RCB ନୂଆ ଗୀତ ସହ କଲା ସେଲିବ୍ରେସନ, ଜବରଦସ୍ତ ମୁଡ଼ରେ ଡୁ ପ୍ଲେସି ଓ କୋହଲି, ଦେଖନ୍ତୁ ଭିଡିଓ!

ବ୍ୟୁରୋ ରିପୋର୍ଟ: ଆରସିବି ଆଇପିଏଲ ୨୦୨୨ର ୧୩ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ହରାଇ ଅଲଗା ପ୍ରକାର ସେଲିବ୍ରେସନ କରିଛି। ଡ୍ରେସିଙ୍ଗ ରୁମରେ ବିଜୟ ପରେ ଅଧିନାୟକ ଡୁ ପ୍ଲେସି ଓ କୋହଲି ଟିମରେ ଜୋସ ଭରୁଥିବା ଦେଖାଯାଇଛି। ଆଇପିଏଲ ୨୦୨୨ରେ ଆରସିବି ନିଜର ପ୍ରଥମ ମ୍ୟାଚ ପଞ୍ଜାଵ କିଙ୍ଗସ ସହ ହାରିଯାଇଥିଲା କିନ୍ତୁ ପରେ ସୁନ୍ଦର ଖେଳଦେଖାଇ କେକେଆରସହ ଓ ଏବେ ରାଜସ୍ଥାନ ସହ ଟିମ ବିଜୟ ହାସଲ କରିଛି।

ରାଜସ୍ଥାନ ସହ ଆରସିବିର ବିଜୟର ହିରୋ ଦିନେସ କାର୍ତିକ ରହିଥିଲେ ଯିଏକି ୨୩ ବଲରେ ୪୪ ରନର ପାରି ଖେଳିଥିଲେ। କାର୍ତିକ ଏବେ ଭଲ ଫର୍ମରେ ଅଛନ୍ତି ଓ ସେ ଆରସିବି ପାଇଁ ପୂର୍ଵ ତିନୋଟି ଯାକ ମ୍ୟାଚରେ ନଟଆଉଟ ଅଛନ୍ତି।ରାଜସ୍ଥାନ ପ୍ରଥମେ ବ୍ୟାଟିଙ୍ଗ କରି ଆରସିବିକୁ ୧୭୦ ରନର ଲକ୍ଷ ଦେଇଥିଲା ଯାହାକୁ ଆରସିବି ୫ ଟି ବଲ ବାକିଥାଇ ୭ ୱିକେଟ ହରାଇ ହାସଲ କରିନେଇଛି। ଏହା ପରେ ଆରସିବି ଟିମ ଡ୍ରେସିଙ୍ଗ ରୁମରେ ସେଲିବ୍ରେସନ କରିଥିଲା। ଏହି ସେଲିବ୍ରେସନରେ ବିରାଟ କୋହଲି, ଡୁ ପ୍ଲେସି ଓ ଦିନେସ କାର୍ତିକ ମଧ୍ୟ ସାମିଲ ଥିଲେ ଯିଏକି ଟିମ ପାଇଁ ନୂଆ ଗୀତ ଗାଉଥିଲେ।

“ପେଣ୍ଟ ଲାଲ ଅଟେ ସାର୍ଟ ନୀଳଅଟେ,ନୂଆ ସମୟ ଚମକୁଛି ଆମେ ଆରସିବି ଅଟୁ। ଆମେ ବୋଲ୍ଡ ଖେଳୁଛୁ,ନିଜ ଦମରେ ଫାଇନାଲକୁ ଯିବୁ। ଏକ ନୂଆ ଟିମ ଆପଣ ଦେଖୁଛନ୍ତି। ଟିମ ମତେ ଅସୁବିଧାରେ ପକାଇପାରିବେନି ମତେ ଆରସିବି ହୋଇଥିବାରୁ ଗର୍ବ ଅଟେ,ଆମେ ଆରସିବି ଅଟୁ”। ଏହି ସମୟରେ ଡୁ ପ୍ଲେସି ଓ କୋହଲି ଟିମର ଜୋସ ବଢ଼ାଉଥିଲେ। ରାଜସ୍ଥାନ ଉପରେ ବିଜୟ ହାସଲ କରିସାରିବା ପରେ ଆରସିବି ପଏଣ୍ଟ ଟେବୁଲରେ ୬ ନମ୍ବରେ ସ୍ଥାନରେ ପହଁଚିଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *