ବ୍ୟୁରୋ ରିପୋର୍ଟ: ମୁମ୍ବାଇ ଇଣ୍ଡିଆନ୍ସ ଟିମ ଆଇପିଏଲ ୨୦୨୨ର ତୃତୀୟ ମ୍ୟାଚରେ ମଧ୍ୟ ଭଲ ପ୍ରଦର୍ଶନ କରିପାରିନାହିଁ। କେକେଆର ବିରୁଦ୍ଧରେ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଙ୍ଗ କରିଥିଲା ମୁମ୍ବାଇ। ଅଧିନାୟକ ରୋହିତ ଶର୍ମା ୧୨ ବଲରେ ୩ ରନ କରି ଉମେଶ ଯାଦବଙ୍କ ଶିକାର ହୋଇଥିଲେ। ଏହା ପୂର୍ବରୁ ମୁମ୍ବାଇ ନିଜ ଦୁଇଟି ମ୍ୟାଚ ହାରିଥିବା ବେଳେ କେକେଆର ତିନୋଟି ମ୍ୟାଚରୁ ଦୁଇଟି ଜିତିଛି। ହେଲେ ମୁମ୍ବାଇ ବିପକ୍ଷରେ କମିନ୍ସ ଏବଂ ଭେଙ୍କଟେସ୍ ଅୟରଙ୍କ ସୁନ୍ଦର ବ୍ୟାଟିଂ ବଳରେ ମୁମ୍ବାଇକୁ ୫ ୱିକେଟରେ ପରାସ୍ତ କରିଛି କୋଲକତା ନାଇଟ ରାଇଡ଼ର୍ଶ। କମିନ୍ସ ୧୫ ବଲରେ ୫୬ ମାରି ନଟ ଆଉଟ ଥିଲେ।

ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଦକ୍ଷିଣ ଆଫ୍ରିକାର ଯୁବ ବ୍ୟାଟ୍ସମ୍ୟାନ ଡିୱାଲଡ଼ ବ୍ରେଭିସଙ୍କୁ ମୌକା ମିଳିଥିଲା। ସେ ଏହି ମ୍ୟାଚରେ ଆଇପିଏଲରେ ଡେବ୍ୟୁ କରୁଛନ୍ତି। ତାଙ୍କର ଖେଳର ଷ୍ଟାଇଲ ଏବି ଡିଭିଲିୟର୍ସଙ୍କ ପରି ଅଟେ। ସେ ପ୍ରଥମ ମ୍ୟାଚରେ ନିଜ ଛୋଟ ପାରି ଦ୍ଵାରା ନିଜକୁ ସାବ୍ୟସ୍ତ କରିଛନ୍ତି।
ସେ ନମ୍ବର ୩ ରେ ବ୍ୟାଟିଙ୍ଗ କରିବାକୁ ଆସି ୧୯ ବଲରେ ୨୯ରନ କରିଥିଲେ ଯେଉଁଥିରେ ୨ ଟି ଚୌକା ଓ ଦୁଇଟି ଛକା ମାରିଥିଲେ। ସେ ପ୍ୟାଟ କମିନ୍ସ ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ବଲକୁ ଛକା ମାରିଥିଲେ। କିନ୍ତୁ ବରୁଣ ଚକ୍ରବର୍ତ୍ତୀଙ୍କ ବଲରେ ସାମ ବିଲିଙ୍ଗସ ତାଙ୍କୁ ଷ୍ଟମ୍ପିଙ୍ଗ କରିଥିଲେ।
Wow what a hit for six! Baby AB Dewald Brevis no look shot, I have no word. Reminds me of ABD again today. Treat to watch this exciting talent. #KKRvMI #KKRvsMI #Abdevilliers #IPL2022 #IPL pic.twitter.com/ytEnjH7q5b
— Mohit Pandey (@mohitherapy) April 6, 2022
ବିଶ୍ୱକପରେ ଦେଖାଇଥିଲେ କମାଲ:
୧୮ ବର୍ଷୀୟ ଏହି ଯୁବ ଖେଳାଳି ଅଣ୍ଡର-୧୯ ବିଶ୍ୱକପରେ ନିଜର ସୁନ୍ଦର ପ୍ରଦର୍ଶନ ଦ୍ଵାରା ନିଜର ସୁନ୍ଦର ପରିଚିତ ସୃଷ୍ଟି କରିଥିଲେ। ସେ ସବୁଠୁ ଅଧିକ ରନ କରିଥିଲେ ଓ ପ୍ଲେୟାର ଅଫଡ଼ି ସିରିଜ ହୋଇଥିଲେ। ସେ ୬ ମ୍ୟାଚରେ ୮୪ର ଔସତରେ ୫୦୬ ରନ କରିଥିଲେ। ଏଥିରେ ସେ ୨ ଟି ଶତକ ଓ ୩ ଟି ଅର୍ଦ୍ଧଶତକ ମାରିଥିଲେ। ମେଗା ଅକ୍ସନରେ ମୁମ୍ବାଇ ତାଙ୍କୁ ୩ କୋଟିରେ କିଣିଥିଲା। ସେ ନିଜର ୧୦ ମ ଟି-୨୦ ମ୍ୟାଚ ଖେଳୁଛନ୍ତି।
ଏହା ପୂର୍ବରୁ ୯ ଟି-୨୦ ରେ ସେ ୨୬ର ଔସତରେ ୨୦୭ ରନ କରିଥିଲେ। ଏଥିରେ ତାଙ୍କର ଷ୍ଟାଇକ ରେଟ ୧୨୫ର ରହିଥିଲା। ଏହା ସହ ଏହି ଲେଗ ସ୍ପିନର ୫ ଟି ୱିକେଟ ମଧ୍ୟ ନେଇଛନ୍ତି। ୩୩ ରନ ଦେଇ ୨ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ।ମାନେ ସେ ସ୍ପିନ ବୋଲିଙ୍ଗରେ ମଧ୍ୟ କମାଲ କରିପାରିବେ। ହେଲେ ଏହି KKR vs MI ମ୍ୟାଚରେ ପ୍ୟାଟ କମିନ୍ସଙ୍କ ଆକର୍ଷଣୀୟ ବ୍ୟାଟିଂ ବଳରେ KKR ଜିତିଲା ମ୍ୟାଚ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।