ଖରାପ ପ୍ରଦର୍ଶନ ଦେଇ ଗତି କରୁଥିବା ପୂର୍ଵ ଭାରତୀୟ ଅଧିନାୟକ ବିରାଟ କୋହଲି କେବଳ ଏସିଆ କପ ଖେଳିବେ ତାହା ନୁହେଁ, ସେ ଭାରତ ପକ୍ଷରୁ ଏସିଆ କପରେ ରୋହିତ ଶର୍ମାଙ୍କ ସହିତ ଓପନିଙ୍ଗ କରି ପାରନ୍ତି।

ବିରାଟ କୋହଲି ଅଧିନାୟକ ରୋହିତ ଶର୍ମାଙ୍କ ସହିତ ଓପନିଙ୍ଗ କାର୍ଯ୍ୟ ତୁଲାଇ ପାରନ୍ତି। ପୂର୍ବ ଭାରତୀୟ କ୍ରିକେଟରଙ୍କ ଅନୁସାରେ ଭାରତ ପକ୍ଷରୁ ଯଦି ସେ ଓପନିଙ୍ଗ କରନ୍ତି, ତେବେ ତାଙ୍କ ପ୍ରଦର୍ଶନ ଦେଖିବାକୁ ମିଳିବା ସହିତ ଭାରତୀୟ ଦଳ ପାଇଁ ଏହା ବହୁତ ଲାଭଦାୟକ ହେବ।
ଏହା ବ୍ୟତୀତ ତାଙ୍କୁ ଓପନିଙ୍ଗ କାର୍ଯ୍ୟ ଦେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ଅଧିନାୟକ ରୋହିତ ଶର୍ମା ଏବଂ କୋଚ୍ ରାହୁଲ ଦ୍ରାଭିଡ଼ ଜାଣି ସାରିଛନ୍ତି। କାରଣ ବିରାଟ କୋହଲି ରୋହିତ ଶର୍ମାଙ୍କ ସହିତ ପ୍ରାରମ୍ଭରେ ଖେଳିବା ସବୁଠାରୁ ଉତ୍ତମ ବିକଳ୍ପ ହେବ।

ସୂଚନାଯୋଗ୍ୟ ଯେ, ଭାରତୀୟ କ୍ରିକେଟର ପାର୍ଥିବ ପଟେଲ କହିଛନ୍ତି ଯେ, ଅଗଷ୍ଟ ୨୭ ରୁ ଆରମ୍ଭ ହେବାକୁ ଯାଉଥିବା ଏସିଆ କପ ଟୁର୍ଣ୍ଣାମେଂଟରେ ଯଦି କେ ଏଲ ରାହୁଲ ନିଜ ଇଂଜୁରୀ କାରଣରୁ ଦଳକୁ ଫେରି ନ ପାରନ୍ତି, ତେବେ ବିରାଟ କୋହଲି ଓପନିଙ୍ଗ କାର୍ଯ୍ୟ କରିବା ଏକ ଉତ୍ତମ ବିକଳ୍ପ। ବିଗତ ପାଖାପାଖି ଅନେକ ଧରି କେ ଏଲ ରାହୁଲ ଇଂଜୁରୀ କାରଣରୁ ଭାରତୀୟ ଦଳ ଠାରୁ ଦୂରରେ ରହିଛନ୍ତି।
ସେ ଆଇପିଏଲରେ ନିଜ ଦଳ ପକ୍ଷରୁ ଖେଳି ଥିଲେ ମଧ୍ୟ ପୁଣି ଥରେ ସେ ଇଂଜୁରୀ କାରଣରୁ ଦଳକୁ ଫେରି ପାରି ନାହାନ୍ତି। ପାର୍ଥିବ ପଟେଲଙ୍କ ମତରେ ଯଦି କେ ଏଲ ରାହୁଲ ଦଳକୁ ଫେରି ନ ପାରନ୍ତି, ତେବେ ଭାରତୀୟ ଦଳ ବିରାଟ କୋହଲିଙ୍କୁ ଓପନର ହିସାବରେ ଏସିଆ କପ ଖେଳି ପାରିବ। ସେ ଏକଥା ମଧ୍ୟ କହିଛନ୍ତି ଯେ, ସେ ଗୋଟେ ଉତ୍ତମ ଯୋଡି ସଫଳତାର ଚାବି କାଠି ଅଟେ।

ତେଣୁ ସେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ସହିତ ବିରାଟ କୋହଲିଙ୍କୁ ଓପନିଙ୍ଗ କରିବା ଏକ ସଠିକ ବିକଳ୍ପ ବୋଲି କହିଛନ୍ତି। ଭାରତ ବିଗତ କିଛି ସିରିଜରେ ଅନେକ ଖେଳାଳି ଯଥା ଇଶାନ କିଶାନ, ଋଷଭ ପନ୍ତ ଏବଂ ସୂର୍ଯ୍ୟ କୁମାର ଯାଦବଙ୍କୁ ନେଇ ଓପନିଙ୍ଗ ଯୋଡି ପରୀକ୍ଷା କରି ସାରିଛି। ସେ କହିଛନ୍ତି ଯେ, ବିରାଟ କୋହଲି ଭଳି ଖେଳାଳିଙ୍କ ଦଳରୁ ବାହାରେ ରଖିବା ସମ୍ପୂର୍ଣ୍ଣ ଭୁଲ ଅଟେ ସେ ଜଣେ ଦକ୍ଷ ଖେଳାଳି ସହିତ ଜଣେ ଅଭିଜ୍ଞ ମ୍ୟାଚ ବିଜୟୀ ଖେଳାଳି ମଧ୍ୟ ଅଟନ୍ତି। ତେଣୁ ସେ ଦଳରେ ରହିବା ନିହାତି ଜରୁରୀ ଅଟେ।
ତେଣୁ ଯଦି ତାଙ୍କ ସ୍ଥାନ ପରିବର୍ତ୍ତନ କରାଯାଏ ,ତେବେ ତାଙ୍କ ଖେଳରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିବ। ଏହା ସହିତ ତାଙ୍କ ପୂର୍ଵ ଫର୍ମ ପୁଣି ଥରେ ଫେରି ଆସି ପାରିବ। ତାଙ୍କ ବ୍ୟାଟିଂ ଶୈଳୀ ଉପରେ କୌଣସି ପ୍ରଶ୍ନ ନାହିଁ। ଭାରତୀୟ ଦଳରେ ତାଙ୍କ ସ୍ଥାନ ତାଙ୍କୁ ତାଙ୍କ ଫର୍ମ ଫେରାଇବାରେ ବହୁତ ସାହାଯ୍ୟ କରିବ।

ଆଗକୁ ଅଷ୍ଟ୍ରେଲିଆରେ ଟି-ଟ୍ୱେଣ୍ଟି ବିଶ୍ୱକପ ଖେଳା ଯିବାର ରହିଛି ଏବଂ ଏହା ଆଗରୁ ଭାରତ ଏସିଆ କପ ମଧ୍ୟ ଖେଳିବାର ଅଛି। ତେବେ ଏହି ଦଳ ବିଶ୍ୱକପ ମଧ୍ୟ ଖେଳିପାରେ। କେ ଏଲ ରାହୁଲଙ୍କ ବ୍ୟତୀତ ଜଣେ ଅଭିଜ୍ଞ ଓପନର ଭାରତକୁ ମିଳି ପାରି ନାହିଁ। ସେଥିପାଇଁ ବିରାଟ କୋହଲି ଏକ ଉତ୍ତମ ବିକଳ୍ପ ହୋଇ ପାରନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।