ବ୍ୟୁରୋ ରିପୋର୍ଟ: ମହିଳା ବିଶ୍ୱକପରେ ଭାରତର ଧମାକାଦାର ଏଣ୍ଟ୍ରି ଆରମ୍ଭ ହେଇଯାଇଛି। ସେମାନେ ତାଙ୍କର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ପୁଣି ଥରେ ହରେଇବାରେ ସକ୍ଷମ ହେଇଛନ୍ତି। ଭାରତ ଏହି ମ୍ୟାଚ ୧୦୭ ରନରେ ଜିତି ଯାଇଛି ଏବଂ ଏହା ଭାରତର ଲଗାତାର ଚତୁର୍ଥ ବିଜୟ ଅଟେ। ଭାରତ ଏଯାଏ ପାକିସ୍ତାନ ଠାରୁ ବିଶ୍ୱକପରେ ହାରିନାହିଁ।
Has to be the moment of the day ❤️ #indvpak #CWC22 pic.twitter.com/1FVRiS9T3d
— Mon (@4sacinom) March 6, 2022
ମ୍ୟାଚ ପରେ ଏକ ଏପରି ସିନେରୀ ଦେଖିବାକୁ ମିଳିଲା ଯାହା କି ଭାରତୀୟ ଫ୍ୟାନ ମାନଙ୍କୁ ପୂର୍ବ ଅଧିନାୟକ ବିରାଟ କୋହଲି, ବାବର ଆଜମ ଏବଂ ମହମ୍ମଦ ରିଜୱାନଙ୍କର ମନେ ପକାଇ ଦେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରେଇ ୨୪୪ ରନ କରିଥିଲା ଏବଂ ତାହାର ଜବାବରେ ପାକିସ୍ତାନ ମାତ୍ର ୧୩୭ ରନରେ ହିଁ ଅଲ ଆଉଟ ହେଇଗଲା।
ପ୍ରକୃତରେ ମ୍ୟାଚ ପରେ ଭାରତର ପ୍ଲେୟର ଏକତା ବିସ୍ତ ପାକିସ୍ତାନ ଅଧିନାୟକ ବିସମାହ ମାରୁଫଙ୍କର ଝିଅକୁ ତାଙ୍କ ଡ୍ରେସିଂ ରୁମରେ ଯାଇ ଖେଳାଇବାକୁ ଲାଗିଲେ। ବିସ୍ମହ ମାରୁଫଙ୍କର ଝିଅ ମାତ୍ର ୭ ମାସର ଅଟନ୍ତି ଆଉ ଏକତା ବିସ୍ତ ଡ୍ରେସିଂ ରୁମ ଭିତରୁ ହି ବସି ପୁରା ମ୍ୟାଚ ଦେଖିଲେ। ତାହାପରେ ସେ ତାଙ୍କ ଝିଅ ସହ ଯାଇ ଖେଳୁଥିଲେ ଆଉ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
— Krithika (@krithika0808) March 6, 2022
ଏହାପରେ ଭାରତର ଅନ୍ୟାନ୍ୟ ସବୁ ପ୍ଲେୟର ଯାଇ ତାଙ୍କ ଝିଅ ସହ ଖେଳିବାକୁ ଲାଗିଲେ ଆଉ ଏହି ଭିଡିଓ ଆଇସିସି ମଧ୍ୟ ନିଜର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛି।
ପୂର୍ବ ବର୍ଷ ହି କୋହଲି, ରିଜୱାନ ଆଉ ବାବର ମିସିଥିଲେ:
ପୂର୍ବ ବର୍ଷ ହିଁ ୟୁଏଇରେ ଭାରତ ଓ ପାକିସ୍ତାନ ପୁରୁଷ ଟିମ ଭିତରେ ମ୍ୟାଚ ହେଇଥିଲା। ଏହି ମ୍ୟାଚରେ ପ୍ରଥମ ଥର ପାଇଁ ପାକିସ୍ତାନ ବିଶ୍ୱକପର କେଉଁ ବି ମ୍ୟାଚରେ ଭାରତକୁ ପରାସ୍ତ କରିଥିଲା। ଏଥିରେ ବିରାଟ କୋହଲି, ରିଜୱାନ ଏବଂ ବାବର ଆଜମ ଗ୍ରାଉଣ୍ଡ ଭିତରେ ସାଥିରେ ଠିଆ ହେଇଥିବାର ନଜର ଆସିଥିଲେ।
ଏହି ମ୍ୟାଚ ପୂର୍ବରୁ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା ଯାହା ଭିତରେ ଅଧିନାୟକ ବିସ୍ମହ ମାରୁଫ ତାଙ୍କ ୭ ମାସର ଝିଅକୁ ନିଜ ଗୋଦିରେ ଧରି ମ୍ୟାଚ ଖେଳିବାକୁ ପହଂଚି ଥିଲେ। ତେବେ ତାଙ୍କ ଝିଅ ଲାଲ କପଡାରେ ବହୁତ କ୍ୟୁଟ ଲାଗୁଥିଲା ଆଉ ସେ ପୂର୍ବ ବର୍ଷ ଅଗଷ୍ଟ ୩୦ ରେ ହିଁ ଏହି ଝିଅକୁ ଜନ୍ମ ଦେଇଥିଲେ ଆଉ ସେ ଏହାପରେ କ୍ରିକେଟ ଠାରୁ ଦୂରରେ ମଧ୍ୟ ଥିଲେ। ମାତ୍ର ପରେ ତାଙ୍କ ଝିଅ ସହ ସେ ଫିଲଡ଼ରେ ନଜର ଆସିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।