IND vs ENG: ଲିଚଙ୍କ ଗୋଟିଏ ଓଭରରେ ପନ୍ତ କଲେ ଧମାକା, ଗୋଟିଏ ହାତରେ ଲଗାଇଲେ ଛକା, ଦେଖନ୍ତୁ ଭିଡିଓ

ବ୍ୟୁରୋ ରିପୋର୍ଟ: ରିଷଭ ପନ୍ତଙ୍କ ଦମଦାର ଶତକ ଦ୍ଵାରା ଭାରତ ଇଂଲଣ୍ଡ ବିରୁଦ୍ଧରେ ୫ମ ଟେଷ୍ଟର ପ୍ରଥମ ଦିନ ଆରମ୍ଭରୁ ୱିକେଟ ଗଳିବା ପରେ ମଧ୍ୟ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୭ ୱିକେଟ ହରାଇ ୩୩୮ ରନ କରିଛି। ଭାରତର ସ୍କୋର ଗୋଟେ ସମୟରେ ୫ ୱିକେଟରେ ୯୮ ରନ ଥିଲା। ଏହା ପରେ ପନ୍ତ ଓ ଜାଡେଜା ୨୩୯ ବଲରେ ୨୨୨ ରନର ପାର୍ଟନରସିପ କରିଥିଲେ। ପନ୍ତ ୧୧୧ ବଲରେ ୨୦ ଚୌକା ଓ ୪ ଟି ଛକା ଦ୍ଵାରା ୧୪୬ ରନ କରିଥିଲେ। ଜାଡେଜା ୧୬୩ ବଲରେ ୮୩ ରନ କରି ଖେଳୁଥିଲେ।

Google

ଅଳ୍ପଦିନ ତଳେ ସୀମିତ ଓଭର କ୍ରିକେଟରେ ଆଲୋଚନାର ସାମ୍ନା କରିଥିବା ପନ୍ତ ଟେଷ୍ଟ କ୍ରିକେଟରେ ଏବେ ସୁନ୍ଦର ପାରି ଖେଳିଛନ୍ତି।ସେ ଟେଷ୍ଟ କ୍ରିକେଟରେ ୫ମ ଓ ବିଦେଶରେ ନିଜର ୪ର୍ଥ ଶତକ ଲଗାଇଛନ୍ତି। ସେ ନିଜର ଶତକ ୮୯ ବଲରେ ପୁରା କରିଥିଲେ ଯାହା କୌଣସି ଭାରତୀୟ ୱିକେଟ କିପରଙ୍କ ଦ୍ଵାରା ଟେଷ୍ଟରେ ସବୁଠୁ କମ ବଲରେ ଶତକ ଅଟେ।

ଇଂଲଣ୍ଡର ଅଧିନାୟକ ବେନ ଷ୍ଟୋକସ ପନ୍ତଙ୍କୁ ଆଉଟ କରିବା ପାଇଁ ବୋଲିଙ୍ଗ ବାମହାତୀ ସ୍ପିନର ଜ୍ୟାକ ଲିଚଙ୍କୁ ଦେଇଥିଲେ। ସେ କିନ୍ତୁ ଅସଫଳ ହୋଇଥିଲେ କାରଣ ସେ ୯ ଓଭରରେ ୭୧ ରନ ଦେଇଥିଲେ। ତାଙ୍କର ଶେଷ ଓଭରରେ ପନ୍ତ ଦୁଇଟି ଚୌକା ଓ ଦୁଇଟି ଛକା ଲଗାଇଥିଲେ। ସେହି ଓଭରରେ ସେ ନିଜ ଷ୍ଟାଇଲରେ ଗୋଟେ ହାତରେ ଛକା ଲଗାଇଥିଲେ। ଶେଷରେ ରୁଟ ପନ୍ତଙ୍କୁ ଆଉଟ କରିଥିଲେ।

ଆଣ୍ଡରସନ ଓ ମେଥୟୁ ପୋର୍ଟସ ଭାରତର ଉପରକ୍ରମକୁ ଅସଫଳ କରିଦେଲେ:

ଇଂଲଣ୍ଡ ଭାରତର ୫ ଟି ୱିକେଟ ୯୮ ରନରେ ନେଇଯାଇଥିଲେ। ଜେମ୍ସ ଆଣ୍ଡରସନ ଖେଳର ଆରମ୍ଭରେ ନିଜ ଦମ ଦେଖେଇଲା ତ ମେଥୟୁ ପୋର୍ଟସ ଖରାପ ଫର୍ମରେ ଚାଲୁଥିବା ବିରାଟ କୋହଲି(୧୧), ଓ ହନୁମା ବିହାରୀ (୨୦) ଙ୍କୁ ଆଉଟ କରିଥିଲେ। ଭାରତର ବାହାରେ ନିଜର ପ୍ରଥମ ଟେଷ୍ଟ ଖେଳୁଥିବା ଶ୍ରେୟସ ଅୟର ପୋର୍ଟସଙ୍କ ଓଭରରେ ତିନୋଟି ଚୌକା ଲଗାଇ ଜବରଦସ୍ତ ଆରମ୍ଭ କରିଥିଲେ କିନ୍ତୁ ସେ ମଧ୍ୟ ୧୧ ବଲରେ ୧୫ ରନ କରି ଆଉଟ ହୋଇଯାଇଥିଲେ। ଆଣ୍ଡରସନ ତାଙ୍କୁ ଶର୍ଟ ବଲ ପକାଇଥିଲେ ଓ ସାମ ବିଲିଙ୍ଗସ ତାଙ୍କ କ୍ୟାଚ ଧରିଥିଲେ।

ଏହା ପରେ ପନ୍ତ ଓ ଜାଡେଜା ସୁନ୍ଦର ଭାବେ ପାରିକୁ ଆଗକୁ ବଢ଼ାଇଥିଲେ। ଦୁହିଁଙ୍କୁ ଆଉଟ ପାଇଁ ଅଧିନାୟକ ଷ୍ଟୋକସ ସ୍ପିନର ଜ୍ୟାକ ଲିଚଙ୍କୁ ବୋଲିଙ୍ଗ ଦେଇଥିଲେ ଯାହାଙ୍କ ସ୍ୱାଗତ ପନ୍ତ ଦୁଇଟି ଚୌକା ଓ ଗୋଟେ ଛକା ଲଗାଇ କରିଥିଲେ। ସେ ଲିଚଙ୍କୁ ଡିପ ସ୍କୋୟାର ଲେଗରେ ଚୌକା ଲଗାଇ ନିଜର ଅର୍ଦ୍ଧଶତକ ପୁରା କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *