ବ୍ୟୁରୋ ରିପୋର୍ଟ: ଦୁନିଆର ସବୁଠୁ ଦାମୀ କ୍ରିକେଟ ଲିଗ ଆଇପିଏଲ ୨୦୨୨ର ଆରମ୍ଭ ଆଉ କିଛି ଦିନରେ ହେବାର ଅଛି। ସବୁ ଟିମ ନିଜ ନିଜର ଅଧିନାୟକ ଘୋଷଣା କରିଛନ୍ତି। ଏହି ସିଜନରେ ୮ ଜାଗାରେ ୧୦ ଟିମ ଖେଳିବାର ଅଛି। କହିରଖିବୁ ଆରସିବି ନିଜର ଅଧିନାୟକଙ୍କ ନାମ ଏଯାଏ ଘୋଷଣା କରିନାହିଁ। ବିରାଟ କୋହଲି ପୁଣି ଆରସିବିର ଅଧିନାୟକ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଡ଼ାନିୟଲ ଭିଟୋରି ବୟାନ ଦେଇଛନ୍ତି।

ବିରାଟ କୋହଲି କ୍ରିକେଟ ଦୁନିଆର ଜଣେ ଏପରି କ୍ରିକେଟର ଯାହାଙ୍କୁ ନିଜ ଫିଟନେସ ଓ ଖେଳ ପ୍ରତି ସମର୍ପଣ ପାଇଁ ଜଣାଯାଇଥାଏ। ପାଖାପାଖି ୩୩ ବର୍ଷୀୟ କୋହଲି ଭାରତ ପାଇଁ ୧୦୦ ଟେଷ୍ଟ ଖେଳିବାର ରେକର୍ଡ ନିଜ ନାମରେ କରିଥିଲେ। ସେ ଏହି ରେକେର୍ଡ ମୋହାଲିରେ ଶ୍ରୀଲଙ୍କା ବିରୁଦ୍ଧରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ହାସଲ କରିଛନ୍ତି।
ବିରାଟ କୋହଲି ଭାରତ ପାଇଁ ୨୬୦ ଏକଦିବସିୟ ଖେଳିଛନ୍ତି ଓ ଏଥିରେ ତାଙ୍କ ନାମରେ ୪୩ ଶତକ ଅଛି। ବିରାଟ ନିଜ କ୍ୟାରିଅରରେ ୯୭ ଟି ଟି-୨୦ ଇଣ୍ଟରନେସନାଲ ମ୍ୟାଚ ଖେଳିବା ସହ ଆଇପିଏଲ ସବୁ ସିଜନ ଖେଳିଛନ୍ତି। କ୍ରିକେଟ ଫ୍ୟାନ୍ସଙ୍କ ଦାବି କି କୋହଲି ଆଇପିଏଲର ଏହି ସିଜନରେ ମଧ୍ୟ ଆରସିବିର ଅଧିନାୟକତ୍ୱ କରନ୍ତୁ। କୋହଲି ପୁଣି ଆରସିବିର ଅଧିନାୟକ ହେବାକୁ ନେଇ ଡ଼ାନିୟଲ ଭିଟୋରି ବୟାନ ଦେଇଛନ୍ତି।

ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲର ଏହି ସିଜନ ପାଇଁ ପ୍ରାୟ ପ୍ରସ୍ତୁତ ଅଛନ୍ତି। କୋହଲି ପୂର୍ଵ ସିଜନରେ ଅଧିନାୟକତ୍ୱରୁ ଇସ୍ତପା ଦେଇ ଦେବା ପରେ ଟିମକୁ ଆଉଥରେ ନୂତନ ଅଧିନାୟକ ଚୟନ କରିବାକୁ ହେବ। ଅନେକ ଫ୍ୟାନ୍ସ ପୁଣି କୋହଲିଙ୍କୁ ଅଧିନାୟକ ରୂପରେ ଦେଖିବାକୁ ଚାହୁଁଛନ୍ତି। ଆରସିବିର ପୂର୍ଵ ଅଧିନାୟକ ଡାନିୟଲ ଭିଟୋରି ବୟାନ ଦେଇଛନ୍ତି କି ଟିମ ନୂତନ ଅଧିନାୟକର ବିକଳ୍ପ ଖୋଜିବ।
ଅନ୍ୟ ବିକଳ୍ପର ତଲାସରେ ଆରସିବି:
ଭିଟୋରି କ୍ରିକଇନ୍ଫୋକୁ କହିଛନ୍ତି,”ନୁହେଁ, ବିରାଟ ଆଉ ଆରସିବିର ଅଧିନାୟକ ହେବେନାହିଁ। ମତେ ଲାଗୁଛି କି ଏହା ସେତିକି ସହଜ ଯେତିକି ବୁଝାଯାଇପାରିବ। ଟିମ କ୍ରିକେଟ ବା ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଥରେ ଅଧିନାୟକ ଚାଲିଯିବା ପରେ ସଠିକ କଥା ତାକୁ ଆଗକୁ ବଢିବାର ଅଟେ”।

ଯେବେ ବ୍ୟାଟିଙ୍ଗ କଥା ଆସୁଛି କୋହଲି ପ୍ରାୟ ସମସ୍ୟା ଦେଇ ଗତିକରୁଛନ୍ତି। କିନ୍ତୁ କୋହଲିଙ୍କ କୌଶଳକୁ ନେଇ କୌଣସି ପ୍ରଶ୍ନ ଉଠିନାହିଁ। ମୋହଲିରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ କୋହଲି ୪୫ ରନ କରି ଲସିଥ ଏମ୍ବୁଲଡେନିଆଙ୍କ ବଲରେ ଆଉଟ ହୋଇଥିଲେ। ଆଉଟ ହେବା ପରେ ସେଠାରେ ଥିବା ଦର୍ଶକ ତାଙ୍କୁ ଷ୍ଟାଣ୍ଡିଙ୍ଗ ଓଭେସନ ଦେଇଥିଲେ। ସେ ଜଣେ ମହାନ ଖେଳାଳି ଅଟନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।