ବ୍ୟୁରୋ ରିପୋର୍ଟ: ଶ୍ରୀଲଙ୍କା ବିରୁଦ୍ଧରେ ଟି-୨୦ ଓ ଟେଷ୍ଟ ସିରିଜ ପାଇଁ ଭାରତୀୟ ଟିମର ଘୋଷଣା କରାଯାଇଛି। ଟେଷ୍ଟ ଟିମର ଅଧିନାୟକତ୍ୱ ରୋହିତ ଶର୍ମା ସମ୍ଭାଳିବେ କାରଣ ଦକ୍ଷିଣ ଆଫ୍ରିକା ସହ ଟେଷ୍ଟ ସିରିଜ ହାରିଯିବା ପରେ ବିରାଟ କୋହଲି ଟେଷ୍ଟ ଅଧିନାୟକ ପଦ ଛାଡିଦେଇଥିଲେ। ଭାରତୀୟ କ୍ରିକେଟ ଟିମର ମୁଖ୍ୟ ଚୟନକର୍ତା ଚେତନ ଶର୍ମା ଶନିବାରକୁ ରୋହିତ ଶର୍ମାଙ୍କୁ ଟେଷ୍ଟ ଅଧିନାୟକ ଘୋଷଣା କରିଛନ୍ତି। ଟେଷ୍ଟ ଟିମରେ ଅନୁଭବୀ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ,ଋଦ୍ଧିମାନ ସାହା ଓ ପେସର ଇସାନ୍ତ ଶର୍ମାଙ୍କୁ ଦଳରେ ସ୍ଥାନ ଦିଆଯାଇନାହିଁ। ମୁଖ୍ୟ ଚୟନ କର୍ତା ରୋହିତ ଶର୍ମାଙ୍କ ପ୍ରଶଂସା କରି କହିଛନ୍ତି ସେ ଦେଶର ନମ୍ବର ୧ କ୍ରିକେଟର ଅଟନ୍ତି।

ଭାରତ ଶ୍ରୀଲଙ୍କା ବିରୁଦ୍ଧରେ ପ୍ରଥମେ ତିନୋଟି ମ୍ୟାଚର ମ୍ୟାଚର ଟି-୨୦ ସିରିଜ ଖେଳିବାର ଅଛି। ଏହା ପରେ ଦୁଇଟି ମ୍ୟାଚର ଟେଷ୍ଟ ସିରିଜ ଖେଳାଯିବାର ଅଛି। ସିରିଜର ପ୍ରଥମ ଟି-୨୦ ମ୍ୟାଚ ୨୪ ଫେବୃଆରୀକୁ ଖେଳାଯିବାର ଅଛି। ସବୁ ଟି-୨୦ ମ୍ୟାଚ ଲକ୍ଷନୌ ଓ ଧର୍ମଶାଳାରେ ଖେଳାଯିବାର ଅଛି। ପ୍ରଥମ ଟେଷ୍ଟ ମ୍ୟାଚ ମୋହାଲିରେ ଖେଳାଯିବାର ସିଡ୍ୟୁଲ ହୋଇଛି ଯାହା ବିରାଟ କୋହଲିଙ୍କର ୧୦୦ତମ ଟେଷ୍ଟ ମ୍ୟାଚ ହେବ ଓ ଦ୍ୱିତୀୟ ଡେ ନାଇଟ ଟେଷ୍ଟ ବାଙ୍ଗାଲୋରରେ ଖେଳାଯିବାର ସିଡ୍ୟୁଲ ହୋଇଛି।
ରୋହିତ ଶର୍ମାଙ୍କୁ ଟେଷ୍ଟ ଅଧିନାୟକ କରିବା ପ୍ରଶ୍ନ ଉପରେ ଚୟନକର୍ତା କହିଛନ୍ତି ସେ ସିଲେକ୍ଟରଙ୍କର ପ୍ରଥମ ପସନ୍ଦ ଥିଲେ। ଚେତନ ଶର୍ମା ଭ୍ରଚ୍ୟୁଆଲ ପ୍ରେସ କନ୍ଫରେନ୍ସରେ କହିଛନ୍ତି,”ରୋହିତ ଶର୍ମା ଅଧିନାୟକତ୍ୱ ପାଇଁ ସିଲେକ୍ଟରରଙ୍କର ପ୍ରଥମ ପସନ୍ଦ ଥିଲେ। ସେ ଦେଶର ନମ୍ବର ୧ କ୍ରିକେଟର ଅଟନ୍ତି ଓ ପ୍ରମୁଖ କଥା ଏହା କି ସେ ତିନୋଟି ଯାକ ଫର୍ମାଟ ଖେଳୁଛନ୍ତି। ମହତ୍ତ୍ୱପୂର୍ଣ୍ଣ କଥା ଏହା କି ସେ ତାଙ୍କ କାମ ଲୋଡ଼ କିପରି ସମ୍ଭାଳିବେ। ରୋହିତ ଅଧିନାୟକ ରହିଥିବା ସମୟରେ ନୂତନ ଅଧିନାୟକ ପ୍ରସ୍ତୁତ କରାଯିବ”।
🗣️🗣️ "We will groom future captains under him."
The Chairman of the All-India Senior Selection Committee, Mr. Chetan Sharma, spoke about @ImRo45 being named the #TeamIndia 🇮🇳 Test Captain. pic.twitter.com/SPaJvFMVEO
— BCCI (@BCCI) February 19, 2022
ରୋହିତ ୩୫ ତମ ଟେଷ୍ଟ ଅଧିନାୟକ ହେବେ:
ବିଶ୍ୱ କ୍ରିକେଟରେ ହିଟମାନ ନାମରେ ପ୍ରସିଦ୍ଧ ରୋହିତ ଦେଶର ୩୫ ତମ ଟେଷ୍ଟ ଅଧିନାୟକ ହେବେ। ଏହା ପୂର୍ବରୁ ତାଙ୍କୁ ଟି-୨୦ ଓ ଏକଦିବସିୟର ନୂତନ ଅଧିନାୟକ କରାଯାଇଥିଲା। ରୋହିତଙ୍କ ଅଧିନାୟକତ୍ୱରେ ଭାରତ ସୀମିତ ଓଭର କ୍ରିକେଟରେ ସୁନ୍ଦର ପ୍ରଦର୍ଶନ କରିଛି।ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଏକଦିବସିୟ ସିରିଜରେ ଭାରତ ୩-୦ରେ ବିଜୟ ଲାଭ କରିଛି। ଯେବେକି ତିନୋଟି ମ୍ୟାଚର ଟି-୨୦ ସିରିଜରେ ଭାରତ ଏବେ ୨-୦ରେ ଆଗୁଆ ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।