ବ୍ୟୁରୋ ରିପୋର୍ଟ: ଭାରତୀୟ ଟିମର ଅଲରାଉଣ୍ଡର ୱାସିଙ୍ଗଟନ ସୁନ୍ଦର ପୁଣିଥରେ ଆଘାତ କାରଣରୁ ଟିମରୁ ବାହାର ହୋଇଯାଇଛନ୍ତି। କ୍ରାଉଁଟି କ୍ରିକେଟରେ ଆଘାତ ଲାଗିବ ଦ୍ଵାରା ସୁନ୍ଦର ୧୮ ଅଗଷ୍ଟରୁ ଜିମ୍ବାୱେ ବିରୁଦ୍ଧରେ ଖେଳାଯିବାକୁ ଥିବା ତିନୋଟି ମ୍ୟାଚର ଏକଦିବସିୟ ସିରିଜ ଖେଳିପାରିବେ ନାହିଁ। ସେ ଲମ୍ବା ସମୟ ପରେ ଇଣ୍ଟରନେସନାଲ କ୍ରିକେଟକୁ ଫେରିବାକୁ ଯାଉଥିଲେ। କିନ୍ତୁ ଏବେ ତାଙ୍କୁ ଟିମ ଇଣ୍ଡିଆକୁ ଫେରିବା ପାଇଁ ଅପେକ୍ଷା କରିବାକୁ ପଡିପାରେ।

ସୁନ୍ଦରଙ୍କୁ ପୂର୍ଵ ସପ୍ତାହରେ ରୟାଲ ଲଣ୍ଡନ କପ ସମୟରେ କାନ୍ଧରେ ଆଘାତ ଲାଗିଛି। ସେ ଲଙ୍କାସାୟର କ୍ଳବ ତରଫରୁ ଖେଳିଥିବା ସମୟରେ ଫିଲଡିଙ୍ଗ ସମୟରେ କାନ୍ଧରେ ଆଘାତ ଲାଗିଥିଲା। ଏହା ପରଠୁ ସେ ଜିମ୍ବାୱେ ସିରିଜରୁ ବାହାର ହେବା ବୋଲି କୁହାଯାଉଥିଲା,ଯାହା ସତ ସାବ୍ୟସ୍ତ ହୋଇଥିଲା। ନ୍ୟୁଜ ଏଜେନ୍ସି ପିଟିଆଇ ଅନୁସାରେ ସୁନ୍ଦରଙ୍କୁ ଏହି ଆଘାତରୁ ଭଲ ହେବାପାଇଁ ସମୟ ଲାଗିବ। ତେଣୁ ସେ ତିନୋଟି ମ୍ୟାଚର ଏକଦିବସିୟ ସିରିଜରେ ଖେଳିବେ ନାହିଁ।
ସୁନ୍ଦରଙ୍କୁ ଏବେ ଏନସିଏରେ ରହିବାକୁ ହେବ:
ସୁନ୍ଦରଙ୍କ ଆଘାତକୁ ନେଇ ବିସିସିଆଇର ଏକ ସୂତ୍ର ପିଟିଆଇକୁ କହିଛନ୍ତି,”ହଁ ସୁନ୍ଦର ଜିମ୍ବାୱେ ସିରିଜରୁ ବାହାର ହୋଇଯାଇଛନ୍ତି। ରୟାଲ ଲଣ୍ଡନ କପରେ ଲଙ୍କାସାୟର ଓ ବୁସ୍ଟସାୟର ମଧ୍ୟରେ ମ୍ୟାଚ ସମୟରେ ଫିଲ୍ଡିଂଙ୍ଗ କରିବା ସମୟରେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା। ତାଙ୍କୁ ଏବେ ନେସନାଲ କ୍ରିକେଟ ଏକାଡେମୀରେ ରହିବାକୁ ହେବ”।

ଗୋଟେ ବର୍ଷରୁ ଫିଟନେସ ସମସ୍ୟା ଦେଇ ଗତିକରୁଛନ୍ତି:
ସେ ଗୋଟେ ବର୍ଷରେ ଚତ୍ରୁର୍ଥ ଥର ଆଘାତର ଶିକାର ହୋଇଛନ୍ତି। ପୂର୍ଵ ବର୍ଷ ଇଂଲଣ୍ଡ ବିରୁଦ୍ଧରେ ଅଭ୍ୟାସ ମ୍ୟାଚ ସମୟରେ ତାଙ୍କୁ ଆଘାତ ରଖିଥିଲା। ଏହି କାରଣରୁ ସେ ଆଇପିଏଲ ୨୦୨୧ର ଦ୍ୱିତୀୟ ଭାଗରେ ଓ ଟି-୨୦ ବିଶ୍ୱକପ ୨୦୨୧ରେ ଖେଳିପାରିନଥିଲେ।
ସୁନ୍ଦର କ୍ରାଉଁଟି କ୍ରିକେଟ ଖେଳୁଥିଲେ:
ଏହା ପରେ ସେ ହାମଷ୍ଟ୍ରିଙ୍ଗ ଆଘାତ କାରଣରୁ ୱେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ଗ୍ରସ୍ତରେ ଖେଳିପାରିନଥିଲେ। ଆଇପିଏଲ ୨୦୨୨ରେ ମଧ୍ୟ ଅଳ୍ପ ମ୍ୟାଚ ଖେଳିବା ପରେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିବା ଦ୍ଵାରା ସେ ବାହାର ହୋଇଯାଇଥିଲେ। ଏହା ଦ୍ଵାରା ସେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ୫ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ମଧ୍ୟ ଖେଳିପାରିନଥିଲେ।
NEWS ALERT: Washington Sundar is ruled out of India's tour of Zimbabwe.#CricketTwitter
— CricTracker (@Cricketracker) August 16, 2022
ସେ ଇଂଲଣ୍ଡରେ କ୍ରାଉଁଟି କ୍ରିକେଟ ଖେଳୁଥିଲେ। ଯେଉଁଠି ସେ ଭଲ ପ୍ରଦର୍ଶନ କରୁଥିଲେ ଓ ଜିମ୍ବାୱେ ସିରିଜ ପାଇଁ ତାଙ୍କୁ ଚୟନ କରାଯାଇଥିଲା ପୁଣି ଆଘାତ କାରଣରୁ ସେ ବାହାର ହୋଇଛନ୍ତି। ତେବେ ସେ ଜଣେ ଜବରଦସ୍ତ ଅଲରାଉଣ୍ଡର ଅଟନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।