ବ୍ୟୁରୋ ରିପୋର୍ଟ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନୋଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଚାଲୁଥିଲା। ଯାହାର ଆରମ୍ଭ ୧୬ ଫେବୃଆରୀକୁ ଇଡେନ ଗାର୍ଡେନରେ ହୋଇଥିଲା। ଏହି ମ୍ୟାଚକୁ ଭାରତ ୬ ୱିକେଟରେ ଜିତି ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି। ସୀମିତ ଓଭରରେ ଭାରତର ନୂତନ ଅଧିନାୟକ ରୋହିତ ଶର୍ମା ସୁନ୍ଦର ଅଧିନାୟକତ୍ୱ କ୍ୟାରିଅର ଆରମ୍ଭ କରିଛନ୍ତି। ଏହା ପୂର୍ବରୁ ରୋହିତଙ୍କ ଅଧିନାୟକତ୍ୱରେ ଭାରତ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଏକଦିବସିୟ ସିରିଜ ୩-୦ରେ ଜିତିଥିଲା।
ରୋହିତଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ ସୁନ୍ଦର ପ୍ରଦର୍ଶନ କରିବା ସହ ଖେଳାଳିଙ୍କ ମଧ୍ୟରେ ଗ୍ରାଉଣ୍ଡରେ ମଜାଳିଆ ଘଟଣା ସବୁ ଦେଖିବାକି ମିଳୁଛି। ଏପରିକି ନିଜେ ଅଧିନାୟକ ରୋହିତ ଅନେକ ମଜାକ ଶୈଳୀରେ ଖେଳାଳିଙ୍କ ସହ କଥା ହେଉଥିବା ଦେଖବାକୁ ମିଳିଛି। ଏହିପରି କିଛି ଘଟଣା ଘଟିଥିଲା ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ହୋଇଥିବା ପ୍ରଥମ ଟି-୨୦ ମ୍ୟାଚରେ। ସେହି ମ୍ୟାଚରେ ରୋହିତ ଚହଲଙ୍କୁ ମଜାରେ କିଛି ଏପରି କହିଥିଲେ ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। କହିରଖିବୁ ସେହି ମ୍ୟାଚରେ ଚହଲ ବୋଲିଙ୍ଗ କରିବା ସମୟରେ ରୋହିତ ମଜାକରେ କହିଥିଲେ,”ଦାନ୍ତ ମତ ଦିଖା ଉସକୋ ଚାଲ ବୋଲିଙ୍ଗ କର”।
Rohit Sharma to Chahal when Pollard was running to bowling end.
"Jaldi Jaa daant mat dikha usko (Pollard) pic.twitter.com/wtfGIAQlCC
— Cricket Holic (@theCricketHolic) February 16, 2022
ତେବେ ପୁରା ଘଟଣାଟି ହେଉଛି ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଙ୍ଗ କରୁଥିଲା। ପାରିର ୧୫ ତମ ଓଭର ଭାରତ ତରଫରୁ ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ପକାଉଥିଲେ। ଓଭରର ପ୍ରଥମ ବଲରେ ସୁନ୍ଦର ବଲ ପକାଇ ବ୍ୟାଟ୍ସମ୍ୟାନ ପୋଲାଡ଼ଙ୍କୁ ବିଟ କରି ହସିଥିଲେ ଚହଲ। ସ୍ଲିପରେ ଜଗିଥିବା ରୋହିତ ହସିକି କହିଥିଲେ ଦାନ୍ତ ନଦେଖାଇ ବୋଲିଙ୍ଗ କର।ଏହି କଥା ଷ୍ଟମ୍ପରେ ଲାଗିଥିବା ମାଇକରେ ରେକଡ଼ିଂ ହୋଇଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।