କିଏ ଏହି ଏଯାଜ ପଟେଲ? ଯିଏ ଭାରତ ବିରୁଦ୍ଧରେ ଗୋଟିଏ ପାରିରେ ୧୦ ୱିକେଟ ନେଇ କରିଥିଲେ ବିଶ୍ୱ ରେକର୍ଡ! ପଢନ୍ତୁ ଖାସ ରିପୋର୍ଟ

ଭାରତୀୟ ଟିମ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇରେ ଖେଳାଯାଇଥିବା ଟେଷ୍ଟରେ ଏଯାଜ ପଟେଲ ଇତିହାସ ରଚିଛନ୍ତି। ସେ ଭାରତୀୟ ମାଟିରେ ଏପରି କରିଛନ୍ତି ଯାହା ଆଜି ପର୍ଯ୍ୟନ୍ତ କୌଣସି ନ୍ୟୁଜିଲାଣ୍ଡ ସ୍ପିନର ପହଁଚିପାରିନି। ମୁମ୍ବାଇ ଟେଷ୍ଟରେ ଭାରତର ପ୍ରଥମ ପାରିର ସବୁ ୧୦ ଟି ଯାକ ୱିକେଟ ଏଯାଜ ପଟେଲ ଅକ୍ତିଆର କରିଥିଲେ ଯାହା ଦ୍ଵାରା ପ୍ରଥମ ପାରିରେ ଭାରତୀୟ ଟିମ ୩୪୫ ରନରେ ଅଲଆଉଟ ହୋଇଥିଲା। ଏଯାଜ ପଟେଲଙ୍କ ସ୍ପିନ କମାଲ କରୁଥିଲା।

Google

ଏହା ପୂର୍ବରୁ ଇଂଲଣ୍ଡର ଲେଗ ସ୍ପିନର ଜିମ ଲେକର ୧୯୫୬ରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ମାଞ୍ଚେସ୍ଟରରେ ଗୋଟେ ପାରିରେ ୧୦ ୱିକେଟ ଅକ୍ତିଆର କରିଥିଲେ। ସେବେ ସେ ୫୧ ଓଭରରେ ୫୩ ରନ ଦେଇ ୧୦ ୱିକେଟ ନେଇଥିଲେ। ଏବେ ଏଯାଜ ପଟେଲ ମଧ୍ୟ ଏହି ସୁଚିରେ ସାମିଲ ହୋଇଯାଇଛନ୍ତି। ପଟେଲ ୪୭ ଓଭରରେ ୧୧୯ ରନ ଦେଇ ୧୦ ୱିକେଟ ନେଇଛନ୍ତି। ସମସ୍ତେ ଜାଣିବାକୁ ଚାହୁଁଛନ୍ତି କିଏ ଅଟନ୍ତି ସେହି ଏଯାଜ ପଟେଲ। ତେବେ ଆସନ୍ତୁ ତାଙ୍କ ବିଷୟରେ ଜାଣିବା।

କହିରଖିବୁକି ଏଯାଜ ପଟେଲଙ୍କର ଜନ୍ମ ୨୧ ଅକ୍ଟୋବର ୧୯୮୮କୁ ମୁମ୍ବାଇରେ ହୋଇଥିଲା। ସେବେ ତାଙ୍କ ପରିବାର ନ୍ୟୁଜିଲାଣ୍ଡ ଯାଇ ସେଠାରେ ରହିଗଲେ ଯେବେ ଏଯାଜ ମାତ୍ର ୮ ବର୍ଷର ଥିଲେ। ୩୦ ବର୍ଷୀୟ ଏଯାଜ ପଟେଲ ଜଣେ ବାମହାତୀ ସ୍ପିନର ଅଟନ୍ତି। ୫ ଫୁଟ ୬ ଇଞ୍ଚର ଏଯାଜ ପୂର୍ବରୁ ପ୍ରେସ ବୋଲିଙ୍ଗ କରୁଥିଲେ। ଥରେ ଯେବେ ସେ କ୍ଳବ ତରଫରୁ ଖେଳୁଥିଲେ ତାଙ୍କୁ। ସ୍ପିନ ବୋଲିଙ୍ଗ କରିବାକୁ ଇଛା ହେଲା ଓ ଏହା ପରେ ତାଙ୍କୁ ସ୍ପିନ ବୋଲିଙ୍ଗ ଭଲ ଲାଗିଲା। ଏହାପରେ ତାଙ୍କ ଧ୍ୟାନ ପ୍ରେସ ବୋଲିଙ୍ଗରୁ ହଟିଗଲା ଓ ସେ ସ୍ପିନ ବୋଲିଙ୍ଗ କରିବାକୁ ଲାଗିଲେ।

Google

ଏଯାଜ ପଟେଲ ନିଜର ପ୍ରଥନ ଟି-୨୦ ଇଣ୍ଟରନେସନାଲ ମ୍ୟାଚରେ ବୋଲିଙ୍ଗ ଆରମ୍ଭ କରିଥିଲେ। ଏହା ସହିତ ତାଙ୍କ ଦେଖା ଦୀପକ ପଟେଲଙ୍କ ସହ ହୋଇଗଲା। ଦୀପକ ପଟେଲ ଅଫ ସ୍ପିନ ବୋଲର ହୋଇମଧ୍ୟ ୧୯୯୨ରେ ବିଶ୍ୱକପରେ ବୋଲିଙ୍ଗ ଆରମ୍ଭ କରିଥିଲେ। ଦୀପକ ପଟେଲ ତାଙ୍କ କୋଚ ମଧ୍ୟ ଅଟନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *