RCB VS CSK:ସାଂଘାତିକ ପ୍ଲେୟରଙ୍କୁ ଦଳରେ ସାମିଲ କଲା ବାଙ୍ଗାଲୋର, ଘମାଘୋଟ ଲଢେଇ ପାଇଁ ଜାରି ହେଲା ଦୁଇ ଦଳର ସମ୍ଭାବ୍ୟ ପ୍ଲେଇଁ ଇଲେଭେନ

ଆଇପିଏଲ ୨୦୨୧ର ୩୫ ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ୨୪ ତାରିଖ ଶୁକ୍ରବାର ଦିନ ସନ୍ଧ୍ୟା ୭.୩୦ରେ ସାରଯାହା ଗ୍ରାଉଣ୍ଡରେ ଖେଳାଯିବ। ତେବେ ଆଜି ଆମେ କହିବାକୁ ଯାଉଛୁ କି ଦୁଇ ଟିମର ସମ୍ଭାବ୍ୟ ଚୂଡାନ୍ତ ଏକାଦଶ କଣ ହୋଇପାରେ।

Google

ଚେନ୍ନାଇ କଥା କହିବା ତ ବର୍ତ୍ତମାନ ଚେନ୍ନାଇ ଟିମ ଆଇପିଏଲ ୨୦୨୧ରେ ମୋଟ ୮ ଟି ମ୍ୟାଚରୁ ୬ ଟିରେ ବିଜୟ ହାସଲ କରି ପଏଣ୍ଟ ଟେବୁଲରେ ୧୨ ଅଙ୍କ ସହ ଦ୍ୱିତୀୟ ସ୍ଥାନରେ ଅଛି। ଏହି ସିଜନ ଚେନ୍ନାଇ ପାଇଁ ବହୁତ ଭଲ ଯାଉଛି। ପୂର୍ଵ ସିଜନରେ ଏହି ଟିମ ପ୍ରଥମ ଥର ପାଇଁ ପ୍ଲେଅଫରେ ପହଁଚିପାରି ନଥିଲା କିନ୍ତୁ ଏଥର ଚେନ୍ନାଇର ପ୍ରଦର୍ଶନ ବେଶ ଚର୍ଚ୍ଚାର ବିଷୟ ରହିଛି। ଆପଣଙ୍କୁ କହିରଖିବୁ ଆଇପିଏଲ ୨୦୨୧ର ଦ୍ୱିତୀୟ ଭାଗର ଆରମ୍ଭ ମଧ୍ୟ ଚେନ୍ନାଇ ବିଜୟ ସହ କରିଛି ତାହା ପୁଣି ପାଞ୍ଚଥରର ଚମ୍ପିୟାନ ଟିମ ମୁମ୍ବାଇ ଇଣ୍ଡିଆନ୍ସ ବିରୁଦ୍ଧରେ। ତେଣୁ ଟିମ ଆତ୍ମବିଶ୍ୱାସ ସହ ଆରସିବି ବିରୁଦ୍ଧରେ ଓହ୍ଲାଇବ। ଚେନ୍ନାଇ ଟିମରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନପାରେ।

ଚେନ୍ନାଇର ସମ୍ଭାବିତ ଚୂଡାନ୍ତ ଏକାଦଶ: ଫାଫ ଡୁପ୍ଲେସି, ଋତୁରାଜ ଗାୟକବାଡ଼, ମୋଇନ ଅଲ୍ଲୀ, ସୁରେଶ ରାଇନା, ଅମ୍ବାତି ରାଇଡୁ, ମହେନ୍ଦ୍ର ସିଂହ ଧୋନି(କ୍ୟାପଟେନ), ରବିନ୍ଦ୍ର ଜାଡେଜା, ଡିଜେ ବ୍ରାଭୋ, ସାରଦୁଲ ଠାକୁର, ଦୀପକ ଚାହାର, ଜୋସ ହେଲଜବୁଡ଼।

Google

ଆରସିବି କଥା କହିବା ତ ଆରସିବି ଏବେ ପର୍ଯ୍ୟନ୍ତ ଆଇପିଏଲ କ୍ୟାରିୟରରେ ଗୋଟେ ଟ୍ରଫି ଜିତିପାରିନାହିଁ। ଏହି ସିଜନରେ ମଧ୍ୟ ଟିମର ପ୍ରଦର୍ଶନ ବେଶ ଭଲ ରହିଛି। ଟିମ ଏବେ ପର୍ଯ୍ୟନ୍ତ ୮ ଟି ମ୍ୟାଚରୁ ୫ ଟିରେ ବିଜୟ ହାସଲ କରିଛି ଓ ୧୦ ଅଙ୍କ ସହ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ଅଛି। ଆରସିବିର ଆଇପିଏଲ ୨୦୨୧ର ପ୍ରଥମ ଭାଗ ବେଶ ଭଲ ରହିଥିଲା କିନ୍ତୁ ଦ୍ୱିତୀୟ ଭାଗର ଆରମ୍ଭ ଆରସିବି ପାଇଁ ଭଲ ରହିନାହିଁ। କାରଣ ଦ୍ୱିତୀୟ ଭାଗର ପ୍ରଥମ ମ୍ୟାଚରେ ଆରସିବିକୁ କେକେଆର ହାତରେ ଏକ ବଡ଼ ପରାଜୟ ମିଳିଥିଲା। ଏବେ ଆରସିବି ଚାହିଁବ କି ଏହି ପରାଜୟକୁ ଭୁଲି ନୂଆ ଆରମ୍ଭ କରିବ। ଆରସିବି ଟିମରେ ଦୁଇଟି ପରିବର୍ତ୍ତନ ହୋଇପାରେ ଯେପରି ଭରତଙ୍କ ଜାଗାରେ ମହମ୍ମଦ ଆଜହାରଉଦିନ ଓ ସଚିନ ବେବିଙ୍କ ଜାଗାରେ ସହବାଜ ଅହମ୍ମଦଙ୍କୁ ମୌକା ମିଳିପାରେ।

ଆରସିବିର ସମ୍ଭାବିତ ଚୂଡାନ୍ତ ଏକାଦଶ: ବିରାଟ କୋହଲି(କ୍ୟାପଟେନ), ଦେବଦତ ପଡିକଲ, ମହମ୍ମଦ ଅଜହରଉଦିନ/କେ ଏସ ଭରତ, ଗ୍ଲେନ ମାକ୍ସୱେଲ, ଏବି ଡିଭିଲିୟର୍ସ, ୟୁବେନ୍ଦୁ ହସରଙ୍ଗା, ସହବାଜ ଅହମ୍ମଦ, କାଏଲ ଯେମିସନ, ମହମ୍ମଦ ସିରାଜ, ହର୍ଷଲ ପଟେଲ, ୟୁଜବେନ୍ଦ୍ର ଚହଲ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *