ଧୋନୀଙ୍କୁ ପଛରେ ପକାଇ ରେକର୍ଡ ରଚିଲେ ଡେଭିଡ ୱାରନର! ହାସଲ କଲେ ଏହି ଖାସ୍ ରେକର୍ଡ!

ବ୍ୟୁରୋ ରିପୋର୍ଟ: ଦିଲ୍ଲୀ କ୍ୟାପିଟାଲ୍ସର ଓପନର ଡେଭିଡ ୱାରନର ଆଇପିଏଲ ୨୦୨୨ରେ ସୁନ୍ଦର ଫର୍ମରେ ଅଛନ୍ତି। ସେ ଆଇପିଏଲ ୨୦୨୨ର ୫୦ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ବିରୁଦ୍ଧରେ ୫୮ ବଲରେ ୯୨ ରନର ସୁନ୍ଦର ନଟ ଆଉଟ ପାରି ଖେଳିଥିଲେ। ମୁମ୍ବାଇର ବ୍ରେଭନ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଦିଲଟଲ୍ସ ହାଇଦ୍ରାବାଦକୁ ୨୧ ରନରେ ହରାଇ ଏହି ସିଜନର ପଞ୍ଚମ ବିଜୟ ହାସଲ କରିଥିଲା। ୱାରନରଙ୍କୁ ଏହି ମ୍ୟାଚରେ ସୁନ୍ଦର ବ୍ୟାଟିଙ୍ଗ। ପାଇଁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା। ସେ ଆଇପିଏଲରେ ମୋଟ ୧୮ ଥର ପ୍ଲେୟାର ଅଫ ଦି ମ୍ୟାଚ ହୋଇଛନ୍ତି। ଏହାଦ୍ୱାରା ସେ ସିଏସକେର ଅଧିନାୟକ ଧୋନିଙ୍କୁ ପଛରେ ପକାଇଛନ୍ତି।

Google

ଆଇପିଏଲରେ ସବୁଠୁ ଅଧିକ ମ୍ୟାନ ଅଫ ଦି ମ୍ୟାଚ ହେବା ଲିଷ୍ଟରେ ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସ ଟପରେ ଅଛନ୍ତି। ସେ ଆଇପିଏଲ ଇତିହାସରେ ୨୫ ଥର ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଛନ୍ତି। ୱେଷ୍ଟଇଣ୍ଡିଜର କ୍ରିସ ଗଲେ ୨୨ ଥର ମ୍ୟାନ ଅଫ ଦି ମ୍ୟାଚ ଆଇପିଏଲ ହୋଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ୱାନର ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା(୧୮) ଙ୍କ ରେକର୍ଡର ବରାବରୀ କରିଛନ୍ତି। ଧୋନି ଆଇପିଏଲରେ ୧୭ ଥର ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ବେଳେ ଆରସିବିର ପୂର୍ଵ ଅଧିନାୟକ କୋହଲି ୧୩ ଥର ପ୍ଲେୟାର ଅଫ ଦି ମ୍ୟାଚ ଆୱାର୍ଡ ମିଳିଛି।

ରୋଭମାନ ପାୱେଲ ୬୭ ରନର ନଟଆଉଟ ପାରି ଖେଳିଥିଲେ:

ଡେଭିଡ ୱାରନରଙ୍କ ସୁନ୍ଦର ପାରି ଦ୍ଵାରା ଦିଲ୍ଲୀ ପ୍ରଥମେ ବ୍ୟାଟିଙ୍ଗ କରି ୨୦୭ ରନର ବଡ଼ ସ୍କୋର କରିପାରିଥିଲା। ଏହି ପାରିରେ ୱାରନର ୧୨ ଟି ଚୌକା ଓ ତିନୋଟି ଛକା ମାରିଥିଲେ। ରୋଭମାନ ପାୱେଲ ୩୫ ବଲରେ ୬୭ ରନର ନଟଆଉଟ ପାରି ଖେଳିଥିଲେ। ସେ ନିଜ ପାରିରେ ୫ ଟି ଛକା ମାରିଥିଲେ। ୨୦୮ ରନର ପିଛା କରିବାକୁ ଓହ୍ଲାଇଥିବା ହାଇଦ୍ରାବାଦ ଟିମ ୨୦ ଓଭରରେ ୧୮୬ ରନ ହିଁ କରିପାରିଲା।

Google

ହାଇଦ୍ରାବାଦର ଦୁଇ ଓପନର ଜଲ୍ଦି ଆଉଟ ହୋଇଥିଲେ:

ହାଇଦ୍ରାବାଦର ଆରମ୍ଭ ଭଲ ରହିନଥିଲା ଓ ଟିମର ଦୁଇ ଓପନର ଅଭିଷେଖ ଶର୍ମା ଓ କେନ ୱିଲିୟସସନ ଜଲ୍ଦି ଆଉଟ ହୋଇଯାଇଥିଲେ। ଅଭିଷେଖ ୭ ଓ ୱିଲିୟସସନ ୪ ରନ କରିଥିଲେ। ହାଇଦ୍ରାବାଦ ତରଫରୁ ନିକୋଲସ ପୁରନ ସବୁଠୁ ଅଧିକ ୩୪ ବଲରେ ୬୨ ରନ କରିଥିଲେ ମାର୍କରମ ୪୨ ରନର ମହତ୍ତ୍ୱପୂର୍ଣ୍ଣ ପାରି ଖେଳିଥିଲେ। ଦିଲ୍ଲୀ ତରଫରୁ ଖଲିଲ ଅହମ୍ମଦ ୩ ଟି ଯେବେକି ସାରଦୁଲ ଠାକୁର ୨ ଟି ୱିକେଟ ନେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *