ବ୍ୟୁରୋ ରିପୋର୍ଟ: ଇଣ୍ଡିଆନ ପ୍ରିମିଆର ଲିଗର କିଛି ସବୁଠୁ ସଫଳ ଟିମ ମାନଙ୍କ ଭିତରୁ ଏକ ଚେନାଇ ସୁପର କିଂଗ୍ସ ନିଜର ଅଫିସିଆଲ ଇଂସ୍ଟଗ୍ରାମ ଆକାଉଣ୍ଟରେ ଶନିବାରକୁ ଏକ ଫୋଟୋ ଷେୟାର କଲେ ଯାହା ଭିତରେ କି ଅଷ୍ଟ୍ରେଲିଆର ମହାନ ଲେଗ ସ୍ପିନର ସେନ ୱାର୍ଣ୍ଣ ଏବଂ ସିଏସକେର ଧାସୁ ଅଲ ରାଉଣ୍ଡର ରବୀନ୍ଦ୍ର ଜାଡେଜା ନଜର ଆସୁଛନ୍ତି। ଏଥିରେ ରବୀନ୍ଦ୍ର ଜାଡେଜା ୱାର୍ଣ୍ଣଙ୍କ ପାଖରେ ଠିଆ ହେଇଥିଲେ ଓ ଏହି ଅଷ୍ଟ୍ରେଲିଆ ଲିଜେଣ୍ଡ ତାଙ୍କୁ କିଛି କହୁଛନ୍ତି। ଗତ ଶୁକ୍ରବାରକୁ ଏହି ଅଷ୍ଟ୍ରେଲିଆ କିମ୍ବଦନ୍ତୀ ପ୍ଲେୟରଙ୍କର ଥାଇଲାଣ୍ଡରେ ନିଧନ ହେଇଗଲା। ଯାହା ଜଣା ପଡୁଛି କି ରବୀନ୍ଦ୍ର ଜାଡେଜାଙ୍କ ସହ ତାଙ୍କ ସମ୍ପର୍କ ବହୁତ ଖାସ ଥିଲା।

ଏହି ଫୋଟୋ ସହ ସିଏସକେ ଲେଖିଛନ୍ତି କି, “ଏହି ସମ୍ପର୍କ ଯାହା କି ସବୁଠୁ ଅଲଗା ଅଟେ। ସେନ ୱାର୍ଣ୍ଣ ହିଁ ରବୀନ୍ଦ୍ର ଜାଡେଜାଙ୍କ ନାମ ରକଷ୍ଟାର ଦେଇଥିଲେ। ସେ ଜାଡେଜାଙ୍କୁ ଏକ ବହୁତ ଧାସୁ ଅଲରାଉଣ୍ଡର ଭାବେ ମନୋନୟନ କରୁଥିଲେ।” ମୋହଲିରେ ଯେତେବେଳେ ଜାଡେଜା ୧୦୦ ମାରିଲେ ସେତେବେଳେ ହରଭଜନ ସିଂ ଏହା ଟ୍ୱିଟ କରି କହିଲେ କି ,”ସବାସ୍ ଜାଡେଜା ଏହିଭଳି ହିଁ ଆଗକୁ ବଢୁଥାଅ। ଏହାପରେ ସେ ଜାଡେଜାଙ୍କୁ ରକ୍ ଷ୍ଟାର ଭାବେ କହିଥିଲେ।
ୱାର୍ଣ୍ଣଙ୍କ ନିଧନ ପରେ ଜାଡେଜା ମଧ୍ୟ ନିଜର ଶୋକ ପ୍ରକାଶ କରି କହିଲେ, “ବହୁତ ସଦମାରେ ଅଛି କାରଣ ସେ ଆମ ଖେଳ ଜଗତର ଏକ କିମ୍ବଦନ୍ତୀ ଥିଲେ। ଈଶ୍ୱର ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଏବଂ ତାଙ୍କ ସମର୍ଥକ ମାନଙ୍କୁ ସାହସ ଦିଅନ୍ତୁ।”
A bond beyond and above 💛 @imjadeja pic.twitter.com/Ei92LgdtMp
— Chennai Super Kings – Mask P😷du Whistle P🥳du! (@ChennaiIPL) March 5, 2022
୨୦୦୮ ମସିହାରେ ସେନ ୱାର୍ଣ ମୁମ୍ବାଇର ଡିଭାଇ ପାଟିଲ ଷ୍ଟାଡିଅମରେ ଥିଲେ ଆଉ ଏହି ସମୟରେ ସେନ ୱାର୍ଣ ଜାଡେଜାଙ୍କୁ ତାଙ୍କ ପାଖକୁ ଡାକିଲେ ଆଉ କହିଲେ, “ଏହି ପିଲା ଏକ ରକ୍ ଷ୍ଟାର ଅଟେ”। ଏହି କଥାର ଖୁଲାସା ହର୍ଷ ଭୋଗଲେ ନିଜର କମେଣ୍ଟ୍ରି ଭିତରେ କହିଥିଲେ। ୨୦୦୮ ମସିହାରେ ପ୍ରଥମ ଥର ପାଇଁ ଆଇପିଏଲ ଆୟୋଜନ କରା ଯାଇଥିଲା ଆଉ ରାଜସ୍ଥାନ ରୟାଲସ ଏହିବର୍ଷ ଟାଇଟଲ ନିଜ ନାମରେ କରିଥିଲା, ଯାହାର ଅଧିନାୟକ ସେନ ୱାର୍ଣ୍ଣ ହିଁ ଥିଲେ ଆଉ ସେହିବର୍ଷ ଜାଡେଜା ରାଜସ୍ତାନ ଟିମରେ ହିଁ ଥିଲେ।
Absolutely shocked to hear about Shane Warne. A terrific statesman of our game. May God bless his soul and my condolences to his loved ones. 🙏🏻
— Ravindrasinh jadeja (@imjadeja) March 4, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।