ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ତିନୋଟି ମ୍ୟାଚର ଏକଦିବସିୟକୁ କ୍ଲିନ ସୁଇପ କରିଛି।ଇଣ୍ଡିଆ ଏହି ସିରିଜକୁ ୩-୦ରେ ଜିତିଯାଇଛି। ଶେଷ ମ୍ୟାଚରେ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ୯୬ ରନରେ ହରାଇଛି। ମ୍ୟାଚରେ ଇଣ୍ଡିଆ ପ୍ରଥମେ ବ୍ୟାଟିଙ୍ଗ କରି ୨୬୫ ରନ କରିଥିଲା। ଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇ ୱେଷ୍ଟଇଣ୍ଡିଜ ମାତ୍ର ୧୬୯ ରନରେ ଅଲଆଉଟ ହୋଇଯାଇଥିଲା। ୮୦ ରନର ସୁନ୍ଦର ପାରି ଖେଳିଥିବା ଶ୍ରେୟସ ଅୟରଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ମିଳିଛି। ରୋହିତ ଶର୍ମା ଭାରତୀୟ ଏକଦିବସିୟ ଟିମର ନୂତନ ଅଧିନାୟକ ହୋଇଛନ୍ତି। ଏହା ଅଧିନାୟକ ହେବାପରେ ତାଙ୍କର ପ୍ରଥମ ସିରିଜ ଥିଲା। ସେ ଟି-୨୦ରମହାନ ଅଧିନାୟକ ମାନାଯାଇଥାନ୍ତି। ସେ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଥର ଆଇପିଏଲ ଚମ୍ପିୟାନ କରିଛନ୍ତି।

ମ୍ୟାଚ ପରେ ପୂର୍ଵ ଅଧିନାୟକ କୋହଲି ଓ ଅଧିନାୟକ ରୋହିତ ଶର୍ମା ପରସ୍ପରକୁ ଆଲିଙ୍ଗନ କରିଥିଲେ। ପୁରା ସିରିଜରେ ଦୁହିଁଙ୍କ ମଧ୍ୟରେ ଭଲ ବଣ୍ଡିଙ୍ଗ ଦେଖାଯାଇଛି। ଅନେକ ସମୟରେ ଦୁହେଁ ଗ୍ରାଉଣ୍ଡରେ ଆଲୋଚନା କରୁଥିବା ଦେଖାଯାଇଛି। ମ୍ୟାଚ ସମୟରେ ମୁମ୍ବାଇ ଇଣ୍ଡିଆନ୍ସ କୋହଲି ଓ ରୋହିତଙ୍କ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରି ଲେଖିଛନ୍ତି,”ଏହି ଦୁଇ ଷ୍ଟାରଙ୍କର ନାମ ଦିଅନ୍ତୁ,କେବଳ ଭୁଲ ଉତ୍ତର!ଏହା ପୂର୍ବରୁ ଅନେକ ଥର ରୋହିତ ଓ କୋହଲିଙ୍କ ମଧ୍ୟରେ ବିବାଦର ଖବର ଆସିସାରିଛି ଓ ଦୁହେଁ ଏହାକୁ ଅସ୍ବୀକାର କରିଆସିଛନ୍ତି।
ବିରାଟ ଏହି ସିରିଜରେ ଅସଫଳ ରହିଲେ,ସେ ୩ ଟି ପାରିରେ ୯ ଔସତରେ ମାତ୍ର ୨୬ ରନ କରିପାରିଲେ। ସେହି ସମୟରେ ୧୮ ରନ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ରହିଲା। ତୃତୀୟ ମ୍ୟାଚରେ ସେ ଖାତା ନଖୋଲି ଶୂନ୍ୟରେ ଆଉଟ ହୋଇଥିଲେ। ସେ ୨୦୧୫ ପରେ ପ୍ରଥମଥର କୌଣସି ଏକଦିବସିୟ ସିରିଜରେ ଅର୍ଦ୍ଧଶତକ ମାରିପାରିନାହାଁନ୍ତି। ସେହିପରି ଅଧିନାୟକ ରୋହିତ ଶର୍ମା ଗୋଟେ ଅର୍ଦ୍ଧଶତକ ଦ୍ଵାରା ୭୮ ରନ କରିଛନ୍ତି। ରୋହିତ ପ୍ରଥମ ମ୍ୟାଚରେ ୬୦ ରନର ପାରି ଖେଳିଥିଲେ। ସିରିଜରେ ଭାରତ ତରଫରୁ ସବୁଠୁ ଅଧିକ ରନ ସୂର୍ଯ୍ୟକୁମାର ଯାଦବ ମାରିଛନ୍ତି ଯିଏକି ଗୋଟେ ଅର୍ଦ୍ଧଶତକ ମାରିଛନ୍ତି ଏବଂ ୧୦୪ ସମୁଦାୟ କରିଛନ୍ତି।
Name this ??ℙ?ℝ???ℝ duo! ??
Wrong answers only! ?#OneFamily #INDvWI @BCCI pic.twitter.com/aA9cWnn0ZI
— Mumbai Indians (@mipaltan) February 11, 2022
ସେହିପରି ପ୍ରସିଦ୍ଧ କୃଷ୍ଣା ସିରିଜରେ ସବୁଠୁ ଅଧିକ ୯ ଟି ୱିକେଟ ନେଇଛନ୍ତି। ତାଙ୍କର ଔସତ ୭.୫୫ ର ରହିଛି ଓ ଇକୋନୋମିରେଟ ୨.୫୦ର ଅଟେ। ସେ ପ୍ଲେୟାର ଅଫ ଦି ସିରିଜ ରହିଲେ। ତାଙ୍କ ଛଡା ମହମ୍ମଦ ସିରାଜ ଓ ୟୁଜବେନ୍ଦ୍ର ଚହଲ ୫-୫ ୱିକେଟ ନେଇଛନ୍ତି। ଭାରତ ସିରିଜରେ ୧୬ ଖେଳାଳିଙ୍କୁ ମୌକା ଦେଇଥିଲା। ରୋହିତ ତିନୋଟି ଯାକ ମ୍ୟାଚରେ ଅଲଗା ଅଲଗା ଓପନରଙ୍କ ସହ ଓପନିଙ୍ଗ କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।