ଅଷ୍ଟ୍ରେଲିଆକୁ ଲାଗିପାରେ ବଡ଼ ଝଟକା? ବିଶ୍ୱକପ ଜିତାଇଥିବା ଏହି ଖେଳାଳି ନେବେ ଅବସର, କିଏ ନେବେ ତାଙ୍କ ଜାଗା?

ଅଷ୍ଟ୍ରେଲିଆର ୱିକେଟ କିପର ବ୍ୟାଟ୍ସମ୍ୟାନ ମାଥୟୁ ୱେଡ଼ କହିଛନ୍ତି ସେ ଆଗାମୀ ବର୍ଷ ତାଙ୍କ ଦେଶରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ଅବସର ନେଇପାରନ୍ତି। ସେ ଅଳ୍ପ ଦିନ ତଳେ ସରିଥିବା ଟି-୨୦ ବିଶ୍ୱକପର ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପାକିସ୍ତାନ ବିରୁଦ୍ଧରେ ମିଳିଥିବା ବିଜୟରେ ୱେଡ଼ ମୁଖ୍ୟ ଭୁମିକା ଗ୍ରହଣ କରିଥିଲେ। ସେହି ମ୍ୟାଚରେ ସେ ୧୭ ବଲରେ ୪୧ ରନର ପାରି ଖେଳିଥିଲେ। ଆସେସ ପାଇଁ ଅଷ୍ଟ୍ରେଲିଆ ଦଳରେ ୱେଡ଼ଙ୍କ ଜାଗା ନେଇଛନ୍ତି ଆଲେକ୍ସ କ୍ୟାରି। ୱେଡ଼ଙ୍କ ଲକ୍ଷ୍ୟ ଆଗାମୀ ବର୍ଷ ତାଙ୍କ ଦେଶରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ ବିଜୟ ହେବା ଅଟେ।

Google

୩୩ ବର୍ଷୀୟ ୱେଡ଼ କହିଛନ୍ତି,”ଏହା ମୋର ଆଗାମୀ ପ୍ରେରଣା ଅଟେ। ଆଶା କରୁଛି କିଏ ଆଗାମି ଟି-୨୦ ବିଶ୍ୱକପ ଖେଳିବାର ମୌକା ମିଳିବ ଓ ସେହି ବିଶ୍ୱକପରେ ଟିମକୁ ଜିତାଇ ମୁଁ ଅବସର ନେଇପାରିବି। ତା ପରେ ମୁଁ ଖେଳିବି ନାହିଁ। ଏବେ ଏହା ମୋର ଲକ୍ଷ୍ୟ ଅଟେ”। ସେ ଖୁଲାସା କରିଛନ୍ତି କି ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ଟି-୨୦ ବିଶ୍ୱକପ ୨୦୨୧ର ଫାଇନାଲରେ ସେ ମାଂସପେଶୀ ଆଘାତ ଥାଇ ମଧ୍ୟ ଖେଳିଥିଲେ। ତାଙ୍କୁ ଫାଇନାଲ ମ୍ୟାଚର ଅଭ୍ୟାସ ସମୟରେ ଏହି ସମସ୍ୟା ହୋଇଥିଲା।”

ସେ କହିଛନ୍ତି,”ଫାଇନାଲ ମ୍ୟାଚ ପୂର୍ଵଦିନ ରାତିରେ ମୁଁ ଚିନ୍ତିତ ଥିଲି। ଯଦି ମୁଁ ସକାଳୁ ଉଠି ବ୍ୟାଟିଙ୍ଗ କରିପାରିନଥାନ୍ତି ତେବେ ମୁଁ ଖେଳିନଥାନ୍ତି। ମତେ ଚିନ୍ତା ଥିଲା କି ଯଦି ଆମକୁ ଆଗ ବ୍ୟାଟିଙ୍ଗ କରିବା ପାଇଁ ପଡିବ ଓ ମୁଁ ଅଧିକ ଆକ୍ରାମକ ଖେଳିବା ଦ୍ଵାରା ଆଘାତ ହୋଇଗଲି ତେବେ ୱିକେଟକିପିଙ୍ଗ କରିପାରିବିନି। ଏହା ଦ୍ଵାରା ଟିମକୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିବ”। ଅଷ୍ଟ୍ରେଲିଆର ଅଧିନାୟକ ଫିଞ୍ଚ କହିଛନ୍ତି କି ଆମେ ଚିନ୍ତିତ ଥିଲୁ କି ଫାଇନାଲରେ ୱେଡ଼ ଖେଳିପାରିବେ କି ନାହିଁ।

Google

ସେ କହିଛନ୍ତି,”ଡାକ୍ତର ତାଙ୍କର ସ୍କାନ କରିଥିଲେ। ସେ ଫଳ ଜାଣିବାକୁ ଚାହୁଁନଥିଲେ କିନ୍ତୁ ମତେ ଜଣାଥିଲାକି ଏହି ଆଘାତ ସହ ଖେଳିବା କଷ୍ଟକର ହେବ”। ଅଧିନାୟକଙ୍କର ଅଗଷ୍ଟରେ ସର୍ଜରି ହୋଇଥିଲ ଓ ସେ ନିଜେ କହିଥିଲେ କି ବିଶ୍ୱକପରେ ଖେଳିବା ପାଇଁ ସେ ବହୁତ ପରିଶ୍ରମ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *