ଦଳକୁ ଗଢିବା ପାଇଁ ହାଇଦ୍ରାବାଦ ଟିମ ଛାଡିବେ ଭିଭିଏସ ଲକ୍ଷ୍ମଣ! ଏବେ ବାଙ୍ଗାଲୋରକୁ ହେବେ ସିଫ୍ଟ

ଭିଭିଏସ ଲକ୍ଷ୍ମଣଙ୍କୁ ଏନସିଏର ପ୍ରମୁଖ କରାଯାଇଛି। ପୂର୍ଵସାଥି ଖେଳାଳି ରାହୁଲ ଦ୍ରାଭିଡ ଓ ଭିଭିଏସ ଲକ୍ଷ୍ମଣଙ୍କ ନିଯୁକ୍ତି ପରେ ସୌରଭ ଗାଙ୍ଗୁଲି କହିଛନ୍ତି ଭାରତୀୟ କ୍ରିକେଟ ସୁରକ୍ଷିତ ହାତରେ ଅଛି। ଦ୍ରାଭିଡ଼ଙ୍କୁ ଭାରତୀୟ ଟିମର ହେଡ କୋଚ କରାଯାଇଛି। ଗାଙ୍ଗୁଲି ବଙ୍ଗାଲ କ୍ରିକେଟ ସଂଘର ଅଧ୍ୟକ୍ଷ ହେବା ପରେ ନିଜ କାର୍ଯ୍ୟକାଳ ସମୟରେ ଲକ୍ଷ୍ମଣଙ୍କୁ ରାଜ୍ୟ କ୍ରିକେଟ ପ୍ରୋଜେକ୍ଟ “ଭିଜନ୨୦୨୦” ର ଜିମେଦାରୀ ଦେଇଥିଲେ। ଲକ୍ଷ୍ମଣ ଏବେ ପୁରା ପରିବାର ସହିତ ହାଇଦ୍ରାବାଦରୁ ବାଙ୍ଗଲୋରରେ ସିଫ୍ଟ ହେବେ ବୋଲି ଜଣା ଯାଉଛି।

Google

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି ,”ମୁଁ ବହୁତ ଖୁସି କି ମୁଖ୍ୟ କୋଚ ଓ ଏନସିଏର ଅଧ୍ୟକ୍ଷ ରୂପରେ ଦୁହେଁ ନିଯୁକ୍ତି ହେଲେ। ଭାରତୀୟ କ୍ରିକେଟରେ ଏହା ଦୁଇଟି ବଡ଼ ପଦ ଅଟେ”। ଗାଙ୍ଗୁଲି, ଦ୍ରାଭିଡ ଓ ଲକ୍ଷ୍ମଣ ୧୯୯୬ ରୁ ୨୦୦୮ ପର୍ଯ୍ୟନ୍ତ ସାଙ୍ଗ ହୋଇ ଖେଳୁଥିଲେ ଓ ଭାରତୀୟ ଟିମର ମିଡ଼ିଲ ଅର୍ଡରର ଏକ ପ୍ରକାରର ମୁଖ୍ୟ ଥିଲେ। ଏହା ପଚରାଯିବାରୁ କି ଦୁହିଁଙ୍କୁ ରାଜି କରାଇବା କେତେ କଷ୍ଟକର ଥିଲା। ଗାଙ୍ଗୁଲି କହିଥିଲେ ଦୁହିଁଙ୍କୁ ଏହା କୁହାଯାଇଥିଲାକି ଏହା ମହତ୍ତ୍ୱପୂର୍ଣ୍ଣ ଅଟେ। ମୁଁ ଖୁସିକି ଦୁହେଁ ରାଜି ହୋଇଗଲେ।

ପୂର୍ଵ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି କହିଛନ୍ତି ଏନସିଏ ପ୍ରମୁଖ ପଦରେ ଲକ୍ଷ୍ମଣ ଆସିବା ପରେ ଏହା ଦ୍ଵାରା ଅନେକ ପରିବର୍ତ୍ତନ ହେବ। କାରଣ ସେ ଜଣେ ଭଲ ମଣିଷ ଅଟନ୍ତି ଓ ଭାରତୀୟ କ୍ରିକେଟରେସେ ଜଣେ ଉଚ୍ଚ ବ୍ୟକ୍ତିତ୍ୱ ଅଟନ୍ତି। ତାଙ୍କ ସହିତ କାମ କରିବା ବହୁତ ଭଲ ଲାଗେ ବୋଲି ସୌରଭ କହିଛନ୍ତି। ରାହୁଲ ଦ୍ରାଭିଡ ଏନସିଏରେ ଏକ ବ୍ୟବସ୍ଥା କରିଥିଲେ ଯାହାକୁ ଲକ୍ଷ୍ମଣ ଆଗକୁ ନେବେ।

Google

୩ ବର୍ଷ ପର୍ଯ୍ୟନ୍ତ ପରିବାର ସହିତ ବାଙ୍ଗାଲୋରରେ ରହିବେ: ସୌରଭ ଗାଙ୍ଗୁଲି କହିଛନ୍ତି ଭିଭିଏସ ଲକ୍ଷ୍ମଣ ଏହି ପଦ ପାଇଁ ଆଇପିଏଲ ଟିମ ହାଇଦ୍ରାବାଦର ମେଣ୍ଟର ପଦ ଓ କମେଟ୍ରି ଛାଡିଛନ୍ତି। ସେ କହିଛନ୍ତି,”ଲକ୍ଷ୍ମଣ ତିନି ବର୍ଷ ପାଇଁ ହାଇଦ୍ରାବାଦରୁ ବାଙ୍ଗାଲୋର ସିଫ୍ଟ ହେବେ ଯାହା ଦ୍ୱାରା ସେ ଭାରତୀୟ କ୍ରିକେଟର ସେବା କରିପାରିବେ। ଏହା ଦ୍ଵାରା ତାଙ୍କ ରୋଜଗାର କମ ହେବେ କିନ୍ତୁ ଏହା ପାଇଁ ସେ ରାଜି ହୋଇଛନ୍ତି।

ସେ କହିଛନ୍ତି କି ତାଙ୍କ ପତ୍ନୀ ଓ ପିଲା ମଧ୍ୟ ସିଫ୍ଟ ହେବେ।ତାଙ୍କ ପିଲା ଏବେ ବାଙ୍ଗାଲୋରରେ ପଢିବେ ଓ ଏକ ନୂଆ ପରିସ୍ଥିତିରେ ବଢ଼ିବେ। ଯେବେ ପର୍ଯ୍ୟନ୍ତ ଆପଣ ଭାରତୀୟ କ୍ରିକେଟ ପାଇଁ ସମର୍ପିତ ନୁହଁନ୍ତି ଆପଣ ଏହା କରିପାରିବେ ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *