ଏସିଆ କପ ପାଇଁ ସମସ୍ତ ଦଳ ୟୁଏଇ ପହଞ୍ଚି ଯାଇଛନ୍ତି। ଦଳ ନିଜର ରଣନୀତି ବନାଉଛନ୍ତି ସେମାନଙ୍କର ପ୍ରାକ୍ଟିସର ମଧ୍ୟ ଫୋଟୋ ସୋସିଆଲ ମିଡ଼ିଆରେ ଛାଡ଼ୁଛନ୍ତି। ଭାରତୀୟ ଦଳ ମଧ୍ୟ ୟୁଏଇ ପହଞ୍ଚି ଯାଇଛନ୍ତି। ସେମାନେ ନିଜର ପ୍ରାକ୍ଟିସ ମଧ୍ୟ କରିଛନ୍ତି।କିଛି ସମୟ ଅଭ୍ୟାସ କରିଥିଲେ ମଧ୍ୟ ସେଠାରେ ସମସ୍ତ ଖେଳାଳି ଉପସ୍ଥିତ ଥିଲେ। ସେଠାରେ ପାକିସ୍ତାନର ଖେଳାଳିମାନେ ପହଞ୍ଚିଛନ୍ତି। କିଛି ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି ଯେଉଁଥିରେ ବିରାଟ କୋହଲିଙ୍କୁ ପାକିସ୍ତାନ ଖେଳାଳି ବାବର ଆଜମ ଭେଟିଥିଲେ।

ଆଉ ଯେତେବେଳେ ଅଭ୍ୟାସର ବେଳ ଆସିଲା ସେହି ସମୟରେ ସମସ୍ତଙ୍କ ନଜର ଭାରତୀୟ ଅଧିନାୟକ ରୋହିତ ଶର୍ମା ଆଉ ବିରାଟ କୋହଲିଙ୍କ ଉପରେ ଥିଲା। ଯେଉଁଥିରେ ବିରାଟ କୋହଲି ଅଶ୍ୱିନୀ,ଜାଡେଜା,ଚାହଲଙ୍କ ବିପକ୍ଷରେ ବହୁତ ଜବରଦସ୍ତ ଖେଳିଥିଲେ। କିଛି ବର୍ଷ ହେଲା ବିରାଟ କୋହଲି ଆଗ ଭଳି ଫର୍ମରେ ନାହାନ୍ତି। ତେଣୁ ବିରାଟ କୋହଲି ଏହି ଅଭ୍ୟାସ ସମୟରେ ବହୁତ ଭଲ ଭାବରେ ଅଭ୍ୟାସ କରିଥିଲେ। ରୋହିତ ଶର୍ମା ମଧ୍ୟ ଅଭ୍ୟାସରେ ଭାଗ ନେଇଥିଲେ।
ମାତ୍ର ସେ ମଧ୍ୟ ଭଲ ଭାବରେ ବୋଲର ମାନଙ୍କୁ ଜବରଦସ୍ତ ଖେଳି ପାରୁଥିଲେ। ଏହା ଭାରତୀୟ ଦଳ ପାଇଁ ଭଲ ଖବର କି ଭାରତୀୟ ଦଳର ଦୁଇ ଭଲ ଖେଳାଳି ଏବେ ଭଲ ଭାବରେ ଅଭ୍ୟାସ କରୁଛନ୍ତି। ବିରାଟ କୋହଲି କହିଛନ୍ତି କି ସେ ତାଙ୍କର ଖରାପ ପ୍ରଦର୍ଶନ ପାଇଁ ନିରାଶ ନାହାନ୍ତି। ସେ ପାଖାପାଖି ଦୀର୍ଘ ତିନି ବର୍ଷ ହେଲା ଶତକ ଲଗାଇ ନାହାନ୍ତି।ସେ ଟି-୨୦,ଦିନିକିଆ କିମ୍ବା ଟେଷ୍ଟ ହେଇ ସେ କେଉଁଥିରେ ବି ଶତକ ଲଗାଇ ପାରୁ ନାହାନ୍ତି। ସେ କେତେକ ମ୍ୟାଚ ହେଲା ଖେଳରୁ ବିରତି ନେଇଥିଲେ ସେ ଜିମ୍ବାୱେ କିମ୍ବା ୱେଷ୍ଟ ଇଣ୍ଡିଜ ଗସ୍ତରେ ଯାଇ ନ ଥିଲେ। ତାଙ୍କୁ ଦୀର୍ଘ ସମୟ ହେଲା ଭାରତୀୟ କ୍ରିକେଟ ବୋର୍ଡ ଦ୍ଵାରା ବିଶ୍ରାମ ଦିଆ ଯାଇଥିଲା।ଏବେ ଦୀର୍ଘ ସମୟ ପରେ ଭାରତୀୟ ଦଳକୁ ଫେରିଛନ୍ତି।ଏହି ଏସିଆ କପ ହେଉଛି ଭାରତୀୟ ଦଳ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ଏହି ଠାରୁ ହିଁ ଭାରତୀୟ ଦଳ ଟି-୨୦ ବିଶ୍ୱକପ ପାଇଁ ଯିବ।
? Sound ?#TeamIndia captain @ImRo45 & @imVkohli get into the groove ahead of the first clash against Pakistan.#AsiaCup2022 | #AsiaCup pic.twitter.com/GNd8imnmM3
— BCCI (@BCCI) August 25, 2022
ଟି-୨୦ ବିଶ୍ୱକପ ପାଇଁ ବିରାଟ କୋହଲିଙ୍କ ଫର୍ମରେ ରହିବା ବହୁତ ଜରୁରୀ ଅଟେ। ପୂର୍ବ ବିଶ୍ୱକପ ଏହି ମ୍ୟାଚରେ ଭାରତ ପାକିସ୍ତାନ ଠାରୁ ୧୦ ୱିକେଟରେ ହାରିଥିଲା ଆଉ ୨୮ ତାରିଖ ମଧ୍ୟ ଭାରତ ପାକିସ୍ତାନ ମଧ୍ୟରେ ଏସିଆ କପ ପାଇଁ ଏକ ବଡ ମ୍ୟାଚ ଖେଳାଯିବାର ଅଛି। ତେଣୁ ଏହା ଦେଖିବାର ଅଛି କି ବିରାଟ କୋହଲି ଆଉ ରୋହିତ ଯେଉଁ ନେଟ ପ୍ରାକ୍ଟିସ କରିଛନ୍ତି ତାହା ଠିକ ସମୟରେ କାମରେ ଆସୁଛି ନା ନାହିଁ।