IND vs ENG: ଫାଇନାଲ ମ୍ୟାଚରେ ଆକର୍ଷଣୀୟ କ୍ୟାଚ ଧରି ଇଂଲଣ୍ଡ ବ୍ୟାଟ୍ସମାନଙ୍କୁ ପଠାଇଲେ ପ୍ୟାଭିଲିୟନ, ଦେଖନ୍ତୁ ଭିଡିଓ

ବ୍ୟୁରୋ ରିପୋର୍ଟ: ଅଣ୍ଡର-୧୯ ବିଶ୍ୱକପ ଫାଇନାଲ ମ୍ୟାଚ ଭାରତ ଓ ଇଂଲଣ୍ଡ ମଧ୍ୟରେ ହୋଇଥିଲା। ଏଣ୍ଟିଗାର ସର ବିବିୟନ ରିଚର୍ଡସ ଷ୍ଟାଡିୟମରେ ଦୁଇ ଟିମ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଯେଉଁ ମ୍ୟାଚରେ ଇଂଲଣ୍ଡକୁ ହରାଇ ଚମ୍ପିୟାନ ହୋଇଛି ଟିମ ଇଣ୍ଡିଆ। ମ୍ୟାଚ ସମୟରେ ଭାରତୀୟ ଦଳ ସୁନ୍ଦର ପ୍ରଦର୍ଶନ ଦେଖାଇଛି। ଏହା ମଧ୍ୟରେ କୌସଲ ତାମ୍ବେ ଡାହାଣ ହାତରେ ଏକ ସୁନ୍ଦର କ୍ୟାଚ ଧରିଛନ୍ତି। ଏହି କ୍ୟାଚର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

ପାରିର ୪୪ ତମ ଓଭରରେ ଏହି ଘଟଣା ଘଟିଛି। ରବି କୁମାରଙ୍କର ବଲରେ ଜେମ୍ସ ରିୟୁ ଡିପ ସ୍କୋୟାର ଲେଗ ଆଡ଼କୁ ବଡ଼ ଶର୍ଟ ମାରିବାକୁ ଚେଷ୍ଟା କରିଥିଲେ। ଶର୍ଟଟି ସେ ଭଲ ଭାବରେ ଖେଳିପାରିନଥିଲେ ତାହା ଦ୍ଵାରା ଫିଲଡର କୌସଲ ତାମ୍ବେଙ୍କ ପାଖରେ କ୍ୟାଚ ଧରିବାର ସୁନ୍ଦର ମୌକା ଥିଲା। ପ୍ରଥମ ପ୍ରୟାସରେ ତାମ୍ବେଙ୍କ ହାତରେ ବଲଟି ପଡି ନଥିଲା କିନ୍ତୁ ତୃତୀୟ ପ୍ରୟାସରେ ସେ ଡ୍ରାଇଭ ମାରି କ୍ୟାଚ ଧରିଥିଲେ। ଏହି ସୁନ୍ଦର କ୍ୟାଚ ଦ୍ଵାରା ରିୟୁ ୯୫ ରନରେ ଶତକ ପୁରା ନକରିପାରି ଆଉଟ ହୋଇଗଲେ।

କୌସଲ ତାମ୍ବେ ଏହି ବିଶ୍ୱକପରେ ବୋଲିଙ୍ଗ ଓ ବ୍ୟାଟିଙ୍ଗ ଦୁଇଟିଯାକରେ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ଏଯାଏ ତାମ୍ବେ ଚାରିଟି ପାରିରେ ୮୬ ରନ କରିଛନ୍ତି ଓ ଏହା ଛଡା ୬ ଟି ୱିକେଟ ମଧ୍ୟ ନେଇଛନ୍ତି।ବ୍ୟାଟିଙ୍ଗ ସହ ସେ ଅଫ ସ୍ପିନ ଦ୍ଵାରା ବ୍ୟାଟ୍ସମ୍ୟାନଙ୍କୁ ଚକମା ଦେବାରେ ମାହୀର। ଏହି ସୁନ୍ଦର ପ୍ରଦର୍ଶନ ଦ୍ଵାରା ସେ ଏଥର ଆଇପିଏଲ ଅକ୍ସନରେ ମଧ୍ୟ ଓହ୍ଲାଇବେ। ତାଙ୍କ ବେସ ପ୍ରାଇସ୍ ୨୦ ଲକ୍ଷ ରଖାଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *