ବ୍ୟୁରୋ ରିପୋର୍ଟ: ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣେ ବିରାଟ କୋହଲି ସ୍ବଦେଶରେ ନିଜର ୧୦୦ ତମ ମ୍ୟାଚକୁ ସ୍ମରଣୀୟ କରିପାରିଲେ ନାହିଁ। ସେ ଇଣ୍ଡିଜ ବିରୁଦ୍ଧରେ ଦ୍ୱିତୀୟ ଏକଦିବସିୟରେ ମାତ୍ର ୧୮ ରନ କରି ଆଉଟ ହୋଇଯାଇଥିଲେ। ଭାରତୀୟ ଟିମ ଏହି ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇଥିଲା। ନମ୍ବର ୩ରେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇଥିବା କୋହଲି କିଛି ଖାସ କରିପାରିନଥିଲେ ଓ ଓଡିୟନ ସ୍ମିଥଙ୍କ ଶିକାର ହୋଇଯାଇଥିଲେ। ସେ ମ୍ୟାଚରେ ୩୦ ବଲ ଖେଳିଥିଲେ।

ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଣ୍ଡିଜର ଅଧିନାୟକ କାୟରନ ପୋଲାଡ଼ ଟସ୍ ଜିତି ପ୍ରଥମେ ବୋଲିଙ୍ଗ କରିବାକୁ ନିସ୍ପତି ନେଇଥିଲେ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଖେଳୁଥିବା ଏହି ଟିମର ଆରମ୍ଭ ତିନୋଟି ୱିକେଟ ଜଲ୍ଦି ଗଳିପଡିଥିଲା। ରୋହିତ ଶର୍ମା ପାରିର ତୃତୀୟ ଓଭରରେ ହିଁ କେମାର ରୋଚଙ୍କ ବଲରେ ଆଉଟ ହୋଇଯାଇଥିଲେ। ପନ୍ତ ଏହି ମ୍ୟାଚରେ ଓପନିଙ୍ଗ କରିଥିଲେ କିନ୍ତୁ ସେ ମଧ୍ୟ ୧୨ ତମ ଓଭରରେ ୧୮ ରନ କରି ଓଡିୟନ ସ୍ମିଥଙ୍କ ଶିକାର ହୋଇଗଲେ। ସେହି ଓଭରରେ ହିଁ ସ୍ମିଥ କୋହଲିଙ୍କୁ ସାଇ ହୋପଙ୍କ ହାତରେ କ୍ୟାଚ ଆଉଟ କରିଦେଇଥିଲେ। ବିରାଟ ୩୦ବଲ ଖେଳିଥିଲେ ଓ ତିନୋଟି ଚୌକା ମାରିଥିଲେ।
ଏହାପରେ କେ ଏଲ ରାହୁଲ ଓ ସୂର୍ଯ୍ୟକୁମାର ଯାଦବ ପାରିକୁ ଆଗକୁ ବଢ଼ାଇଥିଲେ ଓ ଚତ୍ରୁର୍ଥ ୱିକେଟ ପାଇଁ ୯୧ରନର ପାର୍ଟନରସିପ କରିଥିଲେ। ରାହୁଲ ୪୮ ବଲରେ ୪ ଟି ଚୌକା ଓ ୨ ଟି ଛକା ସହ ୪୯ ରନ କରି ଆଉଟ ହୋଇଯାଇଥିଲେ। ସୂର୍ଯ୍ୟକୁମାର ୮୩ ବଲରେ ୫ ଟି ଚୌକା ଦ୍ଵାରା ୬୪ ରନ କରି ଟିମର ସ୍କୋର ୧୭୭ ଥିବା ବେଳେ ଆଉଟ ହୋଇଗଲେ।

ଏହା ସହିତ ହିଁ ବିରାଟ କୋହଲିଙ୍କ ୭୧ ତମ ଇଣ୍ଟରନେସନାଲ ଶତକର ଆଶା ବଢିଗଲା। ସେ ଶେଷ ଅନ୍ତରାଷ୍ଟ୍ରୀୟ ଶତକ ନଭେମ୍ବର ୨୦୧୯ରେ ବଙ୍ଗଳାଦେଶ ବିରୁଦ୍ଧରେ ଇଡେନ ଗାର୍ଡେନରେ ଟେଷ୍ଟ ମ୍ୟାଚରେ ମାରିଥିଲେ। ସେବେଠୁ ତାଙ୍କ ୭୧ତମ ଇଣ୍ଟର ନେସନାଲ ଶତକର ଅପେକ୍ଷା ସମସ୍ତଙ୍କୁ ଅଛି।
ବିରାଟ କୋହଲିଙ୍କ କ୍ୟାରିଅର କଥା କହିବା ତ ସେ ଏଯାଏ ୨୫୯ ଏକଦିବସିୟ ମ୍ୟାଚରେ ୪୩ ଶତକ ଓ ୬୪ ଅର୍ଦ୍ଧଶତକ ସହ ୧୨୩୧୧ ରନ କରିଛନ୍ତି। ଏହି ସମୟରେ ତାଙ୍କର ଔଶତ ୫୮ର ରହିଛି। ସ୍ବଦେଶରେ ସେ ୧୦୦ ଟି ଏକଦିବସିୟ ମ୍ୟାଚରେ ୫୦୨୦ ରନ କରିଛନ୍ତି। ଏହା ଛଡା ସେ ୯୯ ଟି ଟେଷ୍ଟ ମ୍ୟାଚରେ ୨୭ ଶତକ ସହ ୭୯୬୨ ରନ କରିଛନ୍ତି। ଟି-୨୦ ଇଣ୍ଟରନେସନାଲ ମ୍ୟାଚରେ ସେ ୩୨୨୭ ରନ କରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।