IND vs WI: ୱେଷ୍ଟଇଣ୍ଡିଜ ସିରିଜ ପାଇଁ ଭାରତୀୟ ଟିମ ଘୋଷଣା, ଦଳକୁ ଫେରିଲେ ଦୁଇ ଯାଦୁୟୀ ବୋଲର, ଦେଖନ୍ତୁ ଲିଷ୍ଟ

ବ୍ୟୁରୋ ରିପୋର୍ଟ:ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଘରୋଇ ଏକଦିବସିୟ ଓ ଟି-୨୦ ସିରିଜ ପାଇଁ ବିସିସିଆଇ ବୁଧବାରକୁ ଭାରତୀୟ ଟିମର ଘୋଷଣା କରିଦେଇଛି। ରୋହିତ ଶର୍ମା ଫିଟ ହୋଇଯାଇଥିବା କାରଣରୁ ତାଙ୍କୁ ଅଧିନାୟକତ୍ୱ କରାଯାଇଛି। ଚାଇନାମ୍ୟାନ ସ୍ପିନର କୁଲଦୀପ ଯାଦବ ଟିମକୁ ଫେରିଛନ୍ତି। ଏହା ଛଡା ଆଇପିଏଲ ଓ ଅଣ୍ଡର-୧୯ ଦ୍ଵାରା ପରିଚୟ ପାଇଥିବା ରବି ବିସ୍ନୋଇଙ୍କୁ ମୌକା ଦିଆଯାଇଛି।

Google

ଭାରତ ୱେଷ୍ଟଇଣ୍ଡିଜ ମଧ୍ୟରେ ୩-୩ ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜ ଓ ଟି-୨୦ ସିରିଜ ଆଗାମୀ ମାସରେ ଖେଳାଯିବାର ଅଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୬ ଫେବୁଆରୀରୁ ସିରିଜର ଆରମ୍ଭ ହେବ ଯାହା ପରେ କୋଲକତାର ଇଡେନ ଗାଡେନ ଷ୍ଟାଡିୟମରେ ୧୬ ଫେବୁଆରୀ ଟି-୨୦ ସିରିଜ ଆରମ୍ଭ ହେବ। ରୋହିତ ଶର୍ମା ଫିଟନେସ ଟେଷ୍ଟ ପାସ କରିନେଇଛନ୍ତି ଓ ଏବେ ସେ ଟିମର ଅଧିନାୟକତ୍ୱ ସମ୍ଭାଳିବେ। ଖାସ କଥା ଏହାକି ବିସିସିଆଇ ସହ ବିବାଦ ପରେ ପ୍ରଥମ ଥର ବିରାଟ କୋହଲି ଓ ରୋହିତ ଶର୍ମା ଏକାସାଥିରେ ଖେଳିବେ।

ରାଜସ୍ଥାନର ଜୋଧେପୁରରେ ଜନ୍ମ ହୋଇଥିବା ରବି ବିସ୍ନୋଇଙ୍କୁ ପ୍ରଥମ ଥର ଭାରତୀୟ ଟିମରେ ସାମିଲ କରାଯାଇଛି। ସେ ଏବେ ପର୍ଯ୍ୟନ୍ତ ଲିଷ୍ଟ ଏ ରେ ୧୭ ଓ ୪୨ ଟି-୨୦ ମ୍ୟାଚ ଖେଳିଛନ୍ତି। ଲିଷ୍ଟ ଏ ରେ ତାଙ୍କ ନାମରେ ୨୪ ୱିକେଟ ଅଛି। ସେ ଏବେ ପର୍ଯ୍ୟନ୍ତ ଫାଷ୍ଟକ୍ଳାସ କ୍ରିକେଟ ମଧ୍ୟ ଖେଳିନାହାଁନ୍ତି। ସେ ଅଳ୍ପଦିନ ତଳେ ବିଜୟ ହଜାରେ ଟ୍ରଫିରେ ରାଜସ୍ଥାନ ପକ୍ଷରୁ ଖେଳୁଥିବା ନଜରଆସିଥିଲେ। କୋଭିଡ-୧୯ ପ୍ରୋଟୋକଲ ଦ୍ଵାରା ଦକ୍ଷିଣ ଆଫ୍ରିକା ସିରିଜରୁ ବାହାର ହୋଇଥିବା ୱାସିଙ୍ଗଟନ ସୁନ୍ଦର ଟିମକୁ ଫେରିଛନ୍ତି।

ପେସର ଯଶପ୍ରୀତ ବୁମରା ଓ ମହମ୍ମଦ ସାମୀଙ୍କୁ ସିରିଜରେ ଆରାମ ଦିଆଯାଇଛି। କେ ଏଲ ରାହୁଲ ଦ୍ୱିତୀୟ ଏକଦିବସିୟରୁ ଉପଲବ୍ଧ ହେବେ। ଆଘାତ ଥିବା ରବିନ୍ଦ୍ର ଜାଡେଜା ଏବେ। ପର୍ଯ୍ୟନ୍ତ ପୁରା ଫିଟ।ହୋଇନାହାନ୍ତି ତେଣୁ ସେ ଟି-୨୦ କିମ୍ବା ଏକଦିବସିୟ ସିରାଜରେ ଉପଲବ୍ଧ ହେବେ ନାହିଁ। ଅକ୍ଷର ପଟେଲ ଟି-୨୦ ସିରିଜରେ ଉପଲବ୍ଧ ହେବେ। ପୂର୍ଵ ବର୍ଷ ଶ୍ରୀଲଙ୍କା ବିରୁଦ୍ଧରେ ଟି-୨୦ ସିରିଜପରେ ଏବେ କୁଲଦୀପ ଯାଦବ ଟିମକୁ ଫେରିଛନ୍ତି।

ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଏକଦିବସିୟ ସିରିଜ ପାଇଁ ଭାରତୀୟ ଟିମ: ରୋହିତ ଶର୍ମା(ଅଧିନାୟକ), କେଏଲ,ରାହୁଲ(ଉପଅଧିନାୟକ), ଶିଖର ଧାୱନ, ବିରାଟ କୋହଲି,ଋତୁରାଜ ଗାୟକବାଡ଼, ସୂର୍ଯ୍ୟକୁମାର ଯାଦବ,ଶ୍ରେୟସଅୟର, ଦୀପକ ହୁଡା, ରିଷଭ ପନ୍ତ,ଦୀପକ ଚାହାର, ସାରଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ,କୁଲଦୀପ ଯାଦବ, ୱାସିଙ୍ଗଟନ ସୁନ୍ଦର,ରବି ବିସ୍ନୋଇ, ମହମ୍ମଦ ସିରାଜ,ପ୍ରସିଦ୍ଧ କୃଷ୍ଣା, ଆବେଶ ଖାନ।

ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଟି-୨୦ ସିରିଜ ପାଇଁ ଭାରତୀୟ ଟିମ: ରୋହିତ ଶର୍ମା(ଅଧିନାୟକ), କେଏଲ,ରାହୁଲ(ଉପଅଧିନାୟକ),ଇସାନ କିସନ, ବିରାଟ କୋହଲି,ଶ୍ରେୟସ ଅୟର, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ,ଭେଙ୍କଟେସ ଅୟର, ଦୀପକ ଚାହାର, ସାରଦୁଲ ଠାକୁର,ରବି ବିସ୍ନୋଇ, ଅକ୍ଷର ପଟେଲ,ୟୁଜବେନ୍ଦ୍ର ଚହଲ,ୱାସିଙ୍ଗଟନ ସୁନ୍ଦର,ମହମ୍ମଦ ସିରାଜ,ଭୁବନେଶ୍ୱର କୁମାର, ଆବେଶ ଖାନ,ହର୍ଷଲ ପଟେଲ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *