ବ୍ୟୁରୋ ରିପୋର୍ଟ: ଚେନ୍ନାଇ ସୁପର କିଙ୍ଗସର ପେସର ଦୀପକ ଚାହାର ଆଘାତ ପରେ ଟିମର ସବୁଠୁ ବଡ଼ ଚିନ୍ତା ଆରମ୍ଭ ମ୍ୟାଚରେ ଟିମର ଚୂଡାନ୍ତ ଏକାଦଶ ବାଛିବା। ଓପନିଙ୍ଗରେ ଋତୁରାଜ ଗାୟକୱାଡ଼ ଖେଳିବା ପ୍ରାୟ ନିଶ୍ଚିତ କିନ୍ତୁ ପ୍ରସଂସକ ଏହି କଥାକୁ ନେଇ ଚିନ୍ତିତ କି ଫାଫ ଡୁ ପ୍ଲେସିସଙ୍କ ଜାଗା କିଏ ନେବ। ଚେନ୍ନାଇର ଓପନିଙ୍ଗ ଯୋଡିକୁ ନେଇ ଭାରତୀୟ ପୂର୍ଵ କ୍ରିକେଟର ଇରଫାନ ପଠାନ ବୟାନ ଦେଇଛନ୍ତି। ଏହି ସମୟରେ ସେ ଏହା ମଧ୍ୟ କହିଛନ୍ତିକି ଦକ୍ଷିଣ ଆଫ୍ରିକାର ଅନୁଭବୀ ଫାଫ ଡୁ ପ୍ଲେସିସଙ୍କ ଜାଗାରେ କିଏ ବିକଳ୍ପ ହୋଇପାରିବେ।

ଲୋକପ୍ରିୟ ସିଧାନ୍ତ ଏହାକି CSK ଏକ ଓପନର ବ୍ୟାଟ୍ସମ୍ୟାନ ରୂପରେ ଜଣେ ବିଦେଶୀ ଖେଳାଳି ଉପରେ ଭରସା କରିବ ଓ ଏଥିପାଇଁ ସିଏସକେ ନ୍ୟୁଜିଲାଣ୍ଡର କ୍ରିକେଟର ଡେଭନ କନୱେଙ୍କୁ ଟିମରେ ସାମିଲ କରିଛି। ସିଏସକେ ତାଙ୍କୁ ଅକ୍ସନର ୧ କୋଟିରେ ସାମିଲ କରିଛି।
ଇରଫାନ ପଠାନ କହିଲେ ବିକଳ୍ପ:
ଷ୍ଟାର ସ୍ପୋର୍ଟ ସହ କଥାବାର୍ତ୍ତା ସମୟରେ ଇରଫାନ ପଠାନ କହିଛନ୍ତି ମହାରାଷ୍ଟ୍ରର ପରିସ୍ଥିତିରେ ଡେବୋନ କନୱେ ଅନୁକୂଳ ହେବେ। ଏହା ସହ ଇରଫାନ ଦ୍ୱିତୀୟ ବିକଳ୍ପ ରୂପରେ ରବିନ ଉଥାପାଙ୍କ ନାମ ନେଲେ। ଉଥାପାଙ୍କୁ ଅକ୍ସନରେ ସିଏସକେ ୨ କୋଟିରେ ଟିମରେ ସାମିଲ କରିଥିଲା। କଥାବାର୍ତ୍ତା ସମୟରେ ଇରଫାନ କହିଥିଲେ ସିଏସକେ ପାଖରେ ଦୁଇଟି ବିକଳ୍ପ ଅଛି। ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଡେଭନ କନୱେ ଅଛନ୍ତି। ତାଙ୍କ ଅନୁସାରେ ମହାରାଷ୍ଟ୍ରର ସିସିଆଇ ପିଚ ଭଲ ଅଟେ। ଜଣେ ବିଦେଶୀ ଖେଳାଳି ହିସାବରେ କନୱେଙ୍କ ପାଇଁ ଏହା ଭଲ ଖବର। ସେ କହିଛନ୍ତି ଯଦି ଆପଣ କନୱେଙ୍କୁ ମୌକା ଦେବେ ନାହିଁ ତେବେ ଆପଣ ରବିନ ଉଥାପାଙ୍କ ସହ ଯାଇପାରିବେ ସେ ମଧ୍ୟ ବିକଳ୍ପ ହୋଇପାରିବେ।

ଉଥାପା ଭଲ ସାବ୍ୟସ୍ତ ହୋଇପାରନ୍ତି:
ଇରଫାନ ଆଗକୁ କହିଛନ୍ତି,”ଯଦି କନୱେ ଖେଳିବେନି ତେବେ ଇଥାପାଙ୍କୁ ଓପନିଙ୍ଗ ଦାୟୀତ୍ୱ ଦେବା ଆବଶ୍ୟକ। ଏହା ସହ ଆପଣଙ୍କୁ ବୋଲର ଆଡ଼ମ ମିଲନେଙ୍କୁ ମଧ୍ୟ ଚୂଡାନ୍ତ ଏକାଦଶରେ ସାମିଲ କରିବାକୁ ପଡିବ କାରଣ ମହାରାଷ୍ଟ୍ର ପିଚରେ ଅତିରିକ୍ତ ଗତିର ଆବଶ୍ୟକତା ପଡିବ”।
ଆପଣଙ୍କ ପାଖରେ ବ୍ରାଭୋ ଅଛନ୍ତି ଓ ଆପଣ ମୋଇନ ଅଲ୍ଲୀଙ୍କୁ ଖେଳାଇବାକୁ ଯାଉଛନ୍ତି। ଯାହା ଦ୍ୱାରା ଚାରି ବିଦେଶୀ ଖେଳାଳିଙ୍କ ଜାଗା ପୁରା ହୋଇଯିବ। ଯଦି କନୱେ ଖେଳିବେ ନାହିଁ ତେବେ ମିଷ୍ଟ୍ରି ସ୍ପିନର ମହେଶ ଦୀକ୍ଷାନା ଆରମ୍ଭରୁ ଖେଳୁଥିବା ଦେଖାଯାଇପାରନ୍ତି। ଏହା ସହ ଇରଫାନ ଏହା ମଧ୍ୟ କହିଥିଲେକି ଉଥାପାଙ୍କୁ ମୌକା ଦେବା ସିଏସକେ ପାଇଁ ଭଲ ସାବ୍ୟସ୍ତ ହୋଇପାରେ। ସିଏସକେ ନଜର ପ୍ରଥମ ମ୍ୟାଚ ୨୬ ମାର୍ଚ୍ଚକୁ କେକେଆର ସହ ଖେଳିବାର ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।