଭାରତକୁ ଟେଷ୍ଟରେ ହରାଇ ଟେଷ୍ଟ କ୍ୟାରିୟରର ସବୁଠୁ ସଫଳ ଲକ୍ଷ ହାସଲ କରିଥିଲା। ଏବେ ଦୁଇ ଟିମଙ୍କ ଭିତରେ ଟି-୨୦ ସିରିଜ ପାଇଁ ଟକର ଚାଲିଛି। ଦ୍ୱିତୀୟ ଟି-୨୦ରେ ଟିମର ସିନିୟର ଖେଳାଳି ବିରାଟ, କୋହଲି, ଯଶପ୍ରୀତ ବୁମରା ଓ ରିଷଭ ପନ୍ତ ଟିମକୁ ଫେରିବେ। କୋହଲି ୫ ମାସ ପରେ ଟି-୨୦ସିରିଜ ଖେଳିବେ। ସେ ଶେଷଥର ଫେବୃଆରୀରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଟି-୨୦ ସିରିଜ ଖେଳିଥିଲେ। ଏହା ପରେ ସେ ଶ୍ରୀଲଙ୍କା,ଦକ୍ଷିଣ ଆଫ୍ରିକା ଓ ଆୟରଲ୍ୟାଣ୍ଡ ବିରୁଦ୍ଧରେ ଟି-୨୦ ସିରିଜ ଖେଳିନଥିଲେ।

Google

କୋହଲିଙ୍କ ଫର୍ମ ଲମ୍ବା ସମୟରୁ ଖରାପ ଚାଲୁଛି।ତାଙ୍କ ଟି-୨୦ କ୍ୟାରିଅର ଉପରେ ମଧ୍ୟ ପ୍ରଶ୍ନ ଉଠୁବାରେ ଲାଗିଲାଣି। ତେଣୁ କୋହଲି ଟି-୨୦ ସିରିଜକୁ ଫେରିବାକୁ ଯାଉଥିବାରୁ ଅଧିକ ପରିଶ୍ରମ କରୁଛନ୍ତି। ସେ ଇଂଲଣ୍ଡ ବିରୁଦ୍ଧରେ ଦ୍ୱିତୀୟ ଟି-୨୦ ପୂର୍ବରୁ ନେଟରେ ପାଖାପାଖି ୧.୩୦ ମିନିଟ ସମୟ ବିତାଇଛନ୍ତି। ଏହି ଅଭ୍ୟାସ ସେସନର ଭିଡ଼ିଓସେ ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି।ଏହି ସମୟରେ ନିଜେ କୋଚ ରାହୁଲ ଦ୍ରାଭିଡ ଉପସ୍ଥିତ ଥିଲେ ଓ ସେ ନିଜେ କୋହଲିଙ୍କୁ ନେଟରେ ବଲ ପକାଇଥିଲେ।

ଏହି ଅଭ୍ୟାସ ସେସନ ସମୟରେ କୋଚ ରାହୁଲ ଦ୍ରାଭିଡ ନିଜେ କୋହଲିଙ୍କ ସହ ବହୁତ ସମୟ କଥା ହୋଇଥିଲେ। କୋହଲି ଏହି ବର୍ଷ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ଟିମରେ ଚୟନ ହେବେକି ନାହିଁ? ତାହା ଏହି କଥା ଉପରେ ନିର୍ଭର କରୁଛିକି ସେ ଇଂଲଣ୍ଡ ବିରୁଦ୍ଧରେ ବାକି ଦୁଇଟି ଟି-୨୦ରେ କିପରି ପ୍ରଦର୍ଶନ କରିବେ।

 

କୋହଲିଙ୍କ ଅନୁପସ୍ଥିତରେ ଯୁବ ଖେଳାଳି ଭଲ ପ୍ରଦର୍ଶନ କରିଥିଲେ:

କୋହଲିଙ୍କ ପାଇଁ ମଧ୍ୟ ଟି-୨୦ ଟିମରେ ରହିବା ସହଜ ନୁହେଁ। ତାଙ୍କ ଅନୁପସ୍ଥିତରେ ଦୀପକ ହୁଡା ଓ ଶ୍ରେୟସ ଅୟର ମିଡ଼ିଲ ଅର୍ଡରରେ ବହୁତ ଭଲ ପ୍ରଦର୍ଶନ କରିଥିଲେ। ତେଣୁ ଟିମ ମ୍ୟାନେଜମେଣ୍ଟ ପାଇଁ ମଧ୍ୟ ଏହି ଯୁବ ଖେଳାଳିଙ୍କ ପ୍ରଦର୍ଶନକୁ ଅଣଦେଖା କରିବା ସହଜ ହେବନାହିଁ। କୋହଲି ପୁର୍ବ ୫ ଟି-୨୦ରେ ୨ ଟି ଅର୍ଦ୍ଧଶତକ ମାରିଛନ୍ତି।ତାଙ୍କ ପ୍ରଦର୍ଶନରେ ନିରନ୍ତରତା ଦେଖାଯାଉନାହିଁ। ଏହି କାରଣରୁ ମଧ୍ୟ ତାଙ୍କ ଔସତ ଓ ଷ୍ଟାଇକ ରେଟରେ ମଧ୍ୟ କମିଆସିଛି। ଆଇପିଏଲ ୨୦୨୨ରେ ମଧ୍ୟ ସେ ଖାସ ପ୍ରଦର୍ଶନ କରିପାରିନଥିଲେ।ଆଇପିଏଲ ୨୦୨୨ରେ ସେ ଆରସିବି ତରଫରୁ ୧୬ ମ୍ୟାଚରେ ୨୨.୭୩ ଔସତରେ ୩୪୧ ରନ କରିଥିଲେ। ସେ ଇଣ୍ଟରନେସନାଲ କ୍ରିକେଟରେ ବର୍ଷ ୨୦୧୯ ନଭେମ୍ବରରୁ ଶତକ ମାରିପାରିନାହଁନ୍ତି।

ଭାରତ ପାଖରେ ମିଡ଼ିଲ ଅର୍ଡରରେ ଅନେକ ବିକଳ୍ପ:

ଭାରତ ପାଖରେ ମିଡ଼ିଲ ଅର୍ଡରରେ ବ୍ୟାଟିଙ୍ଗ ପାଇଁ ବହୁତ ବିକଳ୍ପ ଅଛି। ସୂର୍ଯ୍ୟ କୁମାର ଯାଦବ, ଦୀପକ ହୁଡ୍ଡା, ଶ୍ରେୟସ ଅୟର,ରିଷଭ ପନ୍ତ, ରବିନ୍ଦ୍ର ଜାଡେଜା ଓ ସଞ୍ଜୁ ସାମସନଙ୍କ ପରି ଖେଳାଳି ଅଛନ୍ତି। ଯିଏକି ମଧ୍ୟକ୍ରମରେ ଖେଳି ପାରିବେ। ତେଣୁ ଏବେ କୋହଲିଙ୍କ ଅଧିକ ମୌକା ମିଳିବ ଏହାର ସମ୍ଭାବନା କମ ଦେଖାଯାଉଛି। ତାଙ୍କ ପାଇଁ ଇଂଲଣ୍ଡ ବିରୁଦ୍ଧରେ ଟି-୨୦ ସିରିଜ ଗୁରୁତ୍ୱପୂର୍ଣ୍ଣ ଅଟେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *