ଯେବେଠାରୁ ବିରାଟ କୋହଲିଙ୍କର ଆନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ ହେଇଛି ଆମେ ଜାଣିଚୁ କି ସେ ମୈଦାନରେ ଅନେକ ଖେଳାଳି ମାନଙ୍କ ସହ ଭିଡୁଥିବାର ନଜର ଆସିଛନ୍ତି। ଏଥର ମଧ୍ୟ ଏଜବେଷ୍ଟନ ମୈଦାନରେ ବିରାଟ କୋହଲି ପୁଣି ଥରେ ଭିଡି ଯାଇଥିବାର ନଜର ଆସିଛନ୍ତି। ତେବେ ସେ ଆଇପିଏଲରେ ମଧ୍ୟ ଖେଳି ସାରିଛନ୍ତି ଆଉ ଏହା ଆଗରୁ ଯେତେବେଳେ ବେୟାରଷ୍ଟୋ ବ୍ୟାଟିଂ କରୁଥିଲେ ସେତେବେଳେ ବିରାଟ କୋହଲି ଆଉ ତାଙ୍କ ଭିତରେ ଟିକେ ବନ୍ଧୁତା ନଜର ଆସିଥିଲା। ମାତ୍ର ଏବେ ସେହି ବନ୍ଧୁତା ପୁଣି ଥରେ ରାଗରେ ବଦଳି ଯାଇଛି।

ଯେବେ ସେ ବ୍ୟାଟିଂ କରିବାକୁ ଆସିଲେ ସେତେବେଳେ କୋହଲି ସ୍ଲିପରେ ଠିଆ ହେଇଥିଲେ ଆଉ ସେତେବେଳେ ବେୟାରଷ୍ଟୋ ଗୋଟେ ସର୍ଟ ଲଗାଇଲେ ଆଉ ତାହାପରେ କୋହଲି ତାଙ୍କ ଆଡକୁ ଚାଲି ଚାଲି ଆସିଲେ। ଏହାପରେ ତାଙ୍କ ଭିତରେ କିଛି କଥାବାର୍ତ୍ତା ହେଲା ଅବଶ୍ୟ ବେୟାରଷ୍ଟୋ ତାଙ୍କ କାନ୍ଧରେ ହାତ ରଖି କିଛି କହିବାକୁ ଲାଗିଲେ ଆଉ ତାଙ୍କ ଭିତରେ ଏହି ଝଗଡା ସରିବାକୁ ଅନୁରୋଧ କଲେ। ମାତ୍ର ଝଗଡା ବହୁତ ସମୟ ଯାଏ ଲାଗି ରହିଥିଲା।
ଏହାପରେ ମଧ୍ୟ ବିରାଟ କୋହଲି ସ୍ଲିପ ଆଡକୁ ଗଲେ ଆଉ ସେତେବେଳେ ବି ବେୟାରଷ୍ଟୋ କିଛି କହୁଥିଲେ ଯାହାର ଜବାବ ବିରାଟ କୋହଲି ଦେବାରେ ଲାଗିଥିଲେ। ତେବେ ଜନି ବେୟାରଷ୍ଟୋ ମଧ୍ୟ ତାଙ୍କ ଆଡକୁ ବୁଲି ବୁଲି ଚୁପ କରାଉଥିଲେ ତାଙ୍କୁ।
Virat Kohli – brand ambassador of Test cricket! pic.twitter.com/gDmSOsmPWT
— Mufaddal Vohra (@mufaddal_vohra) July 3, 2022
ଶେଷରେ ବିରାଟ କୋହଲି ଜନିଙ୍କ ଆଡକୁ ବୁଲି ସମ୍ପୂର୍ଣ ରୂପେ ଚୁପ ହେବାର ଇଶାରା କଲେ। ଏହାପରେ ସେହି ଝଗଡାର କ୍ଷତି ଭାରତକୁ ହେଲା କାରଣ ଜେଉଁ ସମୟରେ ଝଗଡା ହେଲା ସେହି ସମୟରେ ବେୟାରଷ୍ଟୋ ୬୧ଟି ବଲରେ ୧୩ ରନ କରିଥିଲେ ମାତ୍ର ଏହି ଝଗଡା ହେବାର ଆଗ ୨୨ଟି ବଲରେ ସେ ୩୪ ରନ କରିଦେଲେ। ଏହାପରେ ଯେ ବେ ବେନ ଷ୍ଟୋକସ ଆଉଟ ହେଲେ ସେତେବେଳେ ବେୟାରଷ୍ଟୋ ତାଙ୍କ ଗତିରେ ଟିକେ ଲଗାମ ଲଗାଇଲେ ଆଉ ନିଜର ଇନିଂସ ସମ୍ଭାଳି ସମ୍ଭାଳି ଖେଳିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।