IPL 2021 CSK ସୁନ୍ଦର ଭାବେ ଖେଳି ଚମ୍ପିୟାନ ହୋଇଯାଇଛି। KKR ରନର୍ସ ଅପ ହୋଇଥିଲା। ୨୦୨୧ ପରେ ୨୦୨୨ ଆଇପିଏଲ ପାଇଁ ମେଗା ଅକ୍ସନ ଶେଷ ହୋଇ ଯାଇଛି। ଏହି ମେଗା ଅକ୍ସନରେ ପୂର୍ବ ଦଳ ଗୁଡିକ ସହିତ ନୂତନ ଦୁଇଟି ଦଳ ସାମିଲ କରାଯାଇଛି। ଏହି ଦୁଇଟି ହେଉଛନ୍ତି ଲକ୍ଷନୌ ଏବଂ ଗୁଜୁରାଟ। ପ୍ରତ୍ୟେକ ଦଳ ପୂର୍ବରୁ ୩ ରୁ ୪ ଟି ଖେଳାଳୀ ରଖିଥିଲେ ଏବଂ ବାକି ଖେଳାଳୀଙ୍କୁ ପ୍ରତ୍ୟେକ ଦଳ ଅକ୍ସନରୁ କିଣିଥିଲା। ସମସ୍ତ ଦଳ ନିଜ ଅର୍ଥରେ ମନମୁତାବକ ଖେଳାଳୀ କିଣିଥିଲେ ମଧ୍ୟ କିଛି ଦଳ ଅଧିକ ଶକ୍ତିଶାଳୀ ରହିଛି। ସେଥିପାଇଁ ପୂର୍ବତନ ଭାରତୀୟ କ୍ରିକେଟର ୱାସିମ ଜାଫର ଆଇପିଏଲ ଫାଇନାଲ ଦଳକୁ ନେଇ କିଛି ଅନୁମାନ କରିଛନ୍ତି।

ୱାସିମ ଜାଫରଙ୍କ କହିବା ଅନୁସାରେ ପାଞ୍ଚ ଥର ଟାଇଟଲ ବିଜେତା ମୁମ୍ବାଇ ଇଂଡିଆନ୍ସ ,ଚେନ୍ନାଇ କିମ୍ବା ଦିଲ୍ଲୀ ତାଙ୍କ ଭବିଷ୍ୟବାଣୀରେ ନାହାନ୍ତି। ସେ କହିଛନ୍ତି ଯେ ପଞ୍ଜାଵ ଏବଂ ଲକ୍ଷନୌ ଦଳ ବହୁତ ଭଲ ଭଲ ଖେଳାଳିଙ୍କୁ କିଣିଛି। ଉଭୟ ଦଳରେ ଅଳରାଉଣ୍ଡରଙ୍କ ସଂଖ୍ୟା ଅଧିକ ରହିଛି। ସେଥିପାଇଁ ଉଭୟ ବ୍ୟାଟିଂ ଓ ବୋଲିଙ୍ଗ କରି ପାରୁଥିବା ଖେଳାଳୀଙ୍କ ସଂଖ୍ୟା ଦଳକୁ ଫାଇଦାରେ ରଖିଥାଏ। ସେଥିପାଇଁ ଏହି ଦୁଇଟି ଦଳ ଅନ୍ୟ ଦଳ ଅପେକ୍ଷା ଅଧିକ ମଜବୁତ ରହିଛି।
ଅନ୍ୟ କ୍ରିକେଟର ମାନେ କହିଛନ୍ତି ଯେ ଡେଭିଡ ୱାରନରଙ୍କ ସମେତ ଅନ୍ୟ ଖେଳାଳିଙ୍କୁ ନେଇ ଦିଲ୍ଲୀ ବହୁତ ଭଲ ଖେଳାଳୀ ରଖିଛି। ମାତ୍ର ୱାସିମ ଜାଫରଙ୍କ କହିବା ଅନୁସାରେ ଦିଲ୍ଲୀ ଦଳରେ ମଧ୍ୟକ୍ରମ ଖେଳାଳୀଙ୍କ ଅଭାବ ରହିଛି। ଏହା ବ୍ୟତୀତ ଦଳରେ ଭଲ ବିଦେଶୀ ବ୍ୟଟ୍ସମ୍ୟାନ୍ ଙ୍କ ଅଭାବ ମଧ୍ୟ ରହିଛି କାରଣ ଯଦି କୌଣସି ଖେଳାଳୀ ଆଘାତ ପ୍ରାପ୍ତ ହୁଅନ୍ତି, ତେବେ ତାଙ୍କ ସ୍ଥାନରେ ଖେଳୁଥିବା ଖେଳାଳୀଙ୍କୁ ନେଇ ଦଳ ଚିନ୍ତାରେ ପଡିପାରେ। ତାଙ୍କ କହିବା ଅନୁସାରେ ଏହି ସିଜିନ ୧୫ ଅକ୍ସନ ଆଇପିଏଲ ଦଳ ଗୁଡ଼ିକର ସନ୍ତୁଳନ ଖରାପ କରି ଦେଇଛି।

ମାତ୍ର କିଛି ଦଳକୁ ଛାଡି ଦେଲେ ଅନ୍ୟ ସମସ୍ତ ଦଳ ସମାନ ପରିସ୍ଥିତିରେ ରହିଛନ୍ତି। ସେ ସମସ୍ତ ଦଳ କିଛି କିଛି ବିଭାଗରେ ଦୁର୍ବଳ ଅଛନ୍ତି। ତେଣୁ ପ୍ରତ୍ୟେକ ଦଳ ସମାନ ସ୍ତରରେ ଥୁବାରୁ ସେମାନଙ୍କ ଭିତରେ ବହୁତ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିପାରେ। ଏସବୁ ଦେଖିଲେ ଜାଣି ହେଉଛି ଯେ,ଲକ୍ଷନୌ କିମ୍ୱା ପଞ୍ଜାଵ ଦଳ ଚଳିତ ବର୍ଷର ଆଇପିଏଲ ଟାଇଟଲ ହାତେଇ ପାରେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।