ଟିମ ଇଣ୍ଡିଆର ହେଡ କୋଚ୍ ହେବାକୁ ଚାହୁଁଥିଲେ ଭିଭିଏସ ଲକ୍ଷ୍ମଣ! ଗାଙ୍ଗୁଲି ଦେଲେ ବଡ଼ ବୟାନ

ବିସିସିଆଇର ପୂର୍ବ କିଛି ଦିନ ତଳେ ହିଁ ରାହୁଲ ଦ୍ରାଭିଡଙ୍କୁ ଟିମ ଇଣ୍ଡିଆର ହେର୍ଡ କୋଚ କରିଛି। ସେ ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ଏହି ପଦ ସମ୍ଭାଳିବେ। ଆରମ୍ଭରୁ ହିଁ ଏହି ଖବର ଆସୁଥିଲାକି ରାହୁଲ ଦ୍ରାଭିଡ ହିଁ ରବି ଶାସ୍ତ୍ରୀଙ୍କ ପରେ ଟିମ ଇଣ୍ଡିଆର ନୂତନ କୋଚ ହେବେ। କିନ୍ତୁ ସୌରଭ ଗାଙ୍ଗୁଲି ଖୁଲାସା କରିଛନ୍ତିକି ଭିଭିଏସ ଲକ୍ଷ୍ମଣ ମଧ୍ୟ ଟିମ ଇଣ୍ଡିଆର ହେର୍ଡ କୋଚ ହେବାକୁ ଚାହୁଁଥିଲେ। କିନ୍ତୁ କୌଣସି କାରଣ ପାଇଁ ଏପରି ହୋଇନଥିଲା।

Google

ସୌରଭ ଗାଙ୍ଗୁଲି ଖେଳ ପତ୍ରକାର ବୋରିୟା ମଜୁମଦାରଙ୍କ ସହିତ ଖାସ କଥାବାର୍ତ୍ତା ସମୟରେ କହିଛନ୍ତି ଭିଭିଏସ ଲକ୍ଷ୍ମଣ ଟିମ ଇଣ୍ଡିଆର ହେର୍ଡ କୋଚ ହେବାର ଇଚ୍ଛା ରଖିଥିଲେ। କିନ୍ତୁ କୋୖଣସି କାରଣ ପାଇଁ ପଦବି ମିଳିନଥିଲା। କିନ୍ତୁ ଭବିଷ୍ୟତରେ ତାଙ୍କୁ ଏହି ପଦ ମିଳିପାରେ।

ଲକ୍ଷ୍ମଣଙ୍କୁ ପୂର୍ଵ ମାସରେ ରାହୁଲ ଦ୍ରାଭିଡଙ୍କ ଜାଗାରେ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀର ପ୍ରମୁଖ କରାଯାଇଛି। ରାହୁଲ ଅଣ୍ଡର-୧୯ ଓ ଏଡିଆ ଏ ର କୋଚ ହେବା ପୂର୍ବରୁ ୪ ବର୍ଷ ଏନସିଏର ପ୍ରମୁଖ ରହିଥିଲେ। ଏବେ ଏହି ଦାଇତ୍ୱ ଲକ୍ଷ୍ମଣଙ୍କୁ ଦିଆଯାଇଛି ଯିଏକି ୩ ବର୍ଷ ଏହି ଦାଇତ୍ୱ ପାଳନ କରିବେ।

Google

ଗାଙ୍ଗୁଲି ଆଗକୁ ଖୁଲାସ କରିଛନ୍ତି କି ଦ୍ରାଭିଡଙ୍କୁ ମୁଖ୍ୟ କୋଚ ପାଇଁ ରାଜି କରାଇବା କଷ୍ଟକର ଥିଲା। କାରଣ ଟିମ ଇଣ୍ଡିଆ ବର୍ଷକୁ ୯ ମାସ ଯାତ୍ରା କରିଥାଏ। ଏହି କାରଣରୁ ରାହୁଲ ରାଜି ହେଉନଥିଲେ କିନ୍ତୁ ଆମ ମନରେ ରାହୁଲଙ୍କ ନାମ ଲମ୍ବା ସମୟରୁ ଥିଲା। ମୁଁ ଆଉ ଜୟ ସାହା ଏହାକୁ ନେଇ ସହମତି ଥିଲୁ। କିନ୍ତୁ ସେ ଘରୁ ଏତେ ଦିନ ଲଗାତର ଦୂରରେ ରହିବେ ବୋଲି ପ୍ରଥମେ ରାଜି ହେଉନଥିଲେ। ଆଇପିଏଲ ୨୦୨୧ ସମୟରେ ଆମେ ପୁଣି ଥରେ ତାଙ୍କ ସହ କଥା ହେଲୁ ଓ ଏଥର ସେ ହେର୍ଡ କୋଚ ହେବାକୁ ରାଜିହୋଇଗଲେ।

ରାହୁଲ ହେର୍ଡ କୋଚ ରୂପରେ ନିଜର କାର୍ଯ୍ୟ ଆରମ୍ଭ ନ୍ୟୁଜିଲାଣ୍ଡ ସହ ଘରୋଇ ସିରିଜରୁ କରିଥିଲେ ଓ ଇଣ୍ଡିଆ ଏହି ସିରିଜ ଜିତିଥିଲା। ତାଙ୍କ କୋଚିଙ୍ଗରେ ଓ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ୩ ଟି ମ୍ୟାଚ ଟି-୨୦ ସିରିଜରେ ୩-୦ରେ ବିଜୟ ହାସଲ କରିଥିଲା। ଏହା ପରେ ଟେଷ୍ଟ ସିରିଜରେ ଭାରତ ନ୍ୟୁଜିଲାଣ୍ଡକୁ ୧-୦ରେ ହରେଇଥିଲା।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *