ବ୍ୟୁରୋ ରିପୋର୍ଟ: ଇଂଲଣ୍ଡ ଗ୍ରସ୍ତ ଶେଷ ହେବା ପରେ ଭାରତୀୟ ଖେଳାଳି ମସ୍ତି ମୁଡରେ ନଜର ଆସୁଛନ୍ତି। ଇଂଲଣ୍ଡରେ ଧମାଲ କରିଥିବା ବ୍ୟାଟ୍ସମ୍ୟାନ ସୂର୍ଯ୍ୟ କୁମାର ଯାଦବ ସୋସିଆଲ ମିଡ଼ିଆର ସାଥି ଖେଳାଳିଙ୍କ ସହ ଏକ ଭିଡ଼ିଓ ସେୟାର କରିଛନ୍ତି। ଏହି ଭିଡ଼ିଓରେ ସେ ଫିଲ୍ମ ୱେଲକମର ଡାଇଲଗ ଅଭ୍ୟାସ କରୁଥିବା ଦେଖିବାକୁ ମିଲିଛି। ଭିଡ଼ିଓରେ ସୂର୍ଯ୍ୟ କୁମାରଙ୍କ ସହ ତାଙ୍କ ସାଥି ଖେଳାଳି ଶିଖର ଧାୱନ, ଇସାନ କିସାନ, ଶୁଭମନ ଗିଲ ଓ ଭୁବନେଶ୍ୱର କୁମାର ନଜର ଆସିଛନ୍ତି। ଭିଡ଼ିଓରେ ଯାଦବ ଉଦୟ ସେଠି ଅଭିନୟ କରୁଛନ୍ତି। ସେହିପରି ମଜନୁ ଭାଇ ରୋଲରେ ଇସାନ କିସନ ଅଛନ୍ତି।

ଏହି ବ୍ୟାଟ୍ସମ୍ୟାନ ଏହି ଭିଡ଼ିଓକୁ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି ଲେଖିଛନ୍ତି,”କଣ୍ଟ୍ରୋଲ ଉଦୟ”। ଯାଦବଙ୍କ ଏହି ଭିଡ଼ିଓ ଉପରେ ତାଙ୍କ ଆଇପିଏଲ ଟିମ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ରିଆକ୍ସନ ଦେଇଛି। ଟିମ କମେଣ୍ଟ କରି ଲେଖିଛି “କଣ୍ଟ୍ରୋଲ ଦାଦା କଣ୍ଟ୍ରୋଲ”। ଏହା ସହ ଟିମ ହସ ଇମୋଜି ମଧ୍ୟ ସେୟାର କରିଛି।
କେବଳ ଏତିକି ନୁହେଁ ସୂର୍ଯ୍ୟ କୁମାର ଯାଦବଙ୍କ ଏହି ଭିଡ଼ିଓରେ ତାଙ୍କ ପ୍ରସଂସକ ମଧ୍ୟ ଭଲ ପାଇବା ଦେଇଛନ୍ତି। ତାଙ୍କର ଜଣେ ପ୍ରସଂସକ ଲେଖିଛନ୍ତି ତାଙ୍କୁ କେହି ବିଟ କରିପାରିବେ ନାହିଁ। ଏହି ଭିଡ଼ିଓକୁ ସେୟାର କରିବାର ପାଖାପାଖି ଚାରିଘଣ୍ଟା ବିତିଯାଇଛି। ଏବେ ପର୍ଯ୍ୟନ୍ତ ଏହାକୁ ପାଖାପାଖି ୨ ଲକ୍ଷ ୨୮ ହଜାର ଲୋକ ପସନ୍ଦ କରିଛନ୍ତି। ଏହି ଭିଡ଼ିଓରେ ଶୁଭମନ ଗିଲ ଇସାନ କିସାନଙ୍କ କାନ୍ଧରେ ବସିଥିବା ଦେଖାଯାଉଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।