ବ୍ୟୁରୋ ରିପୋର୍ଟ: ଭାରତୀୟ ଟିମ ୱେଷ୍ଟଇଣ୍ଡିନ ବିରୁଦ୍ଧରେ ପ୍ରଥମ ଏକଦିବସିୟରେ ସୁନ୍ଦର ବିଜୟ ହାସଲ କରିଛି। ଦ୍ୱିତୀୟ ଏକଦିବସିୟ ମ୍ୟାଚ ୨୪ ଜୁଲାଇକୁ ଖେଳାଯିବାର ଅଛି ଓ ଏହି ମ୍ୟାଚରେ ନୂଆ ଖେଳାଳିଙ୍କୁ ମୌକା ମିଳିପାରେ। ଭାରତୀୟ ଟିମର ନଜର ମ୍ୟାଚ ଜିତି ସିରିଜ ଜିତିବ ଉପରେ ରହିବ। ଏଥିପାଇଁ ଅଧିନାୟକ ଶିଖର ଧାୱନ ଚୂଡାନ୍ତ ଏକାଦଶରେ ବଡ଼ ପରିବର୍ତ୍ତନ କରିପାରନ୍ତି।

ଏହା ହୋଇପାରେ ଓପନିଙ୍ଗ ଯୋଡି:
ଶିଖର ଧାୱନଙ୍କ ସହ ଓପନିଙ୍ଗ ପାଇଁ ଶୁଭମନ ଗିଲ ଆସିବା ପ୍ରାୟ ନିଶ୍ଚିତ ଅଟେ। ଧାୱନ ପ୍ରଥମ ଏକଦିବସିୟରେ ୯୭ ଓ ଗିଲ ୬୪ ରନର ପାରି ଖେଳିଥିଲେ। ଦୁହେଁ ପ୍ରଥମ ୱିକେଟ ପାଇଁ ୧୧୯ ରନର ପାର୍ଟନରସିପ କରିଥିଲେ। ତୃତୀୟ ନମ୍ବରରେ ଶ୍ରେୟସ ଅୟର ମଧ୍ୟ ଖେଳିବ ନିଶ୍ଚିତ ପ୍ରାୟ। ଅୟର ପ୍ରଥମ ଏକଦିବସିୟରେ ୫୪ ରନ କରିଥିଲେ।
ଏପରି ହୋଇପାରେ ମିଡ଼ିଲ ଅର୍ଡର:
ଚତ୍ରୁର୍ଥ ନମ୍ବରରେ ପୁଣି ଥରେ କୋଚ ଦ୍ରାଭିଡ ଓ ଅଧିନାୟକ ଧାୱନ ସୂର୍ଯ୍ୟ କୁମାର ଯାଦବଙ୍କୁ ମୌକା ଦେଇପାରନ୍ତି। ପଞ୍ଚମ ସ୍ଥାନରେ ସଞ୍ଜୁ ସାମସନ ଖେଳିପାରନ୍ତି କାରଣ ସେ ପ୍ରଥମ ଏକଦିବସିୟରେ ସୁନ୍ଦର ୱିକେଟ କିପିଙ୍ଗ କରିଥିଲେ। ସେ ଅନେକ ସୁନ୍ଦର କ୍ୟାଚ ଧରିଥିଲେ। ଷଷ୍ଠ ନମ୍ବରରେ ପୁଣି ଦୀପକ ହୁଡ୍ଡାଙ୍କୁ ମୌକା ମିଳିପାରେ।

ଏହି ଖେଳାଳି ହୋଇପାରନ୍ତି ବାହାର:
ପ୍ରଥମ ଏକଦିବସିୟରେ ପ୍ରସିଦ୍ଧ କ୍ରିଷ୍ଣା ଭଲ ପ୍ରଦର୍ଶନ କରିପାରିନଥିଲେ ଓ ଗୋଟେ ମଧ୍ୟ ୱିକେଟ ନେଇପାରିନଥିଲେ। ତାଙ୍କ ଜାଗରେ ଦ୍ୱିତୀୟ ମ୍ୟାଚରେ ଅର୍ସଦୀପ ସିଂଙ୍କୁ ମୌକା ଦିଆଯାଇପାରେ। ମହମ୍ମଦ ସିରାଜ ଓ ସାରଦୁଲ ଠାକୁର ଖେଳିବ ପ୍ରାୟ ନିଶ୍ଚିତ। ସ୍ପିନର ଚାହଲ ଓ ଅକ୍ସର ଖେଳିବା ମଧ୍ୟ ନିଶ୍ଚିନ୍ତ ପ୍ରାୟ।
ଦ୍ୱିତୀୟ ଏକଦିବସିୟ ପାଇଁ ଭାରତୀୟ ସମ୍ଭାବିତ ଚୂଡାନ୍ତ ଏକାଦଶ:
ଶିଖର ଧାୱନ (ଅଧିନାୟକ),ଶୁଭମନ ଗିଲ, ଶ୍ରେୟସ ଅୟର, ସୂର୍ଯ୍ୟ କୁମାର ଯାଦବ,ସଞ୍ଜୁ ସାମସନ,ଦୀପକ ହୁଡା, ମହମ୍ମଦ ସିରାଜ,ସାରଦୁଲ ଠାକୁର,ଅର୍ସଦୀପ ସିଂ, ଅକ୍ସର ପଟେଲ ଓ ୟୁଜବେନ୍ଦ୍ର ଚାହଲ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।