ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ଦକ୍ଷିଣ ଆଫ୍ରିକା ସିରାଜ ପୂର୍ବରୁ ଏକଦିବସିୟ ଅଧିନାୟକ ପଦରୁ ବାହାର କରିବା ବିଷୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେ ଆଗରୁ ଘୋଷଣା କରିଦେଇଥିଲେକି ସେ ଟି-୨୦ ବିଶ୍ୱକପ ୨୦୨୧ ପରେ ଟି-୨୦ ଅଧିନାୟକ ପଦ ଛାଡିଦେବେ। ତେଣୁ ସେ କେବଳ ଟେଷ୍ଟ ଟିମରେ ଅଧିନାୟକତ୍ୱ କରିବେ। ବିରାଟ କୋହଲିଙ୍କୁ ଏକଦିବସିୟ ଅଧିନାୟକ ପଦରୁ ହଟାଇବା ଦ୍ଵାରା ଏହି ନିସ୍ପତିରେ କିଛି ଲୋକ ସହମତି ଦେଖାଉଥିବା ବେଳେ କିଛି ଲୋକ ଏଥିରେ ନିରାଶ ହୋଇଛନ୍ତି। ବିରାଟଙ୍କର ପିଲାବେଳର କୋଚ ରାଜକୁମାର ଶର୍ମା ଏହାକୁ ନେଇ ନିଜ ରାୟ ଦେଇଛନ୍ତି। ସେ ଏହା ସହିତ କହିଛନ୍ତି କି ବିରାଟଙ୍କର ଫୋନ ମଧ୍ୟ ସୁଇଚ ଅଫ ଅଛି।

ବିରାଟ କୋହଲିଙ୍କର ପିଲାବେଳର କୋଚ ରାଜକୁମାର ଶର୍ମା ଖେଳ ନୀତି ପୋଡ଼ କାଷ୍ଟରେ କହିଛନ୍ତି,”ମୁଁ ଏବେ ପର୍ଯ୍ୟନ୍ତ ବିରାଟ ସହ କଥା ହୋଇନି। ତାଙ୍କ ଫୋନ ବି ସୁଇଚ ଅଫ ଅଛି। କିଛି ଜଣାପଡୁନାହିଁ କିନ୍ତୁ ମୋର ମାନିବା ଅଟେକି କୋହଲି ନିଜ ମନରୁ ହିଁ ଟି-୨୦ର ଅଧିନାୟକତ୍ୱ ପଦ ଛାଡିଦେଇଥିଲେ। ସେବେ ଚୟନକର୍ତା ତାଙ୍କୁ କହିଦେବାର ଥିଲାକି ଯଦି ସେ ଟି-୨୦ ଅଧିନାୟକ ପଦ ଛାଡିବେ ତେବେ ସେ ସୀମିତ ଓଭର ଅଧିନାୟକତ୍ୱ ହିଁ ଛାଡିଦିଅନ୍ତୁ”।
ଦିଲ୍ଲୀ ପାଇଁ ଫାଷ୍ଟ କ୍ଳାସ କ୍ରିକେଟ ଖେଳିଥିବା ରାଜକୁମାର ଶର୍ମା କହିଛନ୍ତି,”ବିରାଟଙ୍କୁ ଏକଦିବସିୟ ଅଧିନାୟକତ୍ୱରୁ କଣ ପାଇଁ ହଟାଗଲା,ଏହା ଉପରେ ଚୟନ ସମିତି କୌଣସି କାରଣ କହିନାହିଁ। ମୁଁ ଜାଣିନାହିଁକି ବିସିସିଆଇ କିମ୍ବା ଚୟନ ସମିତି କଣ ଚାହୁଁଛନ୍ତି। ଏଥିରେ କୌଣସି ସ୍ପଷ୍ଟତା ନାହିଁ। ଏହା ସବୁ କଣ ପାଇଁ ହେଲା ଜଣାପଡୁନାହିଁ”।

୫୬ ବର୍ଷୀୟ ରାଜକୁମାର ଶର୍ମା ବିସିସିଆଇ ଅଧକ୍ଷ ସୌରଭ ଗାଙ୍ଗୁଲିଙ୍କ ସେହି ବୟାନ ଉପରେ ମଧ୍ୟ ପ୍ରତିକ୍ରିୟା ଦେଇଥିଲେ ଯେଉଁଥିରେ ସୌରଭ କହିଥିଲେ ସେ କୋହଲିଙ୍କୁ ଟି-୨୦ ରେ ଅଧିନାୟକ ପଦ ନଛାଡିବାକୁ କୁହାଯାଇଥିଲେ। ରାଜକୁମାର କହିଛନ୍ତି,”ମୁଁ ଅଳ୍ପଦିନ ତଳେ ସୌରଭଙ୍କର ବୟାନ ଦେଖିଥିଲି। ସେ ଟି-୨୦କପ ପୂର୍ବରୁ ହିଁ କୋହଲିଙ୍କୁ କହିଥିଲେ ସେ ଟି-୨୦ ଅଧିନାୟକ ପଦ ଛାଡ଼ନ୍ତୁ ନାହିଁ। ଏହି ବୟାନ ମୋ ପାଇଁ ଆଶ୍ଚର୍ଯ୍ୟକଲା ଭଳି ଥିଲା। କାରଣ ଆଖ ପାଖରେ ଯେଉଁ ବୟାନ ଚାଲୁଥିଲା ତାହା ପୁରା ଅଲଗା ଥିଲା”।
ତେବେ କଣ କୋହଲିଙ୍କୁ ODI କ୍ୟାପଟେନସିରୁ ବାହାର କରିବା BCCI ର ଠିକ ନିଷ୍ପତ୍ତି? ତାଙ୍କର ODI ରେ ବିଜୟ ପ୍ରତିଶତ ବହୁତ ଭଲ ଥିଲା। କଣ ଏହା କହିବା BCCI ର ଉଚିତ ଥିଲା? କଣ ଆପଣଙ୍କ ମତ ତାହା କମେଣ୍ଟରେ ଜଣାନ୍ତୁ ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।