ବ୍ୟୁରୋ ନ୍ୟୁଜ: ବିରାଟ କୋହଲି ଦକ୍ଷିଣ ଆଫ୍ରିକା ସହ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳୁନାହାନ୍ତି କାରଣ ତାଙ୍କ ପିଠିରେ ଦରଜ ଅଛି। ତାଙ୍କ ଜାଗାରେ କେଏଲ ରାହୁଲଙ୍କୁ ଟିମର ଅଧିନାୟକ କରାଯାଇଛି। ତିନୋଟି ମ୍ୟାଚ ବିଶିଷ୍ଟ ସିରିଜରେ ୧-୧ ରେ ବରାବର। ଦ୍ୱିତୀୟ ଟେଷ୍ଟରେ ସାଉଥ ଆଫ୍ରିକା ବିଜୟ ହାସଲ କରିଛି। ଏହା ମଧ୍ୟରେ ଭାରତ ପାଇଁ ଖୁସି ଖବର ଆସିଛି। କୋହଲିଙ୍କୁ ଦ୍ୱିତୀୟ ଟେଷ୍ଟ ମ୍ୟାଚର ତୃତୀୟ ଦିନ ଖେଳ ଆରମ୍ଭ ପୂର୍ବରୁ ଅଭ୍ୟାସ କରୁଥିବାର ଦେଖାଯାଇଛି। ତେଣୁ ତାଙ୍କର ତୃତୀୟ ଟେଷ୍ଟ ମ୍ୟାଚ ଖେଳିବାର ଆଶା ବଢିଯାଇଛି।

ବିରାଟ କୋହଲିଙ୍କୁ କୋଚ ରାହୁଲ ଦ୍ରାଭିଡ ଅଭ୍ୟାସ କରାଇଛନ୍ତି। ଏହା ପରେ କୋହଲି ସାଥି ଖେଳାଳିଙ୍କ ସହ ଗ୍ରାଉଣ୍ଡରେ ଦେଖାଯାଇଛନ୍ତି। କୋହଲିଙ୍କ ଅଧିନାୟକତ୍ୱରେ ଟିମ ସେଂଚୁରିଆନରେ ଖେଳିଥିବା ପ୍ରଥମ ଟେଷ୍ଟରେ ୧୧୩ରନରେ ବିଜୟ ହାସଲ କରିଥିଲା। ଏହା ଦ୍ଵାରା ଟିମ ସେଂଚୁରିଆନରେ ପ୍ରଥମ ଥର ଟେଷ୍ଟ ମ୍ୟାଚ ଜିତିଥିଲା। ଏବେ ଟିମର ନଜର ଟେଷ୍ଟ ସିରିଜ ଜିତିବା ଉପରେ ରହିବ।ଟିମ ଦକ୍ଷିଣ ଆଫ୍ରିକାରେ ୨୯ ବର୍ଷରୁ ଟେଷ୍ଟ ସିରିଜ ଜିତିପାରିନାହିଁ।
କୋହଲିଙ୍କ ପାଇଁ ଏହି ବର୍ଷ ମହତ୍ତ୍ୱପୂର୍ଣ୍ଣ ଅଟେ:ବିରାଟ କୋହଲି ବର୍ଷ ୨୦୧୯ରେ ଇଣ୍ଟରନେସନାଲ କ୍ରିକେଟରେ ଶତକ ମାରିପାରିନାହାନ୍ତି। ସିରିଜର ପ୍ରଥମ ମ୍ୟାଚରେ ମଧ୍ୟ ସେ କିଛି ଖାସପ୍ରଦର୍ଶନ କରିପାରି ନଥିଲେ। ଏହି ବର୍ଷର ପ୍ରଥମ ଟେଷ୍ଟରେ ସେ ପିଠି ଦରଜ କାରଣରୁ ଖେଳିପାରିଲେ ନାହିଁ। ୧୧ ଜାନୁଆରୀରେ କେପଟାଉନରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟରେ ସେ ଖେଳିବା ସହ ତାଙ୍କୁ ବ୍ୟାଟିଙ୍ଗରେ ଭଲ ପ୍ରଦର୍ଶନ କରିବାକୁ ହେବ। ପୂର୍ଵ ବର୍ଷ ସେ ଟି-୨୦ ଅଧିନାୟକ ପଦ ଛାଡିଦେଇଥିଲେ ଯାହାପରେ ତାଙ୍କୁ ଏକଦିବସିୟ ଅଧିନାୟକ ପଦରୁ ମଧ୍ୟ ବାହାର କରିଦିଆଯାଇଥିଲା।

୧୯ ଜାନୁଆରୀରୁ ଏକଦିବସିୟ ସିରିଜ:ବିରାଟ କୋହଲିଙ୍କର ଫିଟହେବା ଏଥିପାଇଁ ମଧ୍ୟ ଜରୁରୀ କାରଣ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୧୯ ଜାନୁଆରୀରୁ ତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜ ଖେଳାଯିବ। ଏକଦିବସିୟର ନୂତନ ଅଧିନାୟକ ରୋହିତ ଶର୍ମା ଆଘାତ କାରଣରୁ ଏହି ସିରିଜରୁ ବାହାରେ ଥିବାରୁ କେଏଲ ରାହୁଲଙ୍କୁ ଏହି ଏକଦିବସିୟ ସିରିଜରେ ଅଧିନାୟକ କରାଯାଇଛି। ଏହି ପରିସ୍ଥିତିରେ ବିରାଟ କୋହଲିଙ୍କ ପରି ସିନିୟର ଖେଳାଳିଙ୍କୁ ଦଳରେ ରହିବା ଜରୁରୀ। ଯୁବ ଖେଳାଳି ଋତୁରାଜ ଗାୟକବାଡ଼ ଓ ଭେଙ୍କଟେସ ଅୟରଙ୍କୁ ମଧ୍ୟ ଏକଦିବସିୟ ସିରିଜରେ ଜାଗା ମିଳିଛି।
ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।